ଉଦ୍ୟୋଗୀ ହେବା ପାଇଁ ନିରନ୍ତର ଉଦ୍ୟମ ଲୋଡ଼ା

ଗଞ୍ଜାମର ଗ୍ରାମାଞ୍ଚଳରୁ ଜୀବନ ଆରମ୍ଭକରି ଗ୍ରାମ୍ୟ ପରିବେଶରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଅତି ନିକଟରୁ କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରିଚାଳନାଗତ ଦକ୍ଷତା ଆହରଣ କରିପାରିଥିଲେ। ମାତ୍ର ଜୀବନରେ ଆଗକୁ ବଢ଼ିବାର ଆଶା ସବୁ ବାଧାକୁ ଅତିକ୍ରମ କରିଥିଲା। ଉଦ୍ୟୋଗୀ ମଣିଷ ପାଇଁ ନିରନ୍ତର ଉଦ୍ୟମ ହିିଁ ସର୍ବଶ୍ରେଷ୍ଠ ବୋଲି ସେ ପ୍ରମାଣିତ କଲେ। ନା ଥିଲା ଅର୍ଥ, ସମ୍ପତ୍ତି ବା ପ୍ରୋତ୍ସାହନ, କିନ୍ତୁ ସେ ଆଜି ଜଣେ ପରିଚିତ ଶିଳ୍ପପତି। ସରୋଜ କୁମାର ପାତ୍ର, ପରିଚାଳନା ନିର୍ଦ୍ଦେଶକ, ସୌକିନ୍‌ ଇଣ୍ଡଷ୍ଟ୍ରିଜ ପ୍ରା.ଲିଃଙ୍କ ଧରିତ୍ରୀ ସହ ଏକ ଆଳାପ…

ପ୍ର- ବୃତ୍ତିଗତ ପୂର୍ବରୁ ଜୀବନ କିପରି ଥିଲା?
ଉ- ଗଞ୍ଜାମ ସୋରଡ଼ା ଥାନାର ନୂଆଗଡ଼ରେ ମୋର ଜନ୍ମ। ଗ୍ରାମ୍ୟ ପରିବେଶରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ପରେ ଡି. ଫାର୍ମାରେ ନାମ ଲେଖାଇଲି। ଏଥିରେ ସଫଳ ଭାବେ ଉତ୍ତୀର୍ଣ୍ଣ ହେବା ପରେ ମୋ ବାପାଙ୍କ ବ୍ୟବସାୟସ୍ଥଳ ରେଙ୍ଗାଲିଠାରେ ଏକ ଔଷଧ ଦୋକାନ ଆରମ୍ଭ କଲି। ମାତ୍ର ଏମ୍‌ବିଏ ଶିକ୍ଷା ପ୍ରତି ମୋର ଅହେତୁକ ଆଗ୍ରହ ରହିଥିଲା। ଏଥିପାଇଁ ଗ୍ରାଜୁଏଶନର ଆବଶ୍ୟକତା ଥିବାରୁ ପୁନଶ୍ଚ ମୁଁ ରେଙ୍ଗାଲି କଲେଜରେ ଡିଗ୍ରୀରେ ନାମ ଲେଖାଇ ଉତ୍ତୀର୍ଣ୍ଣ ହେଲି। ପ୍ରତିଯୋଗିତାମୂଳକ ପରୀକ୍ଷା ମ୍ୟାଟ୍‌ରେ ସପ୍ତମ ସ୍ଥାନରେ ରହି ଏମ୍‌ବିଏ ପଢ଼ିବା ପାଇଁ ଦିଲ୍ଲୀ ଗଲି। ସେଠାରେ ଘଟଣାକ୍ରମେ ଆଇଆଇଏମ୍‌ଟି ଅନୁଷ୍ଠାନରେ ଏମ୍‌ବିଏ ପଢ଼ିଲି।
ପ୍ର- ଚାକିରି ଜୀବନରୁ ବାହାରି ଉଦ୍ୟୋଗପତି ହେବାପାଇଁ ମନ ବଳାଇଲେ କିପରି?
ଉ- ଏମ୍‌ବିଏ ପାସ୍‌ ପରେ ମୁଁ ଏକ କମ୍ପାନୀରେ ଚାକିରି ଜୀବନ ଆରମ୍ଭ କଲି। ଏହି ସମୟରେ ମୁଁ ଦିଲ୍ଲୀର ପ୍ରଗତି ମଇଦାନରେ ହେଉଥିବା ପ୍ରାୟ ବ୍ୟବସାୟିକ ପ୍ରଦର୍ଶନୀଗୁଡ଼ିକ ବୁଲିବାକୁ ଯାଇଥାଏ। ୨୦୦୨ ମସିହାର ଶେଷ ଆଡ଼କୁ ମୁଁ ତକିଆ ତିଆରି ବ୍ୟବସାୟ ଆରମ୍ଭକଲି। ପ୍ର- ସୌକିନ୍‌ ବ୍ରାଣ୍ଡ୍‌କୁ କିପରି ସାରା ଓଡ଼ିଶାରେ ପରିଚିତ କରାଇପାରିଲେ?
ଉ- ଉତ୍ପାଦର ଗୁଣବତ୍ତା,ଗ୍ରାହକଙ୍କ ଚାହିଦା ଓ ମୂଲ୍ୟକୁ ସନ୍ତୁଳିତ ରଖିଲେ ଜିନିଷର ଲୋକପ୍ରିୟତା ବଢ଼େ। ମୁଁ ମଧ୍ୟ ଏହି ଧାରାକୁ ଆପଣାଇଥିଲି। ଏହାପରେ କେତେକ ନାମୀ କମ୍ପାନୀ ପାଇଁ ମୁଁ ଓଇଏମ୍‌ ଭାବେ ତକିଆ ତିଆରିକରି ଯୋଗାଇଦେଇଥିଲି। ଧୀରେ ଧୀରେ ମୋର ବ୍ୟବସାୟ ବୃଦ୍ଧି ଘଟିଲା ଏବଂ ଏହାକୁ ଚିହ୍ନିତ କରିବା ପାଇଁ ସୌକିନ୍‌ ନାମ ରଖିଲି। ଏହା ପରେ ଏକ ନାମୀ ଗଦି କମ୍ପାନୀର ବିତରକ ଭାବେ କାର୍ଯ୍ୟ ଆରମ୍ଭକଲି।
ପ୍ର- ସାମ୍ପ୍ରତିକ ବଜାରରେ ଆପଣଙ୍କ ବ୍ରାଣ୍ଡ୍‌ର ଚାହିଦା କିପରି ଅଛି?
ଉ- ପୂର୍ବରୁ ବିଛଣା କହିଲେ ଲୋକମାନେ ଶପ ବା ମସିଣା ଉପରେ କିଛି ଲୁଗା ବା ହାତ ତିଆରି ତୁଳା ଗଦି ବ୍ୟବହାର କରୁଥିଲେ। ମାତ୍ର ଆଜିର ଯୁଗରେ ସେ ଟ୍ରେଣ୍ଡ୍‌ ପରିବର୍ତ୍ତିତ ହୋଇଛି। ସୌକିନ୍‌ ବ୍ରାଣ୍ଡ୍‌ର ଚାହିଦା ଉତ୍ପାଦନକୁ ବଳିଯାଉଛି।
ପ୍ର-ସୌକିନ୍‌ ବ୍ରାଣ୍ଡ୍‌ ଲୋକପ୍ରିୟ ହେବାର ରହସ୍ୟ କ’ଣ?
ଉ- ଗ୍ରାହକ ଚାହିଦା ଓ ବଜାର ଆବଶ୍ୟକତା ପୂରଣ ସହ ଭ୍ୟାଲୁ ଫର୍‌ ମନି ବ୍ରାଣ୍ଡ୍‌ର ସଙ୍କଳ୍ପ ହୋଇଥିବାରୁ ଆମେ ଗୁଣାତ୍ମକ ସହ ଉଚିତ ମୂଲ୍ୟର ଉତ୍ପାଦ ତିଆରି କରିଥାଉ। ବିଶେଷ କରି ଆମର ଅର୍ଥୋ ରେଞ୍ଜଗୁଡ଼ିକ ଅନ୍ୟ ବ୍ରାଣ୍ଡ୍‌ଠାରୁ ଭିନ୍ନ (ୟୁନିକ୍‌) ହୋଇଥିବାବେଳେ ଆମେ ଗ୍ରାହକଙ୍କୁ ଟେଷ୍ଟେଡ୍‌, ଟ୍ରଷ୍ଟେ ଡ୍‌ ଏବଂ ରେଜଲ୍ଟ ଓରିଏଣ୍ଟେଡ୍‌ ଉତ୍ପାଦ ଯୋଗାଇ ଦେବା ସହ ୧୦୦% ରିଅଲ ଅର୍ଥୋ ମ୍ୟାଟ୍ରେସ୍‌ ବଜାରରେ ଉପଲବ୍ଧ କରାଉଛୁ।
ପ୍ର- ଆଗାମୀ ଦିନରେ ବ୍ୟବସାୟ ଅଭିବୃଦ୍ଧିର କ’ଣ ଲକ୍ଷ୍ୟ ରହିଛି?
ଉ- ଆମ ରାଜ୍ୟରେ ଉତ୍ପାଦନ ଶିଳ୍ପକୁ ଉନ୍ନତକରି ଆମ ଦେଶ ଛଡ଼ା ଆନ୍ତର୍ଜାତିକ ସ୍ତରରେ ସୌକିନ୍‌ ବ୍ରାଣ୍ଡ୍‌କୁ ପରିଚିତ କରାଇବା।
ପ୍ର- ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉ- ପ୍ରଥମେ ଉଦ୍ୟୋଗୀ ହେବା ପାଇଁ ଏକ ଧୈର୍ଯ୍ୟଶୀଳ ବ୍ୟକ୍ତି ହେବାର ଆବଶ୍ୟକତା ରହିଛି। ପରେ ସେ ଭାବୁଥିବା ଉଦ୍ୟୋଗ ପ୍ରତି ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ପରିଚାଳନାଗତ ଜ୍ଞାନକୁ ବେଶ୍‌ ସାଉଁଟିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?