ଯୋଜନା ବିଷୟରେ ପ୍ରାଣୀପାଳକ ଅଜ୍ଞ

ଖଇରା, ୧୧।୬ ବେକାରୀମାନଙ୍କୁ ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ସ୍ବାବଲମ୍ବୀ କରିବାକୁ ସରକାର ବହୁ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ପ୍ରଚାର, ପ୍ରସାର ଅଭାବରୁ ଆବେଦନ ଓ ଯୋଜନା କାର୍ଯ୍ୟକାରୀ ପାଇଁ ରହିଥିବା କଟକଣା ପାଇଁ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ କୁକୁଡା ଓ ଛେଳି ପାଳନରୁ ଲାଭବାନ ହେବା ପାଇଁ ୨୦୨୧-୨୨ରୁ ପ୍ରଣୟନ କରାଯାଇଥିବା ଯୋଜନା ବାଲେଶ୍ୱର ଜିଲା ଖଇରା ବ୍ଲକରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କେବଳ ଆବେଦନ ବ୍ୟତୀତ ଜଣେ ହେଲେ ହିତାଧିକାରୀ ଉପକୃତ ହୋଇ ନ ଥିବାର କୁହାଯାଉଛି। ବର୍ତ୍ତମାନ ବେକାର ଯୁବତୀଯୁବକଙ୍କ ସଂଖ୍ୟା ଆଶାତୀତ ଭାବେ ବଢୁଥିବାରୁ ବ୍ୟାପକ ପ୍ରସାର ପ୍ରଚାର ମାଧ୍ୟମରେ ସେମାନଙ୍କ ନିକଟରେ ଏହି ଲାଭଦାୟକ ଯୋଜନା ପହଞ୍ଚାଇବାକୁ ଦାବି ହୋଇଛି।
ବ୍ୟକ୍ତିଗତ ଭାବେ ବ୍ରଏଲର ଓ ଲେୟାର କୁକୁଡା ପାଳନ ପାଇଁ ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି ା ୫ଶହ ବ୍ରଏଲର ପାଇଁ ପ୍ରକଳ୍ପ ମୂଲ୍ୟ ୧ଲକ୍ଷ ୮୦ହଜାର ଟଙ୍କା ରହିଥିବା ବେଳେ ଏଥିରେ ରିହାତି ୭୨ହଜାର ଟଙ୍କା ରହିଛି ା ଫାର୍ମ ତିଆରି ପାଇଁ ୨୮ହଜାର, ବାକି ଅର୍ଥ କୁକୁଡା କିଣିବା ବାବଦରେ ବିନିଯୋଗର ବ୍ୟବସ୍ଥା ରହିଛି ା ସେହିଭଳି ୧ହଜାର ଲେୟାର କୁକୁଡା ପାଇଁ ପ୍ରକଳ୍ପ ମୂଲ୍ୟ ୭ଲକ୍ଷ ୫୯ହଜାର ୨ଶହ ଥିବା ବେଳେ ୩ ପର୍ଯ୍ୟାୟରେ ୩ଲକ୍ଷ ୩ହଜାର ଟଙ୍କାର ରିହାତି ବ୍ୟବସ୍ଥା ରହିଛି ା ଫାର୍ମ ତିଆରି ପାଇଁ ୯୦ହଜାର ଏବଂ ବାକି ଅର୍ଥ କୁକୁଡା କିଣାରେ ବ୍ୟବହାର କରାଯିବାକୁ ଉଲ୍ଲେଖ ରହିଛି ା ୨୦୨୨-୨୩ ବର୍ଷରେ ଏପର୍ଯ୍ୟନ୍ତ ମାତ୍ର ୨୮ଜଣ ବ୍ରଏଲର ଏବଂ ୩ଜଣ ଲେୟାର କୁକୁଡା ପାଳନ ପାଇଁ ଆବେଦନ କରିଛନ୍ତି୧ ଏହାଛଡା ମହିଳା ସ୍ବୟଂ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରାଯିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ୧ ହଜାର ଲେୟାର କୁକୁଡା ପାଳନ ପାଇଁ ପ୍ରକଳ୍ପ ମୂଲ୍ୟ ୩ଲକ୍ଷ ୬୦ହଜାର ଟଙ୍କା ଏବଂ ୧ଲକ୍ଷ ୪୪ହଜାର ଟଙ୍କାର ରିହାତି ପ୍ରଦାନ ବ୍ୟବସ୍ଥା ରହିଛି ା ସେହିଭଳି ଛେଳି ପାଳନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି ା ୩୨ ଛେଳି ପାଳନ ପାଇଁ ମୋଟ ପ୍ରକଳ୍ପ ୨ଲକ୍ଷ ୩୦ହଜାର ଟଙ୍କା ରହିଥିବା ବେଳେ ୧ଲକ୍ଷ ୧୫ହଜାର ଟଙ୍କାର ରିହାତି ବ୍ୟବସ୍ଥା ରହିଛି ା ୨୦୨୧-୨୨ରୁ ଏହି ଯୋଜନା ଆରମ୍ଭ ହୋଇଛି। ୨ବର୍ଷ ମଧ୍ୟରେ ମାତ୍ର ୧୪ଟି ଗୋଷ୍ଠୀ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ା ପ୍ରଚାର ପ୍ରସାର ଠିକ୍‌ ଭାବେ ହେଉ ନ ଥିବାରୁ ଯୋଜନାଗୁଡିକର ପ୍ରକୃତ ସୁଫଳ ଆଶାୟୀ ପ୍ରାଣୀପାଳକଙ୍କ ନିକଟରେ ପହଞ୍ଚିପାରୁନାହିଁ ବୋଲି ଡୁଙ୍ଗୁରା ଅଞ୍ଚଳର କୃଷକ ନେତା ବିଶ୍ୱନାଥ ସେଣ୍ଡ କହିଛନ୍ତି ା ଆଗ୍ରହୀ ପ୍ରାଣୀମାଲିକମାନଙ୍କ ପାଖରେ କିଭଳି ସୁବିଧା ପହଞ୍ଚିପାରିବ ଉଦ୍ୟମ ଜାରି ରଖିଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri