ଆକର୍ଷଣ ସାଜିବ ଆସନ୍ତା ଋତୁ

ଅନୁଗୋଳ ଅଫିସ, ୨୭ା୯: ଖଣିଜରେ ଭରପୂର ଅନୁଗୋଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ସମୃଦ୍ଧ। ସାତକୋଶିଆର ସବୁଜିମା ହେଉ କି ଟିକରପଡ଼ାର ମହାନଦୀ ଗଣ୍ଡ ଅବା ପାଲଲହଡ଼ାର ସାନଚିଲିକା, ପର୍ଯ୍ୟଟକଙ୍କୁ ଏହା ସର୍ବଦା ଆକୃଷ୍ଟ କରିଆସିଛି। ହେଲେ ଜିଲାର ଆହୁରି ଅନେକ ପର୍ଯ୍ୟଟନ ସ୍ଥାନ ଲୁକ୍କାୟିତ ଅବସ୍ଥାରେ ରହିଛି। ନାନା ସୁବିଧା ସହ ସେସବୁକୁ ଲୋକଲୋଚନକୁ ଅଣାଯିବ। ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଜିଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ନୂଆ ନୂଆ ଉପାୟ ମାଧ୍ୟମରେ ଅଧିକ ଆକର୍ଷଣୀୟ କରାଯିବ। ସାତକୋଶିଆରେ ସଫାରି ବ୍ୟବସ୍ଥା ହେବ। ହୋମ୍‌ ଷ୍ଟେ ଓ ଆଗ୍ରୋ ଇକୋ ଟୁରିଜମ୍‌ ଲାଗୁ ହେବ। ଚଳିତବର୍ଷ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ ଶେଷ କରାଯାଇ ଆସନ୍ତା ପର୍ଯ୍ୟଟନ ଋତୁକୁ ଅଧିକ ଆକର୍ଷଣୀୟ କରିବାକୁ ଯୋଜନା କରିଛି ଅନୁଗୋଳ ଜିଲା ପ୍ରଶାସନ। କେତେକର ମାଷ୍ଟର ପ୍ଲାନ ଶେଷ ହୋଇଥିବା ବେଳେ ଆଉ କିଛି ଏବେ ପ୍ରସ୍ତୁତି ପର୍ଯ୍ୟାୟରେ ଥିବା ସୂଚନା ମିଳିଛି।
ଅନୁଗୋଳ ଆସୁଥିବା ପର୍ଯ୍ୟଟକ ସାତକୋଶିଆର ଅଳ୍ପ କିଛି ସ୍ଥାନ ସହ ଟିକରପଡ଼ା ବୁଲି ଫେରିଯାଆନ୍ତି। ସେମାନେ ଏହାର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ ଉପଭୋଗ କରିପାରି ନ ଥାନ୍ତି। ତେଣୁ ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସଫାରି ବୁଲିବା ବ୍ୟବସ୍ଥା ହେବ। ଏଥିପାଇଁ ବନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏ ନେଇ ସର୍ଭେ କରିବାକୁ ଛତିଶଗଡ଼ରୁ ଏକ ଟିମ୍‌ ଖୁବ୍‌ଶୀଘ୍ର ଅନୁଗୋଳ ଆସିବ। ସେହିପରି ଅନୁଗୋଳ, ତାଳଚେର, ପାଲଲହଡ଼ା ଓ ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ପର୍ଯ୍ୟଟନ ସର୍କିଟ୍‌ ପ୍ରସ୍ତୁତ କରାଯିବ। ଏଠାରେ ଆଗନ୍ତୁକମାନଙ୍କ ରହଣି, ଭ୍ରମଣ, ଖାଦ୍ୟପେୟର ସୁ ବନ୍ଦୋବସ୍ତ ହେବ। ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ୍‌ରେ ସାତକୋଶିଆ ସ୍ଥାନ ପାଇଛି। ଏଥିସହ ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ପାଇଁ ହୋମ୍‌ ଷ୍ଟେ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ପର୍ଯ୍ୟଟନସ୍ଥଳୀ ନିକଟରେ ପୂର୍ବରୁ ବୁକିଂ କରାଯାଇଥିବା ସ୍ଥାନୀୟ ଲୋକଙ୍କ ଘରେ ପର୍ଯ୍ୟଟକମାନେ ସିଧାସଳଖ ପହଞ୍ଚିବେ। ସମସ୍ତ ସୁବିଧା ଥିଲେ ସେଠାରେ ରହିପାରିବେ। ଆବଶ୍ୟକସ୍ଥଳେ ରୋଷେଇ କରିପାରିବେ ନଚେତ ଟଙ୍କା ଦେଇ ଘର ଲୋକଙ୍କଠାରୁ ଖାଦ୍ୟ ଗ୍ରହଣ କରିପାରିବେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଆଗ୍ରୋ ଇକୋ ଟୁରିଜିମ୍‌ ବ୍ୟବସ୍ଥା ଜିଲାରେ ଲାଗୁ ହେବ। ଯେଉଁମାନଙ୍କ ଫାର୍ମ ହାଉସରେ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଥିବ, ତାହାକୁ ଅନୁମତି ମିଳିବ। ଅନୁଗୋଳରୁ ୨ ଜଣ ଫାର୍ମ ମାଲିକ ଏହି ଆଗ୍ରୋ ଇକୋ ଟୁରିଜିମ୍‌ ପାଇଁ ଆବେଦନ କରିସାରିଲେଣି। ସେହିପରି ଦେଉଳଝରୀ ଓ ଟିକରପଡ଼ାର ଉନ୍ନତି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପାଲଲହଡ଼ାର ଖୁଲୁଡ଼ି ଗିରୀଶ୍ୱର ମହାଦେବ ମନ୍ଦିରର, ଅଙ୍ଗାରବନ୍ଧ ମହିମା ଗାଦି, ଅନୁଗୋଳର ନାରଣ ସାଗର, ଡେରେଜାଙ୍ଗ ଡ୍ୟାମ୍‌ ଓ ରେଙ୍ଗାଳିରେ ପର୍ଯ୍ୟଟନର ବିକାଶ କରାଯିବ। କୁକୁଡ଼ାଙ୍ଗରେ ଚେକ୍‌ ଡ୍ୟାମ୍‌ ସହ ୱାଚ୍‌ ଟାୱାର ଓ ଅତ୍ୟାଧୁନିକ ପାର୍କ କରାଯିବ। ନିର୍ମାଣାଧୀନ ବ୍ଲାକ ଡାଇମଣ୍ଡ, କୋଲ ମ୍ୟୁଜିୟମ୍‌ ଆଦି ମଧ୍ୟ ପର୍ଯ୍ୟଟକଙ୍କୁ ଆକଷ୍ଟ କରିବ।
ଯତ୍ନ ନ ନେଲେ ବୃଥା ହେବ ଉଦ୍ୟମ
ଅନୁଗୋଳ ଜିଲାର ୧୩ଟି ପର୍ଯ୍ୟଟନସ୍ଥଳୀ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ଆଗାମୀ ଦିନରେ ଜିଲାର ଆଉ କେତୋଟି ସ୍ଥାନକୁ ଏଥିରେ ଯୋଡ଼ିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କିନ୍ତୁ ଅନେକ ପର୍ଯ୍ୟଟନସ୍ଥଳୀର ଆବଶ୍ୟକ ଯତ୍ନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଡେରେଜାଙ୍ଗ ଡ୍ୟାମ୍‌ ପାର୍କର ରକ୍ଷଣା ବେକ୍ଷଣା କରାଯାଉ ନାହିଁ। ବିନିକେଇର ଉନ୍ନତି ସାଧନ ହେଉନାହିଁ। ଦେଉଳଝରୀ ବିଶ୍ରାମାଗାର ପୁନରୁଦ୍ଧାର ହୋଇପାରୁ ନାହିଁ। ସାତକୋଶିଆରେ ଥିବା ୱାଚ ଟାୱାର ଗୁଡ଼ିକ ମଧ୍ୟରୁ ଅନେକ ଭଙ୍ଗା ଦଦରା ଅବସ୍ଥାରେ ରହିଛି। ଟୁଲୁକା ନିକଟରେ ଭୀମଧାର ଜଳପ୍ରପାତ
ରହିଥିଲେ ମଧ୍ୟ ସେ ସମ୍ପର୍କରେ ପର୍ଯ୍ୟଟକମାନେ ଏଯାଏ ଜାଣିନାହାନ୍ତି। କନ୍ଧଅଇଡ଼ା ଓ କଦଳୀଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନେ ଉପଭୋଗ କରିନାହାନ୍ତି। ତାଳଚେର-ଦଦରାଘାଟି ରାସ୍ତା ପାର୍ଶ୍ୱରେ ଥିବା ଶିବ ମନ୍ଦିର, ବୁଲାଝର ଜଳପ୍ରପାତ ସମ୍ପର୍କରେ ପ୍ରଚାର ପ୍ରସାର ହେଉନାହିଁ। ସମଲ ବ୍ୟାରେଜ ନିକଟ କହ୍ନେଇଜେନା ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଉ ନାହିଁ। ତେଣୁ ଏସବୁ ପର୍ଯ୍ୟଟନସ୍ଥଳୀର ଯତ୍ନ ବିନା ଜିଲାକୁ ପର୍ଯ୍ୟଟନର ହବ୍‌ କରିବାକୁ ପ୍ରଶାସନର ଉଦ୍ୟମ ବୃଥା ଯିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

କରୋନା ପାଇଁ କାର୍ଯ୍ୟ ଆଗେଇ ପାରୁନି
ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। କିନ୍ତୁ କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ବନ୍ଦ ଥିବାରୁ ଉନ୍ନତି କରିବାରେ ସମସ୍ୟା ହେଉଛି। କେତେକ ସ୍ଥାନରେ ଜଙ୍ଗଲ ନିୟମ ଅନୁପାଳନ କରି ଉନ୍ନୟନ କରାଯାଉଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ଜିଲା ଖଣିଜ ପାଣ୍ଠିରୁ ମଧ୍ୟ ଯୋଜନା କରାଯାଉଛି।
– ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି
ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଶେଷ ହୋଇଛି। ସାତକୋଶିଆରେ ପର୍ଯ୍ୟଟକଙ୍କ ପାଇଁ ୪ଟି ସଫାରି ବ୍ୟବସ୍ଥା କରାଯିବ। ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ରାଜ୍ୟ ସରକାର ଏକ ମାନଦଣ୍ଡ ରଖିଛନ୍ତି। ତଦନୁଯାୟୀ କୌଣସି ସ୍ଥାନକୁ ମାନ୍ୟତା ଦେବାକୁ ସରକାରଙ୍କୁ ସୁପାରିସ କରାଯାଉଛି।
– ଜଗଦୀଶ ରାୟ, ଜିଲା ପର୍ଯ୍ୟଟନ ଅଧିକାରୀ, ଅନୁଗୋଳ
ଆନୁଷଙ୍ଗିକ ବ୍ୟବସ୍ଥା ହେଉ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅନୁଗୋଳରେ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ସାତକୋଶିଆରେ ରହିବା ତ ଦୂରର କଥା, ଖାଇବାକୁ ମଧ୍ୟ ଠିକ୍‌ଭାବେ ମିଳୁନାହିଁ। ଏଥିସହ ଜିଲାର ଅନ୍ୟ ପର୍ଯ୍ୟଟନସ୍ଥାନଗୁଡ଼ିକ ଲୋକଲୋଚନକୁ ଆସିପାରୁ ନ ଥିବାରୁ ତାହାର ବିକାଶ ସହ ପ୍ରଚାର ପ୍ରସାର କରିବାର ସମୟ ଆସିଛି।
-ଅଶୋକ ଶତପଥୀ, ବୁଦ୍ଧିଜୀବୀ
ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି
ଆଠମଲ୍ଲିକ ଅଞ୍ଚଳରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ହେଲେ ସେଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ। ଜିଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ରହିବା ପାଇଁ ବହୁ ହଇରାଣ ହେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ଆଭାସ କ୍ଷେତି, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri