ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲାରେ ୭୦୦ରୁ ଊର୍ଦ୍ଧ୍ୱ କେନ୍ଦ୍ର ନିର୍ମାଣ ହୋଇ ନ ଥିବାରୁ ପିଲାଙ୍କୁ ସ୍କୁଲଠାରୁ ଆରମ୍ଭ କରି ଘରୋଇ ପିଣ୍ଡାରେ ବସିବାକୁ ପଡିବ। ଜିଲାର ଆଳି ବ୍ଲକ ସହିରା ଗଁାରେ ୩ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ହେଁ ଗୃହ ନିର୍ମାଣ ହୋଇନାହିଁ। ଏ ନେଇ ଗ୍ରାମବାସୀ ବ୍ଲକ ଓ ଜିଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କେବଳ ସହିରା ଗଁା ନୁହେଁ, ଜିଲାର ୨୦୦ରୁ ଅଧିକ କେନ୍ଦ୍ର ନିର୍ମାଣ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇ ରହିଛି। ସେହିପରି ଶତାଧିକ କେନ୍ଦ୍ର ନିର୍ମାଣ ପ୍ରକଳ୍ପକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ମଞ୍ଜୁରୀ ମିଳିଛି। ପ୍ରଶାସନିକ ଅବହେଳା ଯୋଗୁ ଜିଲାର ୪୨୧ଟି ନିର୍ମାଣାଧୀନ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ଶିଶୁଙ୍କ ଟିକାକରଣ, ପ୍ରାକ୍‌ଶିକ୍ଷା, ଅପପୁଷ୍ଟି ରୋକିବାଠାରୁ ଆରମ୍ଭ କରି ଅସହାୟ ବୃଦ୍ଧାବୃଦ୍ଧଙ୍କ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା ଏହି କେନ୍ଦ୍ରରେ ହେବାକୁ ସରକାର ନିୟମ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ନ ଥିବାରୁ ୯ ବର୍ଷ ମଧ୍ୟରେ ଏକ ଚତୁର୍ଥାଂଶରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ସରିନାହିଁ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଜିଲାର ୯ଟି ବ୍ଲକ ଅଞ୍ଚଳରେ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୧୪୭ ଅଙ୍ଗନୱାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୪୯୨ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅର୍ଥ ପ୍ରଦାନ ସତ୍ତ୍ୱେ ଆଳି ବ୍ଲକ ଅଞ୍ଚଳର ୬୮, ଡେରାବିଶର ୪୬, ଗରଦପୁରର ୨୨, କେନ୍ଦ୍ରାପଡ଼ାର ୫୨, ମହାକାଳପଡ଼ାର ୫୧, ମାର୍ଶାଘାଇର ୩୨, ପଟ୍ଟାମୁଣ୍ଡାଇର ୬୦, ରାଜକନିକାର ୪୪ ଓ ରାଜନଗର ବ୍ଲକ ଅଞ୍ଚଳର ୪୬ କେନ୍ଦ୍ର ନିର୍ମାଣ ସରିନାହିଁ। ଜିଲାର ଶତାଧିକ କେନ୍ଦ୍ର ନିର୍ମାଣକୁ ମଞ୍ଜୁରୀ ମିଳିଥିଲେ ମଧ୍ୟ କାମ ଫାଇଲରେ ସୀମିତ ଅଛି। ବୁଦ୍ଧିଜୀବୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା ବ୍ଲକ ଅଞ୍ଚଳ ସର୍ବଦା ଅବହେଳିତ ହେଉଛି। ଶିଶୁ, ମାତୃ ମୃତ୍ୟୁହାର, ନାବାଳିକା ବିବାହ ଆଦି ସମସ୍ୟା ରହିଛି। ଶିଶୁଙ୍କ ସୁରକ୍ଷା ପାଇଁ ଗୃହ ନିର୍ମାଣ ଜରୁରୀ। ପଟ୍ଟାମୁଣ୍ଡାଇର ସନ୍ତୋଷ କୁମାର ବିଶ୍ୱାଳ କହିଛନ୍ତି, ରାଜନୈତିକ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବ ହେଉଛି। କେନ୍ଦ୍ର ପାଇଁ ଚିହ୍ନଟ ହେଉଥିବା ସ୍ଥାନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ହେଉଛି। ଗୋଷ୍ଠୀ କନ୍ଦଳକୁ ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ୱରେ ରହି ଲୋକପ୍ରତିନିଧି ସକାରାତ୍ମକ ଚିନ୍ତା ଧାରା ରଖିଲେ ଗୃହ ନିର୍ମାଣ ତ୍ୱରାନ୍ବିତ ହେବ। ଏ ସମ୍ପର୍କରେ ଡିଏସ୍‌ଡବ୍ଲ୍ୟୁଓ ଚିନ୍ମୟୀ ରଥଙ୍କୁ ପଚାରିବାରେ ପୂର୍ବରୁ ଆସୁଥିବା ଅର୍ଥ କେନ୍ଦ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏହି ପ୍ରକଳ୍ପ ସାମିଲ ପରେ କେନ୍ଦ୍ର ନିର୍ମାଣକୁ ତ୍ୱରାନ୍ବିତ କରାଯାଉଛି। ସ୍ଥାନ ଚିହ୍ନଟ ବିବାଦର ସମାଧାନ ଲାଗି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମତ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri