Posted inଜାତୀୟ

ଆକ୍ରମଣ ଆଶଙ୍କା ଘନେଇଲା

ନୂଆଦିଲ୍ଲୀ,୨୯ା୪: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅବଶ୍ୟମ୍ଭାବୀ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଅସିଫ୍‌ ସୋମବାର କହିଛନ୍ତି। ଖୁବ୍‌ଶୀଘ୍ର ଭାରତ ଆକ୍ରମଣ କରିପାରେ। ସେଥିପାଇଁ ରଣକୌଶଳ ନିଷ୍ପତ୍ତି ସ୍ବରୂପ ଆମେ ସୁରକ୍ଷା ବଳକୁ ମଜଭୂତ କରିଛୁ। ଆମ ସ୍ଥିତି ପ୍ରତି ବିପଦ ସୃଷ୍ଟି ହେଲେ ଅଣୁଅସ୍ତ୍ର ବ୍ୟବହାର କରିବୁ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସରକାରଙ୍କୁ ଜଣାଇଦିଆଯାଇଥିବା ଅସିଫ୍‌ ସୂଚନା ଦେଇଛନ୍ତି।
ଆକ୍ରମଣ ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଉଭୟଙ୍କ ମଧ୍ୟରେ ୪୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଦିନକ ପୂର୍ବରୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆତଙ୍କବାଦ ବିରୋଧୀ ପ୍ରମୁଖ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ। ପହଲଗାମ୍‌ ଆକ୍ରମଣର ଅପରାଧୀ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ କଠୋରତମ ଦଣ୍ଡ ଦିଆଯିବ ବୋଲି ରବିବାର ପ୍ରଧାନମନ୍ତ୍ରୀ କହିଥିଲେ। ଆକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହାର ସେନାକୁ ହାଇ ଆଲର୍ଟରେ ରଖିଛି। ୪ ଦିନ ହେଲା ପାକ୍‌ ସେନା ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରୁଥିବାବେଳେ ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଛି।
କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ପାକିସ୍ତାନୀ ସେନା ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକୁ ଖାଲି କରିବାରେ ଲାଗିଛି। ଆତଙ୍କବାଦୀମାନଙ୍କୁ ସେନା ଆଶ୍ରୟସ୍ଥଳ ଏବଂ ବଙ୍କର ମଧ୍ୟକୁ ନିଆଯାଉଥିବା ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ପିଓକେରେ ଆତଙ୍କବାଦୀଙ୍କର ଅନେକ ସକ୍ରିୟ ଲଞ୍ଚ୍‌ପ୍ୟାଡ୍‌ ରହିଛି, ଯେଉଁଠୁ ସେମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଥାନ୍ତି। ସେହି ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକ ଭାରତୀୟ ସୁରକ୍ଷା ବଳ ଚିହ୍ନଟ କରିବା ପରେ ପାକ୍‌ ସେନା ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରିଛି। ପାକିସ୍ତାନ ଏହାର ଆତଙ୍କବାଦ ଭିତ୍ତିଭୂମିକୁ ଭାରତୀୟ ସର୍ଭିଲାନ୍ସଠାରୁ ଲୁଚାଇ ରଖିବାକୁ ଚାହୁଁଛି।
ସୂତ୍ର ଅନୁଯାୟୀ, ପିଓକେରେ ୪୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଏବଂ ପ୍ରଶିକ୍ଷଣ କେନ୍ଦ୍ର ରହିଥିବା ଭାରତୀୟ ସୁରକ୍ଷା ବଳ ଜାଣିବାକୁ ପାଇଥିଲା। ସେଠାରେ ୧୫୦ରୁ ୨୦୦ ତାଲିମପ୍ରାପ୍ତ ଆତଙ୍କବାଦୀ ରହି ଅନୁପ୍ରବେଶ ପାଇଁ ଉଦ୍ୟମ ଚଳାଇଥିଲେ। ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ, ଲଶ୍କର-ଇ-ତୋଇବା ସମେତ ବିଭିନ୍ନ ସଂଗଠନର ମୋଟ ୬୦ ଜଣ ବିଦେଶୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ସକ୍ରିୟ ରହିଥିବା ପୂର୍ବରୁ ପ୍ରକାଶ ପାଇଥିଲା। ଗତ ୨୨ ତାରିଖ ଆକ୍ରମଣ ସହ ଲଶ୍କର-ଇ-ତୋଇବାର ପ୍ରକ୍ସି ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌)ର ୫ରୁ ୬ ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?