ଚିଲିକାରେ ୭ ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ, ୧୮ା୧୨(ଡି.ଏନ୍‌.ଏ.): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ ଆଗମନ ବଢ଼ିବାରେ ଲାଗିଛି। ୧୫ ତାରିଖ(ଗୁରୁବାର) ସୁଦ୍ଧା ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୭ ଲକ୍ଷ ୭ ହଜାର ୪୪୧ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ ଲକ୍ଷ ୧୨ ହଜାର ୧୭୮ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଭୂଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, କାଳୁପଡ଼ା, ସାତପଡ଼ା, ଗୁରୁବାଇ, ନୂଆପଡ଼ା, କୃଷ୍ଣପ୍ରସାଦ, ଜହ୍ନିକୁଦା, ସିପକୁଦା, ବାଲିପାଟପୁର ଓ ରମ୍ଭା ଆଦି ଅଞ୍ଚଳରେ ୩ ଲକ୍ଷ ୯୫ ହଜାର ୨୬୩ ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନର୍ଦ୍ଦର୍ନ ପିଣ୍ଟେଲ୍‌, ଗର୍ଡଓ୍ବାଲ୍‌, ସୋଭଲର, କମନ ସେଲଡକ୍‌, ବ୍ଲାକ୍‌ ଟେଲ୍‌ଡ ଗଡଓ୍ବିଟି, ବାର୍ଡ ହେଡେଡ୍‌ ଗୁଚ୍‌, ଫ୍ଲେମିଙ୍ଗୋ ଆଦି ପ୍ରଜାତିର ପକ୍ଷୀ ରହିଛନ୍ତି। ଗତବର୍ଷ ସମଗ୍ର୍ର ଚିଲିକାକୁ ୧୦ ଲକ୍ଷ ୭୪ ହଜାର ପକ୍ଷୀ ଆଗମନ କରିଥିବା ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ଚଳିତ ବର୍ଷ ଶୀତ ପଡ଼ିବାରେ ବିଳମ୍ବ ଯୋଗୁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବା ଆଶଙ୍କା କରାଯାଇଛି।

ଚିଲିକାକୁ ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା। ଶୀତ ପଡ଼ିବାରେ ବିଳମ୍ବ ଯୋଗୁ ପକ୍ଷୀଙ୍କ ଆଗମନରେ ବାଧା ଉପୁଜିଥିଲା। ଗତ କିଛିଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଆସନ୍ତା ୨୧ ତାରିଖରେ ଚିଲିକାରେ ଡଲ୍‌ଫିନ୍‌ ଗଣନା ହେବାକୁ ଥିବା ବେଳେ ଜାନୁୟାରୀ ୪ରେ ପକ୍ଷୀ ଗଣନା ହେବ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀଙ୍କ ବିଚରଣରେ ଯେପରି ବାଧା ନ ଉପୁଜିବ ସେଥିଲାଗି ଗଣନାର ୧୦ ଦିନ ପୂର୍ବରୁ ନଳବଣ ନିଷିଦ୍ଧାଞ୍ଚଳକୁ ଡଙ୍ଗା ଏବଂ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଡିସେମ୍ବର ୨୧ରୁ ୨୩ ତିନିଦିନ ବ୍ୟାପୀ ସମଗ୍ର ଚିଲିକାରେ ଡଲଫିନ୍‌ ଗଣନା ହେବ। ଏଥିପାଇଁ ୨୦ ତାରିଖରେ ଡଲଫିନ୍‌ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଏବଂ ବାଲୁଗାଁଠାରେ ପୃଥକ୍‌ ଭାବେ ଗଣନାକାରୀଙ୍କୁ ତାଲିମ ଦିଆଯିବ। ସାତପଡ଼ାରେ ୮ଟି ଏବଂ ବାଲୁଗାଁରେ ୧୦ ଟିମ୍‌ ରହି ଡଲଫିନ୍‌ ଗଣନା କରିବେ। ଏଥିରେ ଡଙ୍ଗା ଚାଳକ ଏବଂ ଗଣନାକାରୀଙ୍କୁ ମିଶାଇ ମୋଟ୍‌ ୧୪୦ ଜଣ ଅଂଶଗ୍ରହଣ କରିବେ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଗତବର୍ଷ ସମଗ୍ର ଚିଲିକାରେ ୧୬୭ଟି ଡଲ୍‌ଫିନ ଦୃଷ୍ଟିଗୋଚର ହୋଇଥିବା ଗଣନାରୁ ଜଣାପଡ଼ିଥିଲା।
ସେହିପରି ଜାନୁୟାରୀ ୩ ରେ ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯିବ। ୪ ତାରିଖ ଭୋରରୁ ଚିଲିକା ମଧ୍ୟରେ ୨୦ଟି ଦଳ ଗଣନା କରିବେ। ପ୍ରତି ଦଳରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୫ଜଣ ସଦସ୍ୟ ରହିବେ। ଏଥିପାଇଁ ପ୍ରତ୍ୟେକ ଟିମକୁ ଗଣନା କାର୍ଯ୍ୟ ପାଇଁ ଜିପିଏସ୍‌, ବାଇନାକୁଲାର ଏବଂ ୱାକିଟକି ଆଦି ଯନ୍ତ୍ର ଯୋଗାଇ ଦିଆଯିବ। ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ ବୋଲି ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ଏହି ଗଣନା ଦଳରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟି, ୱାଇଲ୍ଡ ଓଡ଼ିଶା, ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ପକ୍ଷୀ ବିଶାରଦମାନେ ସାମିଲ ହେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri