Posted inଜାତୀୟ

ପ୍ରଥମଥର ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ପଶି ମାରିଲେ ସେନା, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର (୧୭ ମଇ, ୨୦୨୫) ଗୁଜରାଟରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦଘାଟନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ। ଲୋକଙ୍କୁ ସମ୍ବୋଧିତ କରିବା ସମୟରେ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାକିସ୍ତାନରେ ଅପରେଶନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାର ପ୍ରଶଂସା କରିଥିଲେ।
ଶାହ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକଶିତ କରିବାରେ କିଛଇ ଉଣା କରି ନ ଥିଲେ, କିନ୍ତୁ ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସୁରକ୍ଷିତ କରିବା ପାଇଁ ମଧ୍ୟ କାମ କରିଥିଲେ।’ ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି କ୍ଷମତା ଗ୍ରହଣ କରିବା ପରଠାରୁ ତିନୋଟି ବଡ଼ ଆକ୍ରମଣ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇଛନ୍ତି।’
ସେ କହିଛନ୍ତି, ‘ଉରି ଆକ୍ରମଣର ଜବାବ ସର୍ଜିକାଲ ଷ୍ଟ୍ରାଇକ ସହିତ ଦିଆଯାଇଥିଲା, ପୁଲୱାମା ଆକ୍ରମଣର ଜବାବ ଏୟାର ଷ୍ଟ୍ରାଇକ ସହିତ ଦିଆଯାଇଥିଲା ଏବଂ ପହଲଗାମ ଆକ୍ରମଣର ଜବାବ ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନକୁ ଦିଆଯାଇଥିଲା।’
ଅପରେଶନ ସିନ୍ଦୂର ସମ୍ପର୍କରେ ଅମିତ ଶାହା କହିଛନ୍ତି, ‘ଭାରତୀୟ ସଶସ୍ତ୍ର ବାହିନୀ ସାହସ ଏବଂ ପରାକାଷ୍ଠା ପ୍ରଦର୍ଶନ କରି ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟକୁ ଧ୍ୱଂସ କରିଥିଲେ। ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିବା ୯ଟି ଆଡ୍ଡାକୁ ଧ୍ୱଂସ କରାଯାଇଥିଲା।’
ସେ ଆହୁରି କହିଛନ୍ତି, ‘ସ୍ବାଧୀନତା ପରେ ଏହା ପ୍ରଥମ ଥର ଯେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଭିତରେ ୧୦୦କିଲୋମିଟର ପ୍ରବେଶ କରି ପ୍ରତିଶୋଧ ନେଇଛନ୍ତି। ଆମର ବୋମା ବିସ୍ଫୋରଣ ଆତଙ୍କବାଦୀମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା ଯେ ଯଦି କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ତାହାର ଦୁଇଗୁଣ ଉତ୍ସାହ ସହିତ ଜବାବ ଦିଆଯିବ।’
ଅମିତ ଶାହ ଏହାବି କହିଛନ୍ତି, ‘ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନ ଭୟଭୀତ ଏବଂ ବିଶ୍ୱ ଆଶ୍ଚର୍ଯ୍ୟରେ ଦେଖୁଛି। ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଭାରତୀୟ ମାଟିରେ ପଡ଼ିପାରିଲା ନାହିଁ, ଗୋଟିଏ ବି ଡ୍ରୋନ ଭାରତୀୟ ସୀମାରେ ପଡ଼ିପାରିଲା ନାହିଁ, ଆମେ ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଛୁ। ଏହା ବ୍ୟତୀତ ପାକିସ୍ତାନରେ ବସିଥିବା ୧୦୦ରୁ ଅଧିକ ଭୟଙ୍କର ଆତଙ୍କବାଦୀଙ୍କୁ ମଧ୍ୟ ନିହତ କରାଯାଇଥିଲା। ଆମେ ନୁର ଖାନ ଏୟାରବେସ ଏବଂ ସରଗୋଧା ଏୟାରବେସ ସମେତ ପାକିସ୍ତାନର ୧୧ଟି ଏୟାରବେସ ଧ୍ୱଂସ କରିଦେଇଛୁ। ଆମେ ହାଇଡ୍ରୋଜେନ ବୋମାର ଧମକକୁ ଭୟ କରିବୁ ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri