ବଢିଲା ଏକକ ୟୁଜି ପ୍ରବେଶିକା ପରୀକ୍ଷାର ଆବେଦନ ଅବଧି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଆବେଦନ ଅବଧି ପୁଣି ବଢିଛି । ଛାତ୍ରୀଛାତ୍ର ଆସନ୍ତା ୩୧ ତାରିଖ ରାତି ୯ଟା ଯାଏ ଅନଲାଇନ୍‌ରେ ଆବେଦନ କରିପାରିବେ । ସେହିଦିନ ମଧ୍ୟରାତ୍ରି ଯାଏ ସେମାନେ ଫି’ ଦାଖଲ କରିପାରିବେ । ସେହିପରି ୩୧ ଯାଏ ଛାତ୍ରୀଛାତ୍ର ନାମଲେଖାରେ ତ୍ରୁଟି ସଂଶୋଧନ କରିବେ ।