ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ରହିଛି ନଜର

ଭୁବନେଶ୍ୱର,୧୮ା୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ହେବ। ଏଭଳି ସ୍ଥିତିରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ପ୍ରାର୍ଥୀ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି। ସବୁ ଲୋକ ସଭା ଏବଂ ବିଧାନସଭା ଆସନରେ କିପରି ଉପଯୁକ୍ତ ପ୍ରାର୍ଥୀ ଦେବେ ତାକୁ ନେଇ ୩ ଦଳ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ ଶନିବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ୍ବାରି ଦଳର ସାଙ୍ଗଠନିକ ସ୍ଥିତି ଏବଂ ପ୍ରାର୍ଥୀ ଚୟନ ନେଇ ସମୀକ୍ଷା କରୁଥିବା ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସ ତା’ର ପ୍ରଦେଶ ନିର୍ବାଚନ କମିଟି ବୈଠକ ଶେଷ କରିଦେଇଥିବା ବେଳେ ଦୁଇଥର ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ କରିସାରିଛି। ତେବେ ଆସନ୍ତା ୧୯ରେ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ତୃତୀୟ ଥର ଲାଗି ସ୍କ୍ରିନିଂ କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି। ଏହାରି ଭିତରେ ୩ ଦଳର ନେତୃତ୍ୱଙ୍କ ଲାଗି ବର୍ତ୍ତମାନ ପ୍ରାର୍ଥୀ ଚୟନ କରିବା ବିଷୟଟି ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।
କିଛିଦିନ ତଳେ ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁଭଳି ଚର୍ଚ୍ଚା ଆଲୋଚନା ଚାଲିଥିଲା, ବର୍ତ୍ତମାନ ସ୍ଥିତିରେ ସେଭଳି କିଛି ଆଉ ଆଭାସ ମିଳୁନାହିଁ। ଉଭୟ ଦଳର ନେତାମାନେ ମେଣ୍ଟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି। ହେଲେ ରାଜ୍ୟର ଏକ ନମ୍ବର ଏବଂ ଦୁଇ ନମ୍ବର ଦଳ ପରସ୍ପର ବିରୋଧରେ ସେଭଳି କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବାର ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବି ଦୁଇ ଦଳର ନେତା ଏବଂ କର୍ମୀମାନେ ମେଣ୍ଟ ବିଷୟ ନେଇ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି। ଏନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ଗୋଇନ୍ଦା ରିପୋର୍ଟ ପ୍ରଦାନ କରୁଥିଲେ ସୁଦ୍ଧା ବିଜେଡି ଏବଂ ଭାଜପା ନେତୃତ୍ୱ ଖୋଲାଖୋଲି ଖଣ୍ଡନ କରୁ ନ ଥିବା ବେଳେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି। ଏପରି ସ୍ଥିତିରେ ଭାଜପା ପକ୍ଷରୁ ଦୁଇ ଥର ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି) ବୈଠକ ବସି ପାଖାପାଖି ୩୦୦ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇସାରିଛି। କିନ୍ତୁ ଓଡ଼ିଶାକୁ ଏହି ଦୁଇଟି ଯାକ ତାଲିକାରେ ସାମିଲ କରାଯାଇନାହିଁ। ତେଣୁ ଶନିବାର ଭାଜପାର ବସିଥିବା ରାଜ୍ୟ ନିର୍ବାଚନ କମିଟି ବୈଠକରେ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ପ୍ରାର୍ଥୀ ତାଲିକା ଶର୍ଟ ଲିଷ୍ଟ କରାଯାଇଛି। ନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ରାଜ୍ୟରେ ପୂରା ଦମ୍‌ ଲଗାଇ ଲଢ଼ିବା ପାଇଁ ଦଳ ପ୍ରସ୍ତୁତ ହୋଇଛି। ତାଲିକା ଦିଲ୍ଲୀ ପଠାଯିବ। ଖୁବ୍‌ଶୀଘ୍ର ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ପ୍ରତାପ କହିଛନ୍ତି।
ଅନ୍ୟପଟେ ବିଜେଡିରୁ ଟିକେଟ ନେବା ପାଇଁ ପ୍ରବଳ ଆଶାୟୀ ରହିଛନ୍ତି। କହିବାକୁ ଗଲେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଏକାଧିକ ଆଶାୟୀ ଏବେ ଟିକେଟ ଚିନ୍ତାରେ ନବୀନ ନିବାସ ଚାରିପାଖରେ ବୁଲୁଛନ୍ତି। ହେଲେ ମେଣ୍ଟ ବିଷୟ ଚର୍ଚ୍ଚା ପରଠାରୁ ଏ ପର୍ଯ୍ୟନ୍ତ ଦଳର ଆଗଧାଡ଼ିର ନେତାମାନେ ମଧ୍ୟ ଦ୍ୱନ୍ଦ୍ୱ ଭିତରୁ ବାହାରି ପାରିନାହାନ୍ତି। ଦଳର କାର୍ଯ୍ୟକ୍ରମ ଦେଖିବା ପରେ ସେମାନଙ୍କୁ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନ ଥିବା ମତ ରଖୁଛନ୍ତି। ଏବେ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଆଧାରରେ ଦଳର ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟାକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଛଡା ବିଭିନ୍ନ ସର୍ଭେ ସଂସ୍ଥାକୁ ରାଜ୍ୟରେ ଶାସକ ଏବଂ ବିରୋଧୀ ସବୁ ଦଳ ନିୟୋଜିତ କରିଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ହିଁ ଦଳ ପ୍ରାୟ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡୁଛି। ତେଣୁ ବିଜେଡି କେବେସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ଆଗକୁ କି ପଦକ୍ଷେପ ନେବ ତାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି। ସେହିପରି କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରିବ ବୋଲି ବହୁ ଆଗରୁ ଦମ୍ଭୋକ୍ତି ଦେଖାଉଥିଲା। ହେଲେ ମେଣ୍ଟ ଆଲୋଚନା ପରଠାରୁ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ ନ କରି ମେଣ୍ଟ ହେବ ନା ନାହିଁ ତାକୁ ଅପେକ୍ଷା କରିଛି। ଯଦି ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହୁଏ ତେବେ ଉଭୟ ଦଳର ଅସନ୍ତୁଷ୍ଟମାନଙ୍କୁ ଦଳ କଂଗ୍ରେସରେ ସାମିଲ କରି ଟିକେଟ ଦେବାକୁ ଆଶା ରଖିଥିବା ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି। ଭାଜପା ଭଳି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ବିଭିନ୍ନ ରାଜ୍ୟ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲେ ମଧ୍ୟ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ସାମିଲ କରିନାହାନ୍ତି। ଆସନ୍ତା ମଙ୍ଗଳବାର ସ୍କ୍ରିନିଂ କମିଟି ପରେ ଦଳ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ମୁମ୍ବାଇଠାରେ ରବିବାର ଆୟୋଜିତ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri