ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ରହିଛି ନଜର

ଭୁବନେଶ୍ୱର,୧୮ା୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ହେବ। ଏଭଳି ସ୍ଥିତିରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ପ୍ରାର୍ଥୀ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି। ସବୁ ଲୋକ ସଭା ଏବଂ ବିଧାନସଭା ଆସନରେ କିପରି ଉପଯୁକ୍ତ ପ୍ରାର୍ଥୀ ଦେବେ ତାକୁ ନେଇ ୩ ଦଳ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ ଶନିବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ୍ବାରି ଦଳର ସାଙ୍ଗଠନିକ ସ୍ଥିତି ଏବଂ ପ୍ରାର୍ଥୀ ଚୟନ ନେଇ ସମୀକ୍ଷା କରୁଥିବା ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସ ତା’ର ପ୍ରଦେଶ ନିର୍ବାଚନ କମିଟି ବୈଠକ ଶେଷ କରିଦେଇଥିବା ବେଳେ ଦୁଇଥର ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ କରିସାରିଛି। ତେବେ ଆସନ୍ତା ୧୯ରେ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ତୃତୀୟ ଥର ଲାଗି ସ୍କ୍ରିନିଂ କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି। ଏହାରି ଭିତରେ ୩ ଦଳର ନେତୃତ୍ୱଙ୍କ ଲାଗି ବର୍ତ୍ତମାନ ପ୍ରାର୍ଥୀ ଚୟନ କରିବା ବିଷୟଟି ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।
କିଛିଦିନ ତଳେ ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁଭଳି ଚର୍ଚ୍ଚା ଆଲୋଚନା ଚାଲିଥିଲା, ବର୍ତ୍ତମାନ ସ୍ଥିତିରେ ସେଭଳି କିଛି ଆଉ ଆଭାସ ମିଳୁନାହିଁ। ଉଭୟ ଦଳର ନେତାମାନେ ମେଣ୍ଟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି। ହେଲେ ରାଜ୍ୟର ଏକ ନମ୍ବର ଏବଂ ଦୁଇ ନମ୍ବର ଦଳ ପରସ୍ପର ବିରୋଧରେ ସେଭଳି କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବାର ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବି ଦୁଇ ଦଳର ନେତା ଏବଂ କର୍ମୀମାନେ ମେଣ୍ଟ ବିଷୟ ନେଇ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି। ଏନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ଗୋଇନ୍ଦା ରିପୋର୍ଟ ପ୍ରଦାନ କରୁଥିଲେ ସୁଦ୍ଧା ବିଜେଡି ଏବଂ ଭାଜପା ନେତୃତ୍ୱ ଖୋଲାଖୋଲି ଖଣ୍ଡନ କରୁ ନ ଥିବା ବେଳେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି। ଏପରି ସ୍ଥିତିରେ ଭାଜପା ପକ୍ଷରୁ ଦୁଇ ଥର ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି) ବୈଠକ ବସି ପାଖାପାଖି ୩୦୦ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇସାରିଛି। କିନ୍ତୁ ଓଡ଼ିଶାକୁ ଏହି ଦୁଇଟି ଯାକ ତାଲିକାରେ ସାମିଲ କରାଯାଇନାହିଁ। ତେଣୁ ଶନିବାର ଭାଜପାର ବସିଥିବା ରାଜ୍ୟ ନିର୍ବାଚନ କମିଟି ବୈଠକରେ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ପ୍ରାର୍ଥୀ ତାଲିକା ଶର୍ଟ ଲିଷ୍ଟ କରାଯାଇଛି। ନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ରାଜ୍ୟରେ ପୂରା ଦମ୍‌ ଲଗାଇ ଲଢ଼ିବା ପାଇଁ ଦଳ ପ୍ରସ୍ତୁତ ହୋଇଛି। ତାଲିକା ଦିଲ୍ଲୀ ପଠାଯିବ। ଖୁବ୍‌ଶୀଘ୍ର ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ପ୍ରତାପ କହିଛନ୍ତି।
ଅନ୍ୟପଟେ ବିଜେଡିରୁ ଟିକେଟ ନେବା ପାଇଁ ପ୍ରବଳ ଆଶାୟୀ ରହିଛନ୍ତି। କହିବାକୁ ଗଲେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଏକାଧିକ ଆଶାୟୀ ଏବେ ଟିକେଟ ଚିନ୍ତାରେ ନବୀନ ନିବାସ ଚାରିପାଖରେ ବୁଲୁଛନ୍ତି। ହେଲେ ମେଣ୍ଟ ବିଷୟ ଚର୍ଚ୍ଚା ପରଠାରୁ ଏ ପର୍ଯ୍ୟନ୍ତ ଦଳର ଆଗଧାଡ଼ିର ନେତାମାନେ ମଧ୍ୟ ଦ୍ୱନ୍ଦ୍ୱ ଭିତରୁ ବାହାରି ପାରିନାହାନ୍ତି। ଦଳର କାର୍ଯ୍ୟକ୍ରମ ଦେଖିବା ପରେ ସେମାନଙ୍କୁ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନ ଥିବା ମତ ରଖୁଛନ୍ତି। ଏବେ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଆଧାରରେ ଦଳର ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟାକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଛଡା ବିଭିନ୍ନ ସର୍ଭେ ସଂସ୍ଥାକୁ ରାଜ୍ୟରେ ଶାସକ ଏବଂ ବିରୋଧୀ ସବୁ ଦଳ ନିୟୋଜିତ କରିଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ହିଁ ଦଳ ପ୍ରାୟ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡୁଛି। ତେଣୁ ବିଜେଡି କେବେସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ଆଗକୁ କି ପଦକ୍ଷେପ ନେବ ତାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି। ସେହିପରି କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରିବ ବୋଲି ବହୁ ଆଗରୁ ଦମ୍ଭୋକ୍ତି ଦେଖାଉଥିଲା। ହେଲେ ମେଣ୍ଟ ଆଲୋଚନା ପରଠାରୁ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ ନ କରି ମେଣ୍ଟ ହେବ ନା ନାହିଁ ତାକୁ ଅପେକ୍ଷା କରିଛି। ଯଦି ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହୁଏ ତେବେ ଉଭୟ ଦଳର ଅସନ୍ତୁଷ୍ଟମାନଙ୍କୁ ଦଳ କଂଗ୍ରେସରେ ସାମିଲ କରି ଟିକେଟ ଦେବାକୁ ଆଶା ରଖିଥିବା ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି। ଭାଜପା ଭଳି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ବିଭିନ୍ନ ରାଜ୍ୟ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ ମଧ୍ୟ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ସାମିଲ କରିନାହାନ୍ତି। ଆସନ୍ତା ମଙ୍ଗଳବାର ସ୍କ୍ରିନିଂ କମିଟି ପରେ ଦଳ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ମୁମ୍ବାଇଠାରେ ରବିବାର ଆୟୋଜିତ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri