ବାଚସ୍ପତିଙ୍କ ଉପରକୁ କଳା ଗାମୁଛା ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ସପ୍ତମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ୧୧.୩୦ ଯାଏ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭ ହେବା କ୍ଷଣି ପୁଣି ଘଣ୍ଟ ବାଡେଇ ବିରୋଧୀ ପ୍ରତିବାଦ କରିଛନ୍ତି। ଫଳରେ ଆଉ ୩୦ ମିନିଟ୍‌ ପାଇଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହାସହ ଭାଜପା ସଦସ୍ୟ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳା ଗାମୁଛା ଫିଙ୍ଗିଥିଲେ। କଂଗ୍ରେସ ମଧ୍ୟ ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଛି।