ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ ପାଇଁ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଥିଲେ। ଗୃହର ମଞ୍ଜୁରୀ ମିଳିଲେ ଏହି ଅର୍ଥ କୋଭିଡ୍‌ ପରିଚାଳନା ସମେତ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟପାଇଁ ବିନିଯୋଗ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କୋଭିଡ୍‌-୧୯ର ପ୍ରଭାବ ପୂର୍ବରୁ ରାଜ୍ୟରେ ଚଳିତ ଆର୍ଥିକବର୍ଷ ପାଇଁ ମୂଳ ବଜେଟ ପ୍ରସ୍ତୁତ କରାଯାଇଥିଲା। ବଜେଟରେ ବିଭିନ୍ନ ବିଭାଗର ଭିତ୍ତିଭୂମି ବିକାଶ ଜରିଆରେ ନୂତନ ଓଡ଼ିଶା ଗଠନର ଆଭିମୁଖ୍ୟ ରହିଥିଲା। ମାତ୍ର କୋଭିଡ୍‌-୧୯ ଲାଗି ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ନିମନ୍ତେ ଚଳିତ ଆର୍ଥିକବର୍ଷର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡ଼ିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ମହାମାରୀକୁ ଆଖିଆଗରେ ରଖି ଅତିରିକ୍ତ ବଜେଟରେ ‘ଆବଣ୍ଟନର ପୁନଃ ପ୍ରାଥମିକତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ୍‌ ପରିଚାଳନା ଉପରେ ଫୋକସ୍‌ ରହିଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋଭିଡ୍‌ ଯୋଦ୍ଧା ପ୍ୟାକେଜ୍‌, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମିଶନ ଶକ୍ତି ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି। ଏହି ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ୭.୫%। ସମୁଦାୟ ଅତିରିକ୍ତ ବଜେଟର ୬୬.୩୫% କାର୍ଯ୍ୟକ୍ରମ ବ୍ୟୟ ତଥା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମୋଟ ୭,୪୩୮ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧,୬୨୭ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୨,୦୪୧ କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧,୦୭୭ କୋଟି, ଭିତ୍ତିଭୂମି କ୍ଷେତ୍ର ପାଇଁ ୧,୬୦୩ କୋଟି, ଶିକ୍ଷା, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ପାଇଁ ୫୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କରୋନା ପ୍ରଭାବ ସତ୍ତ୍ୱେ ଚଳିତବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଆଦାୟ ରାଜସ୍ବ ତୁଳନାରେ ୧.୭% ଅଧିକ ରହିଛି। ଅଧିକ ରାଜସ୍ବ ଆଦାୟ ଏବଂ ଋଣ ଉପରେ ନିର୍ଭରଶୀଳତା କମ୍‌ କରିବା ପାଇଁ ରାଜ୍ୟ ସରକାର ବକେୟା ରାଜସ୍ବ ଆଦାୟ ଏବଂ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ବଳକା ୬,୭୯୦ କୋଟି ଟଙ୍କା ରହିଛି। ତେଣୁ ସମ୍ବଳ ସଂଗ୍ରହ ନେଇ ସଦସ୍ୟମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଥିଲେ। ତେବେ କେନ୍ଦ୍ରୀୟ ଅନୁଦାନ ଏବଂ କେନ୍ଦ୍ର ଟିକସରେ ରାଜ୍ୟ ଅଂଶ ପ୍ରାପ୍ତିରେ ହ୍ରାସ ହେବା ଆମ ପାଇଁ ଚିନ୍ତାର ବିଷୟ ବୋଲି ପୂଜାରୀ କହିଛନ୍ତି। ଅତିରିକ୍ତ ବଜେଟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସହିତ ମୁୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋଭିଡ୍‌-୧୯ ପାଇଁ ଘୋଷିତ ପ୍ୟାକେଜ୍‌ ଏବଂ ଅନ୍ୟ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଥିବା ସେ କହିଥିଲେ।
ବିଲ୍‌କୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦୁର୍ନୀତିଗ୍ରସ୍ତ ସରକାରଙ୍କ ହାତରେ ଟ୍ରେଜେରି ଚାବିକାଠି ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ୯ଟି ଖଣି ମାଲିକ ୩ବର୍ଷରେ ୩୬୦୦ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି। ଖଣିଜଭରା ଜମି ଉପରେ ସରକାର ଟିକସ ନେଉ ନ ଥିବାରୁ ରାଜ୍ୟ ରାଜକୋଷକୁ ୪୦ ହଜାର କୋଟି ଟଙ୍କା କ୍ଷତି ହୋଇଛି। ଖଣି ମାଫିଆଙ୍କୁ ସମର୍ଥନ କରି ରାଜ୍ୟ ସରକାର ଭୁଲ୍‌ ବିଲ୍‌ ପାସ୍‌ କରିବା ଦ୍ୱାରା ରାଜ୍ୟ ରାଜକୋଷରୁ ଅର୍ଥହାନି ହେଉଛି। ଖଣି ମାଫିଆଙ୍କ ସରକାର ଚାଲିଛି ବୋଲି ନରସିଂହ କହିଥିଲେ। ଏହାସହ ସେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରିଥିଲେ। ସେହିଭଳି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରି କହିଥିଲେ, ସରକାରଙ୍କର ଅଧିକ ଟଙ୍କା ଦୁର୍ନୀତିରେ ଯାଉଛି। ରାଜ୍ୟ ସରକାର ନିଜ ସ୍ବାର୍ଥ ପାଇଁ ଏଭଳି ଅତିରିକ୍ତ ବଜେଟ ଆଣିଛନ୍ତି। ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଓ ପିସି କାରବାର ଚାଲିଛି। ଗରିବ ଲୋକମାନେ ଟଙ୍କାଟିଏ ବି ପାଉନାହାନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଲ୍‌କୁ ବିରୋଧ କରି ପଞ୍ଚାୟତସ୍ତରରେ ଦୁର୍ନୀତି ଏବେ ଚରମସୀମାରେ ପହଞ୍ଚତ୍ଥିବା କହିଥିଲେ। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌କୁ ସମର୍ଥନ କରିଥିଲେ। କୋଭିଡ୍‌ ପରିଚାଳନାରେ ଓଡ଼ିଶା ମଡେଲ ରାଜ୍ୟ ସାଜିଛି। ରାଜ୍ୟରେ ମହାବାତ୍ୟା ଫନୀର ସଫଳ ମୁକାବିଲା କରାଯାଇଛି। ରାଜ୍ୟ ସରକାର ଆର୍ଥିକ ବ୍ୟବସ୍ଥାର ସୁପରିଚାଳନା କରୁଥିବା ସେ କହିଥିଲେ। ସେହିଭଳି ବିଜେଡି ସଦସ୍ୟା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ବିଲ୍‌ ସମର୍ଥନରେ ମତ ରଖିଥିଲେ।
ଏପଟେ ନରସିଂହ ମିଶ୍ରଙ୍କ ଖଣି ଦୁର୍ନୀତି ପ୍ରସଙ୍ଗରେ ଉତ୍ତର ରଖି ଅର୍ଥମନ୍ତ୍ରୀ କହିଥିଲେ, ୯ଟି ଖଣିରେ ବେଆଇନ ଉତ୍ତୋଳନ ମାମଲା ଏବେ ଲୋକାୟୁକ୍ତଙ୍କ ବିଚାରାଧୀନ ରହିଛି। ରାଜ୍ୟ ସରକାର ଏ ବାବଦକୁ ଲୋକାୟୁକ୍ତଙ୍କ ନିକଟରେ ପକ୍ଷ ରଖିସାରିଛନ୍ତି। ମାମଲାର ରାୟ ପାଇଁ ଲୋକାୟୁକ୍ତଙ୍କ ଆଦେଶକୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ମିନେରାଲ୍‌ ବିୟରିଂ ଲ୍ୟାଣ୍ଡ୍‌ ଟାକ୍ସ ବାବଦକୁ କଂଗ୍ରେସ ବିଧାୟକ ଦଳ ନେତା ଦେଇଥିବା ମତାମତକୁ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ଇସ୍ପାତ ଏବଂ ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଅର୍ଥମନ୍ତ୍ରୀ ପୂଜାରୀ ଉତ୍ତର ରଖିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚନିକ ଭୋଟ୍‌ ମାଧ୍ୟମରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ କରାଇଥିଲେ। ତେବେ ଭାଜପା ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ବ୍ୟୟମଞ୍ଜୁରୀ ଆଲୋଚନାରେ ଅଂଶଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri