ବିମାନରେ ଆଟେଣ୍ଡାଣ୍ଟଙ୍କୁ ପସନ୍ଦ ଆସିଲାନି ଯୁବତୀଙ୍କ ଡ୍ରେସ୍‌, କହିଲେ ଏମିତି କଥା…

ଓଟାଓ୍ବା,୫ା୮: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ନିଜ ପସନ୍ଦ ଏବଂ ଆରାମ ଲାଗିଲା ଭଳି ପୋଷାକ ପିନ୍ଧିଥାନ୍ତି। ମାତ୍ର ଏହି ଯାତ୍ରା ସମୟରେ ଜଣେ ଯୁବତୀଙ୍କ ଡ୍ରେସ୍‌ ବିମାନ ଆଟେଣ୍ଡାଣ୍ଟଙ୍କୁ ପସନ୍ଦ ଆସି ନ ଥିଲା। ଫଳରେ ସେ ଯୁବତୀଙ୍କୁ ସମସ୍ତ ଯାତ୍ରୀଙ୍କ ସାମ୍ନାରେ ଲଜ୍ଜିତ କରିବା ଭଳି କଥା କହିଥିଲେ। ଖାଲି ଏତିକି ନୁହେଁ, ଆଟେଣ୍ଡାଣ୍ଟ ଯୁବତୀଙ୍କୁ ବିମାନରୁ ବାହାରକୁ ଠେଲି ଦେବାକୁ ମଧ୍ୟ ଧମକ ଦେଇଥିଲେ।

ଏନେଇ ଯୁବତୀ ଜଣକ ଅଭିଯୋଗ କରିବା ସହ ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯୁବତୀ ଜଣକ ନିଜ ଚେହେରା ଲୁଚାଇ ୩୫୦୦୦ ଫୁଟ ଉଚ୍ଚରୁ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ତାଙ୍କ ଡ୍ରେସ ଦେଖି ସମସ୍ତଙ୍କ ସାମ୍ନାରେ ଅପମାନିତ କରିଥିଲେ ବୋଲି ଏହି ଭିଡିଓରେ କହିଛନ୍ତି।

ସିଏରା ଷ୍ଟିଡ୍‌ମ୍ୟାନ୍‌ ନାମକ ଏହି ଯୁବତୀଙ୍କ କହିବା କଥା କାନାଡାରୁ ବିମାନ ଉଡ଼ାଣ କରିବା ସମୟରେ ଆଟେଣ୍ଡାଣ୍ଟ ତାଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ ତାଙ୍କ ଆଖିରେ ଲୁହ ଆସିଥିଲା।

ଏହା ପରେ ସିଏରା ଆଲାସ୍କା ଏୟାରଲାଇନ୍‌କୁ ଏହାର ଜବାବ ମାଗିଥିଲେ। ପରେ ବିମାନ ଆଟେଣ୍ଡାଣ୍ଟ ସିଏରାଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି।

Share