ଆକର୍ଷଣ ସାଜିଛି ହାତ ତିଆରି ସାମଗ୍ରୀ

ଭୁବନେଶ୍ୱର, ୨୫।୨ (ବ୍ୟୁରୋ) :ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ  ଆରମ୍ଭ ହୋଇଛି। ବୁଧବାର ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ମୋଟ ୧୧୦ଟି ଷ୍ଟଲ୍‌ ଖୋଲିଥିବାବେଳେ ୨୧ ଜିଲାରୁ ଶିଳ୍ପୀମାନେ ସେମାନଙ୍କ ହାତ ତିଆରି ସାମଗ୍ରୀ ସହ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଚାଲିବ। ଉଦ୍‌ଘାଟନ ଅବସରରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ କୈଳାସ ଚନ୍ଦ୍ର ସାହୁ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସନାତନ ନାୟକ, ସ୍ବତନ୍ତ୍ର ଅଧିକାରୀ ଏସ୍‌. ଆର୍‌. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ବିଭିନ୍ନ ଷ୍ଟଲ୍‌ ବୁଲିବା ସହ କାରିଗର ଓ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଦର୍ଶନୀରେ କାରିଗରଙ୍କ ନୂଆ ପୁରୁଣା ହାତ ତିଆରି ଜିନିଷ ଆକର୍ଷଣ ସାଜିଛି।
ପଟଚିତ୍ରର ଦାମ୍‌ ୧୨୦୦ରୁ ୩୦ହଜାର
ପ୍ରଦର୍ଶନୀରେ ପଟଚିତ୍ରର ସ୍ବତନ୍ତ୍ର ଷ୍ଟଲ୍‌ ଖୋଲିଛି। କଟନ୍‌ ଶାଢି, ତେନ୍ତୁଳି ମଞ୍ଜି ଏବଂ ଖଡି ପାଉଡରରେ ନିର୍ମିତ ଏକ ପ୍ରକାର ଚାଦର ଉପରେ ନିର୍ମିତ ପଟଚିତ୍ର ଓଡ଼ିଶାର ସମୃଦ୍ଧ କଳାକୁ ପ୍ରମାଣିତ କରୁଛି। ପ୍ରଥମେ ତେନ୍ତୁଳି ମଞ୍ଜିକୁ ପାଣିରେ ଭିଜାଇ ତାହାକୁ ପାଲିସ କରି ବଟାଯାଏ। ପରେ ସେଥିରେ କଟନ ଶାଢିକୁ ବତୁରାଇ ଖଡି ପାଉଡର ମିଶାଇ ଟାଣ ଖରାରେ ଶୁଖାଯାଇଥାଏ। ବଡ ପଥର ସାହାଯ୍ୟରେ ତାହାକୁ ଘଷି ଚିକ୍କଣ କରାଯିବା ପରେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଏ। ବଡ଼ ପଟଚିତ୍ର ତିଆରି ପାଇଁ ପ୍ରାୟ ୨ରୁ ୩ମାସ ସମୟ ଲାଗିଥାଏ। ଦାମ ୧୨୦୦ ଟଙ୍କାରୁ ଆରମ୍ଭ ହୋଇ ୩୦ ହଜାର ପର୍ଯ୍ୟନ୍ତ ରହିଛି। ସେହିପରି ସିଲ୍ମ ଟସର ଉପରେ ମଧ୍ୟ ପଟଚିତ୍ରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଡ୍ୟାନ୍ସିଂ ଗଣେଶ, କୃଷ୍ଣଙ୍କ ରାସଲୀଳା, ନର୍ତ୍ତକୀ ଆଦି ଅନେକ ସୁନ୍ଦର ଚିତ୍ର ଅଙ୍କନ କରାଯାଇଛି।
କଠଉ ଆକ୍ୟୁପ୍ରେସର, କାଠରେ ପଟଚିତ୍ର
ମେଳାରେ ନୟାଗଡ ଖଣ୍ଡପଡାରୁ ଆସିଥିବା କୁମାରୀ ପାତ୍ରଙ୍କ ଷ୍ଟଲ୍‌ରେ ନିଆରା ତଥା ହଜିଯାଉଥିବା ବହୁ ସାମଗ୍ରୀ ରହିଛି। ଦୀର୍ଘ ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେବ କାଠରେ ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିଭିନ୍ନ ଉପାୟରେ ଆକର୍ଷଣୀୟ ଛାପ ଦେଉଛନ୍ତି। କାଠରେ ପଟଚିତ୍ର ଓ କଠଉର ଚାହିଦା ଭଲ ରହୁଥିବାବେଳେ ଟେବୁଲ ଲାଇଟ୍‌, ନଟୁ, ସିନ୍ଦୂର ଫରୁଆ, କାଠ ହେମଦସ୍ତା, ଖାଇବା ପ୍ଲେଟ ପ୍ରାୟ ସବୁଥିରେ ପଟଚିତ୍ରର ଝଲକ ଦେଖିବାକୁ ମିଳୁଛି। ଶିରିଶ କାଠରେ ତିଆରି କଠଉର ମୂଲ୍ୟ ୨୮୦ ଟଙ୍କା ରହିଥିବାବେଳେ ଏଥିରେ ଆକ୍ୟୁପ୍ରେସର ଗୁଣ ରହିଛି।
ପଟଚିତ୍ର କେଟିଲ୍‌, ଓଡ଼ିଶୀ କଷ୍ଟ୍ୟୁମ୍‌
ଆଲୁମିନିୟମ୍‌ରେ ତିଆରି ଚା’ କେଟିଲ୍‌ ଉପରେ ପଟଚିତ୍ରର କାରୁକାର୍ଯ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏହାର ଦାମ ୮୫୦ଟଙ୍କା ରହିଛି। ସେହିପରି ସାଲେପୁରରୁ ଆସିଥିବା ଅକ୍ଷୟ କୁମାର ସେଠୀଙ୍କ କାର୍ଡବୋର୍ଡ, କପଡା, ବାଉଁଶ, କାଠରେ ନିର୍ମିତ ପାଲିଙ୍କି, ରଥ, ଡଙ୍ଗା ଆଦି ଦେଖିବାକୁ ଓ କିଣିବାକୁ ଭିଡ଼ ଜମୁଛି। ଏହା ବ୍ୟତୀତ ପୁରୀରୁ ଆସିଥିବା ସୌମ୍ୟରଞ୍ଜନ କରଙ୍କ ରୁପାରେ ନିର୍ମିତ ଇଅରିଂ, ଓଡ଼ିଶୀ କଷ୍ଟ୍ୟୁମ୍‌ ପ୍ରଦର୍ଶନୀର ଅନ୍ୟ ଏକ ଆକର୍ଷଣ ସାଜିଛି।
କାଗଜମଣ୍ଡରୁ ସୁନ୍ଦର କଳାକୃତି
ପ୍ରଦର୍ଶନୀରେ ଆକର୍ଷଣ ସାଜିଛି କାଗଜମଣ୍ଡଳରୁ ସୁନ୍ଦର କଳାକୃତି। ପିପିଲି ଅଞ୍ଚଳର ସୂର୍ଯ୍ୟନାରାୟଣ ସାହୁ କାଚ ବୋତଲ ଉପରେ କାଗଜ ମଣ୍ଡ ଦେଇ ଆକର୍ଷଣୀୟ କଳାକୃତି ତିଆରି କରିଥିବାବେଳେ କାର୍ଡବୋର୍ଡରେ ନିର୍ମିତ କୁଲା, ବକ୍ସ ଲାଇଟ୍‌, ଫଟୋ ଫ୍ରେମ୍‌, ପେନ୍‌ ଷ୍ଟାଣ୍ଡ୍‌ ଆଦି ଗ୍ରାହକଙ୍କୁ ଆକର୍ଷିତ କରୁଛି। ଗତ ୧୦ ବର୍ଷ ଧରି ସେ ଏହି କଳାକୃତି ତିଆରି କରୁଥିବା ସୂର୍ଯ୍ୟ ନାରାୟଣ କହିଛନ୍ତି। କାଚ ବୋତଲକୁ ଆଣିବା ପରେ କଇଁଆ ଅଠା ସାହାଯ୍ୟରେ ସେଥିରେ କାଗଜ ଗୁଣ୍ଡ ଗୋଳାଯାଇଥାଏ। ତା’ପରେ କାଗଜ ମଣ୍ଡ ସାଙ୍ଗକୁ ବିଭିନ୍ନ ରଙ୍ଗ ଲଗାଇ ସେଥିରେ ଡିଜାଇନ୍‌ ପ୍ରସ୍ତୁତ କରାଯାଏ। ୧୦ରୁ ୧୫ଟି ବୋତଲ ଉପରେ ଡିଜାଇନ୍‌ କରିବାକୁ ପ୍ରାୟ ୨ରୁ ୩ ଦିନ ସମୟ ଲାଗିଥାଏ। ଏଗୁଡିକର ଦାମ୍‌ ୮୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କାଗଜରେ ନିର୍ମିତ ଛୋଟ କୁଲାର ଦାମ୍‌ ୨୫୦ ଟଙ୍କା ରହିଥିବାବେଳେ ବଡ କୁଲାର ଦାମ୍‌ ୨ହଜାର ଟଙ୍କା ରହିଛି। ସେହିପରି ବକ୍ସ ଲାଇଟ୍‌ର ଦାମ୍‌ ୧୪୦୦ ଟଙ୍କା ରହିଛି ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

ଭୟଙ୍କର ହେଲା ଯୁଦ୍ଧ: ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କଲା ଇରାନ

ତେହରାନ,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

ଘରେ ପଶିଲେ କିଛି କହିବା ପୂର୍ବରୁ ଖଣ୍ଡାରେ ହାଣି ଲୁଟିନେଲେ  

ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Iran New Leader: ଖାମେନେଇଙ୍କ ପୁଅ ହେଲେ ଇରାନର ନୂଆ ସୁପ୍ରିମ ଲିଡର, ଆମେରିକାରେ ହାଇ ଆଲର୍ଟ!

ତେହରାନ୍‌,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri