ଅଡୁଆ କରିଛି ବୋଲ୍ଡ ଶଟ୍‌

ମହେଶ ତନୟା ଆଲିୟା ଭଟ୍ଟ ଦୋଛକିରେ ପଡ଼ିଯାଇଛନ୍ତି। କାରଣ କ’ଣ ଜାଣନ୍ତି ? ନିକଟରେ ତାଙ୍କୁ ଏକ ନୂଆ ସିନେମା ଅଫର ମିଳିଛି। ପୁଣି ଏହି ଫିଲ୍ମ ପାଇଁ ତାଙ୍କୁ ଅଧିକ ପାରିଶ୍ରମିକ ମିଳିବ ବୋଲି ଶୁଣାଯାଉଛି। ହେଲେ ଏଥିରେ ଗୋଟିଏ କେଁ ରହିଯାଇଛି। ଏ ସମ୍ପର୍କରେ ଆଲିୟା କହନ୍ତି, ‘ଏଥିରେ କେତୋଟି ବୋଲ୍ଡ ଶଟ୍‌ ରହିଛି, ଯାହା ମୋ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାହାଣୀଟି ମୋତେ ବେଶ୍‌ ପ୍ରଭାବିତ କରିଛି ସତ। ହେଲେ ଏପରି ଶଟ୍‌ ପାଇଁ ମୁଁ ଦୋଛକିରେ ପଡ଼ିଯାଇଛି। ତା’ସହ ପ୍ରଯୋଜକଙ୍କୁ ଏପରି ଶଟ୍‌କୁ କାହାଣୀରୁ ବାଦ୍‌ ଦେବା ପାଇଁ କହିଛି। ତେବେ ଏ ନେଇ ସେ କି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସବୁ ନିର୍ଭର କରେ। ବର୍ତ୍ତମାନ ମୋର କେତୋଟି ସିନେମା-‘ବ୍ରହ୍ମାସ୍ତ୍ର’, ‘ଗାଙ୍ଗୁବାଈ କାଠୁଆଓ୍ବାଡି’ ଏବଂ ‘ଆର୍‌ଆର୍‌ଆର୍‌’ ରିଲିଜ ଅପେକ୍ଷାରେ ରହିଛି।’ ସେପଟେ ଏବେ ମାଇଣ୍ଡ ଫ୍ରେସ କରିବାକୁ ମାଳଦ୍ୱୀପରେ ଡେରା ପକାଇଛନ୍ତି।

Share