Categories: ଖେଳ

ଏସିଆ କପ୍‌ ଚାମ୍ପିଅନ୍‌ ଦଳକୁ ମିଳିଲା ଏତିକି ଟଙ୍କା ପୁରସ୍କାର ରାଶି

ଦୁବାଇ,୧୨।୯: ଏସିଆ କପର ୧୫ତମ ସିଜନ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଟି-୨୦ ଟୁର୍ନାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଶ୍ରୀଲଙ୍କା ଟାଇଟଲ ଜିତିଛି। ସାମଗ୍ରିକ ଭାବେ ଏହା ହେଉଛି ଦଳର ଷଷ୍ଠ ଟାଇଟଲ। ଭାରତ ସର୍ବାଧିକ ୭ଥର କବଜା କରିଥିବାବେଳେ ପାକିସ୍ତାନ ଦଳ ମାତ୍ର ୨ ଥର କବଜା ଜିତିଛି। ଫାଇନାଲରେ ପ୍ରଥମେ ଖେଳି ଶ୍ରୀଲଙ୍କା ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ଭାନୁକା ରାଜପାକ୍‌ସେ ଅପରାଜିତ ୭୧ ରନ କରିଥିଲେ। ଏହାର ଜବାବରେ ପାକିସ୍ତାନ ଦଳ ୨୦ ଓଭରରେ ୧୪୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା।
ଏହି ଟୁର୍ନାମେଣ୍ଟ ଏସୀୟ କ୍ରିକେଟ ପରିଷଦ (ଏସିସି) ଦ୍ୱାରା ଆୟୋଜିତ ହୋଇଥିଲା। ଫାଇନାଲ ଜିତିବା ପରେ ଶ୍ରୀଲଙ୍କା ଚାମ୍ପିଅନ ଭାବରେ ୧.୫୦ ଲକ୍ଷ ଡଲାର ପୁରସ୍କାର ରାଶି ଅର୍ଥାତ୍‌ ପ୍ରାୟ ୧.୨୦ କୋଟି ଟଙ୍କା ପାଇଥଲା। ଅନ୍ୟପକ୍ଷରେ ରନର୍ସ ଅପ ପାକିସ୍ତାନକୁ ୭୫୦୦୦ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୬୦ ଲକ୍ଷ ଟଙ୍କା ମିଳିଥିଲା। ପୁରସ୍କାର ବିତରଣ ସମାରୋହରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଉପସ୍ଥିତ ଥିଲେ।
ଲେଗ ସ୍ପିନର ତଥା ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗା ପ୍ଲେୟାର ଅଫ ସିରିଜ ହୋଇଥିଲେ। ସେ ଏହି ଟୁର୍ନାମେଣ୍ଟର ୬ଟି ମ୍ୟାଚରେ ୧୯ଟି ଉଇକେଟ ନେଇଥିଲେ। ଏଥି ସହିତ ବ୍ୟାଟ ସହିତ ସେ ହାରାହାରି ୨୨ରେ ୬୬ ରନ ସଂଗ୍ରହ କରିଥିଲେ।

Share