୭୬ ବର୍ଷ ହେଲା ଭଡ଼ାଘରେ ଚାଲିଛି ଉପଡାକଘର

ଲାଠୋର,୧୭ା୬(ଭୁବନେଶ୍ବର ବାରିକ) ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ରୋଡ଼ରେ ରହିଥିବା ଉପଡାକଘର ୭୬ବର୍ଷ ହେଲା ଭଡ଼ା ଘରେ ଚାଲିଛି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ଆଜି ଏଠି ତ କାଲି ପୁଣି ଅନ୍ୟ କେଉଁଠି ଡାକଘର ଚାଲିଛି। ଗତ ୧୯୪୭ ମସିହାରେ ହରିଶଙ୍କର ରୋଡରେ ଏକ ଶାଖା ଡାକଘର ଖୋଲା ଗଲା ଏବଂ ୪ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଗ୍ରାମ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏକ ଛୋଟିଆ କୋଠରୀରେ କାମ ଆରମ୍ଭ କରାଗଲା। କାମ ଚାଲିବାର ୨୦ ବର୍ଷ ପରେ ୧୯୬୭ ମସିହାରେ ସଂପୃକ୍ତ ଶାଖା ଡାକଘର ଉପ ଡାକଘର ମାନ୍ୟତା ପାଇଲା। ମାନ୍ୟତା ପାଇବା ପରେ ଏହି ଡାକଘର ଅଧୀନରେ ଅଞ୍ଚଳର ମାଲପଡା, ବେନ୍ଦେର, ଫୁଲକିମୁଣ୍ଡା, ସୁନାମୁଦି, ଟଙ୍କପାଣି, ବଡ଼ ଡକଲା, ଘୁନେଶ, ଢୋଲମାନ୍ଦଲ ଏବଂ ମହୁଲପାଟି ଗ୍ରାମମାନଙ୍କୁ ସମୁଦାୟ ୯ ଗୋଟି ଶାଖା ଡାକଘର ଖୋଲି ସେଠାରେ ମଧ୍ୟ କର୍ମଚାରୀ ନିଯୁକ୍ତି ଦେଇ ଶତାଧିକ ଗ୍ରାମର ଅଧିବାସୀଙ୍କୁ ଡାକ ସେବା ଯୋଗାଇବା ବ୍ୟବସ୍ଥା କରାଗଲା। ଫଳରେ ଉପ ଡାକଘର କାମ ବଢିବା ହେତୁ ବିଦ୍ୟାଳୟରେ ଚାଲିଥିବା ଉପ ଡାକଘରକୁ ଜାଗା କୁଳାଇଲା ନାହିଁ। ବାଧ୍ୟହୋଇ ସେଠାରୁ ଡାକଘରକୁ ଗ୍ରାମର ସ୍ବର୍ଗତ ତେଜୁରାମ ଅଗ୍ରୱାଲଙ୍କ ଭଡ଼ା ଘରକୁ ସ୍ଥାନାନ୍ତରଣ କରାଗଲା। ଧୀରେ ଧୀରେ ଲୋକ ଶିକ୍ଷିତ ହେଲେ ଡାକଘର ଉପରେ ଅଧିକ ଲୋକ ନିର୍ଭର କଲେ, କାମ ମଧ୍ୟ ବଢ଼଼ି ଚାଲିଲା। ହେଲେ ଡାକ ବିଭାଗ ନିଜସ୍ବ ଘର ନିର୍ମାଣ କରିବା ପରିବର୍ତ୍ତେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଉପ ଡାକଘରକୁ ସେଠାରୁ ପୁଣି ୧୯୮୭ ମସିହାରେ ଲାଠୋର ସେବା ସମବାୟ ସମିତି ସମ୍ମୁଖରେ ରହିଥିବା ଅବଧୂତ ନାଏକଙ୍କ ଭଡ଼ା ଘରକୁ ଡାକଘର ଉଠେଇ ନେଲେ। ସେଠାରେ ଦୀର୍ଘ ୨୬ ବର୍ଷ ଡାକଘର ଚାଲିବା ପରେ ଘର ମାଲିକ ଘର ଛାଡ଼ିବା ପାଇଁ କହିବାରୁ ଡାକଘର କର୍ତ୍ତୃପକ୍ଷ ଗତ ୨୫ ଫେବୃୟାରୀ ୨୦୧୩ ମସିହାରୁ ଆଜିଯାଏ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ରହିଥିବା ବିଶ୍ୱନାଥ ଦତ୍ତଙ୍କ ଭଡ଼ା ଘରେ ୧୦ବର୍ଷ ହେବ ହରିଶଙ୍କର ରୋଡ ଉପଡାକଘର ଚାଲିଛି। ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଡାକଘର ସ୍ଥାନ ପରିବର୍ତ୍ତନ କରୁଥିବା ହେତୁ ଏଠାରେ ସ୍ଥାୟୀ ଭାବେ ଡାକଘର ରହିବ ନା ପୁଣି କାଲି ଅନ୍ୟ କୌଣସି ସ୍ଥାନକୁ ପରିବର୍ତ୍ତନ ହେବ ସେନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ୧୯୮୦ ମସିହାରେ ଅଞ୍ଚଳର ଜନସାଧାରଣ ଡାକଘର ନିର୍ମାଣ ସକାଶେ ସରକାରୀ ଜାଗା ପ୍ରଦାନ କରିବା ପାଇଁ ତତ୍କାଳୀନ ପାଟଣାଗଡ଼ ତହସିଲଦାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ ସୁଦ୍ଧା ଆଜିଯାଏ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଲାଠୋର ଗ୍ରାମର କିଛି ଲୋକ ପ୍ରକାଶ କରିଛନ୍ତି। ଦୀର୍ଘ ୭୬ ବର୍ଷ ମଧ୍ୟରେ ଡାକ ବିଭାଗ ଡାକଘର ଚଳାଇବା ପାଇଁ ଭଡ଼ା ଘରେ ଯେତିକି ଟଙ୍କା ବ୍ୟୟ କରିଛି ସେତିକି ଟଙ୍କାରେ ନିଜସ ଗୃହ ନିର୍ମାଣ ହୋଇପାରିଥାନ୍ତା। ଅଯଥାରେ ସରକାରୀ ପଇସା ଖର୍ଚ୍ଚ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। ଦିନକୁ ଦିନ ଯୁଗ ପରିବର୍ତ୍ତନ ସହ ବିଭିନ୍ନ ପ୍ରକାର ଡିଜିଟାଲ ମାଧ୍ୟମ ବାହାରିଥିଲେ ମଧ୍ୟ ଆଜିବି ଡାକଘରେ ଲୋକଙ୍କ କାମ ପଡୁଛି। ଏନେଇ ପୋଷ୍ଟ ମାଷ୍ଟର ଆକାଶ କୁମାର ପାଣିଗ୍ରାହୀଙ୍କୁ ପଚାରିବାରେ ଯେଉଁଠି ସରକାରୀ ଗୃହ ନାହିଁ ସେଠାର ଭଡ଼ା ଘରେ ଡାକଘର ଚାଲିଛି। ବାକି କଥା ଉପରିସ୍ଥ ଅଧିକାରୀ କହି ପାରିବେ ବୋଲି କହିଥିଲେ। ତେବେ ଡାକ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri