ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର

ମୁମ୍ବାଇ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ସଭିଙ୍କ ନଜର ଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚମକାଇ ଦେଇଛି । ଏଠାରେ କଂଗ୍ରେସ ଶାସନ ଥିବା ବେଳେ ଏଥର କିନ୍ତୁ କଂଗ୍ରେସକୁ ପରାଜୟ ସ୍ୱୀକାର କରିବାକୁ ପଡିଛି । ଆଉ ତୃତୀୟ ଦଳ ଭାବେ ଏବେ ପଞ୍ଜାବରେ ଉଭା ହୋଇଛି ଆମ ଆଦମୀ ପାର୍ଟି(ଏଏପି) । ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ଭଳି ଜାତୀୟ ଦଳ ଥିବା ବେଳେ ଜନତା ଏଏପିକୁ ଭରସା କରିବା ଆଲୋଚନାର ବିଷୟ ହୋଇଯାଇଛି । ତେବେ ଏନସିପିର ବରିଷ୍ଠ ନେତା ଶରଦ ପାୱାର କରିଛନ୍ତି, ପଞ୍ଜାବ ନିର୍ବାଚନ ଫଳଫଳ ସ୍ପଷ୍ଟ କରିଛି କୃଷକଙ୍କ କ୍ରୋଧ । ଏମାନେ ନା ଭାଜପା ନା କଂଗ୍ରେସ କାହା ଉପରେ ଭରସା ନ କରି ବରଂ ତୃତୀୟ ଦଳ ଭାବେ ଏଏପିକୁ ବାଛିଛନ୍ତି । ଜନତା ଏଏପିକୁ ଏକ ସୁଯୋଗ ଦେଇଛନ୍ତି ବୋଲି ପାୱାର କହିଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଏଏପି ୯୨ ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ କଂଗ୍ରେସକୁ ୧୮ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଏମିତିକି ରାଜ୍ୟର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦୁଇ ଦୁଇଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ସବୁଠି ପରାଜୟ ସ୍ୱୀକାର କରିଛନ୍ତି । ଅନ୍ୟପଟେ ଏନଡିଏକୁ କେବଳ ୨ଟି ଆସନ ମିଳିଛି ।

Share