୭ ଜିଲାର ୪୨ ବ୍ଲକ ଅଞ୍ଚଳ ଲବଣାକ୍ତ

ଯାଜପୁର ଅଫିସ,୨୨ା୨: ରାଜ୍ୟର ୭ଟି ଉପକୂଳ ଜିଲାରେ ଲବଣତା ଅନ୍ତଃପ୍ରବେଶ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭୂତଳ ଜଳ ବିଭାଗ ବା ଗ୍ରାଉଣ୍ଡ ୱାଟର ଡିପାର୍ଟମେଣ୍ଟ(ଜିଡବ୍ଲ୍ୟୁଡି) ନିର୍ଦ୍ଦେଶାଳୟ ପକ୍ଷରୁ ୧୯୯୫ ରୁ ୨୦୦୧ ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ଲବଣତା ସଂକ୍ରାନ୍ତରେ ସର୍ଭେ ହୋଇଥିଲା। ୨୦୦୧ରେ ଏହି ସର୍ଭେ ଉପରେ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇଥିଲାବେଳେ ୨୦୧୭ରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏକ ସ୍ବତନ୍ତ୍ର ସର୍ଭେ ହୋଇଥିଲା। ଉକ୍ତ ରିପୋର୍ଟରେ ଉପକୂଳବର୍ତ୍ତୀ ଅଞ୍ଚଳର ୬ଟି ବ୍ଲକ ସମ୍ପୂର୍ଣ୍ଣ ଏବଂ ୩୬ଟି ବ୍ଲକ ଆଂଶିକ ଲବଣାକ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏଥିରେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକରେ ସର୍ବାଧିକ ୬୨,୦୪୪ ହେକ୍ଟର ଭୂତଳ ଜଳ ଅତି ନିମ୍ନମାନର ବୋଲି ଜଣାପଡିଥିଲା। ହେଲେ ଏହି ସର୍ଭେ ରିପୋର୍ଟକୁ ୨୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ବିଭାଗୀୟ ପଦକ୍ଷେପ ନୈରାଶ୍ୟଜନକ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ପାନୀୟ ଏବଂ ଜଳସେଚନ ସମସ୍ୟାରେ ରୁନ୍ଧି ହେଉଥିବା ମତପ୍ରକାଶ ପାଇଛି।
ଜଳସମ୍ପଦ ବିଭାଗରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ଜିଲାର ବାହାଙ୍ଗା, ବାଲେଶ୍ୱର, ବାଲିଆପାଳ, ବସ୍ତା, ଭୋଗରାଇ ଓ ରେମୁଣା ବ୍ଲକରେ ଆଂଶିକ ଲବଣାକ୍ତ ଥିବା ଜଣାପଡିଛି। ସେହିପରି ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ ହୋଇଥିବାବେଳେ ବାସୁଦେବପୁର, ଧାମନଗର ଓ ତିହିଡି, ଗଞ୍ଜାମ ଜିଲାର ଛତ୍ରପୁର, ଚିକିଟି, ଗଞ୍ଜାମ, ଖଲିକୋଟ ଓ ରଙ୍ଗେଇଲୁଣ୍ଡା, ଜଗତ୍‌ସିଂହପୁର ଜିଲାର ଏରସମା ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ ହୋଇଥିବାବେଳେ ବାଲିକୁଦା, କୁଜଙ୍ଗ ଓ ନୂଆଗାଁ, ଯାଜପୁର ଜିଲାର ବରି, ବିଞ୍ଝାରପୁର ଓ ଦଶରଥପୁର, କେନ୍ଦ୍ରାପଡା ଜିଲାର ମହାକାଳପଡ଼ା, ମାର୍ଶାଘାଇ, ରାଜକନିକା ଓ ରାଜନଗର ବ୍ଲକ ସମ୍ପୂର୍ଣ୍ଣ ଭାବେ ଲବଣାକ୍ତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ା ଜିଲାର ଆଳି, ଡେରାବିଶ, ଗରଦପୁର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଆଂଶିକ ଲବଣାକ୍ତ ରହିଛି। ଅନ୍ୟପକ୍ଷେ ପୁରୀ ଜିଲାର ଅସ୍ତରଙ୍ଗ, ବ୍ରହ୍ମଗିରି, ଡେଲାଙ୍ଗ, ଗୋପ, କାକଟପୁର, କଣାସ, କୃଷ୍ଣପ୍ରସାଦ, ନିମାପଡା, ପିପିଲି, ପୁରୀ ଓ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ଆଂଶିକ ଲବଣତା ରହିଛି। ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୁପା ଓ ଗେଙ୍ଗୁଟି ଦୀପାଞ୍ଚଳ ଲବଣାକ୍ତ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ମାଟି ଅଳ୍ପ ଖୋଳିଲେ ଲୁଣି ପାଣି ବାହାରୁଛି। ୪୨୦୯ ହେକ୍ଟର ଅଞ୍ଚଳରେ ପାଣି ପିଇ ହେଉନି କିମ୍ବା ଚାଷବାସ କାର୍ଯ୍ୟରେ ବ୍ୟବହାର ହୋଇ ପାରୁନାହିଁ। ଫଳରେ ଏହି ବ୍ଲକର ରନତ୍ଗିରି, ମନ୍ଦାରୀ, ଅମଠପୁର ଓ ଶେରପୁର ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ସେହିପରି ବିଞ୍ଝାରପୁର ବ୍ଲକର ୬୪୫୮ ହେକ୍ଟର ଏବଂ ଦଶରଥପୁର ବ୍ଲକର ୮୭୦୦ ହେକ୍ଟର ଅଞ୍ଚଳରେ ଲବଣତା ବ୍ୟାପିଛି। ଏହିସବୁ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ଜଳ ସମ୍ପଦ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳୁଥିଲେ ହେଁ ଏଯାଏ କିଛି ସଫଳତା ମିଳି ପାରିନାହିଁ। ବରୀ ବ୍ଲକର ଲୁଣିଆ ପାଣି ସମସ୍ୟାର ସମାଧାନ କରିବାକୁ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ ସାଜିଥିବାବେଳେ ସେଠାରେ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ(ୟୁଜିପିଏଲ୍‌) ସିଷ୍ଟମ ଜରିଆରେ ଜଳଯୋଗାଣ କରିବାକୁ ପ୍ରସ୍ତାବ ହୋଇଛି। ଅନ୍ୟ ଲବଣାକ୍ତ ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଉଛି। ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କ ପତ୍ର ଅନୁସାରେ ଚୌଧିର୍ଯ୍ୟଗଡ, ଟିକିରି, କୁଶଭଦ୍ରା ଏବଂ ବାଲିଗୁଆଳି ଅଞ୍ଚଳରେ ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଜରିଆରେ ଲବଣାକ୍ତ ହ୍ରାସ କରିବାକୁ ପ୍ରସ୍ତାବ ରହିଛି। ଏହାସହ ବାଲିଆପାଳ, ଭୋଗରାଇ, ଧାମନଗର, ନାଉଗାଁ, ଦଶରଥପୁର, ବିଞ୍ଝାରପୁର, ଆଳି, ଗରଦପୁର, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଓ କାକଟପୁର ବ୍ଲକରେ ରିଚାର୍ଜ ସେଫ୍ଟ ବା ପୁନଃଭରଣ ସୁଡଙ୍ଗ ନିର୍ମାଣ କରାଯାଇଛି। ଏହାବାଦ୍‌ ଭୂତଳ ଜଳ ବୃଦ୍ଧି କରିବାକୁ ଛାତ ଏବଂ ଅରୁଆ ନାମରେ ୨ଟି ଯୋଜନାକୁ ମଞ୍ଜୁର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri