ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲାରେ ୭୦୦ରୁ ଊର୍ଦ୍ଧ୍ୱ କେନ୍ଦ୍ର ନିର୍ମାଣ ହୋଇ ନ ଥିବାରୁ ପିଲାଙ୍କୁ ସ୍କୁଲଠାରୁ ଆରମ୍ଭ କରି ଘରୋଇ ପିଣ୍ଡାରେ ବସିବାକୁ ପଡିବ। ଜିଲାର ଆଳି ବ୍ଲକ ସହିରା ଗଁାରେ ୩ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ହେଁ ଗୃହ ନିର୍ମାଣ ହୋଇନାହିଁ। ଏ ନେଇ ଗ୍ରାମବାସୀ ବ୍ଲକ ଓ ଜିଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କେବଳ ସହିରା ଗଁା ନୁହେଁ, ଜିଲାର ୨୦୦ରୁ ଅଧିକ କେନ୍ଦ୍ର ନିର୍ମାଣ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇ ରହିଛି। ସେହିପରି ଶତାଧିକ କେନ୍ଦ୍ର ନିର୍ମାଣ ପ୍ରକଳ୍ପକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ମଞ୍ଜୁରୀ ମିଳିଛି। ପ୍ରଶାସନିକ ଅବହେଳା ଯୋଗୁ ଜିଲାର ୪୨୧ଟି ନିର୍ମାଣାଧୀନ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ଶିଶୁଙ୍କ ଟିକାକରଣ, ପ୍ରାକ୍‌ଶିକ୍ଷା, ଅପପୁଷ୍ଟି ରୋକିବାଠାରୁ ଆରମ୍ଭ କରି ଅସହାୟ ବୃଦ୍ଧାବୃଦ୍ଧଙ୍କ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା ଏହି କେନ୍ଦ୍ରରେ ହେବାକୁ ସରକାର ନିୟମ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ନ ଥିବାରୁ ୯ ବର୍ଷ ମଧ୍ୟରେ ଏକ ଚତୁର୍ଥାଂଶରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ସରିନାହିଁ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଜିଲାର ୯ଟି ବ୍ଲକ ଅଞ୍ଚଳରେ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୧୪୭ ଅଙ୍ଗନୱାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୪୯୨ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅର୍ଥ ପ୍ରଦାନ ସତ୍ତ୍ୱେ ଆଳି ବ୍ଲକ ଅଞ୍ଚଳର ୬୮, ଡେରାବିଶର ୪୬, ଗରଦପୁରର ୨୨, କେନ୍ଦ୍ରାପଡ଼ାର ୫୨, ମହାକାଳପଡ଼ାର ୫୧, ମାର୍ଶାଘାଇର ୩୨, ପଟ୍ଟାମୁଣ୍ଡାଇର ୬୦, ରାଜକନିକାର ୪୪ ଓ ରାଜନଗର ବ୍ଲକ ଅଞ୍ଚଳର ୪୬ କେନ୍ଦ୍ର ନିର୍ମାଣ ସରିନାହିଁ। ଜିଲାର ଶତାଧିକ କେନ୍ଦ୍ର ନିର୍ମାଣକୁ ମଞ୍ଜୁରୀ ମିଳିଥିଲେ ମଧ୍ୟ କାମ ଫାଇଲରେ ସୀମିତ ଅଛି। ବୁଦ୍ଧିଜୀବୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା ବ୍ଲକ ଅଞ୍ଚଳ ସର୍ବଦା ଅବହେଳିତ ହେଉଛି। ଶିଶୁ, ମାତୃ ମୃତ୍ୟୁହାର, ନାବାଳିକା ବିବାହ ଆଦି ସମସ୍ୟା ରହିଛି। ଶିଶୁଙ୍କ ସୁରକ୍ଷା ପାଇଁ ଗୃହ ନିର୍ମାଣ ଜରୁରୀ। ପଟ୍ଟାମୁଣ୍ଡାଇର ସନ୍ତୋଷ କୁମାର ବିଶ୍ୱାଳ କହିଛନ୍ତି, ରାଜନୈତିକ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବ ହେଉଛି। କେନ୍ଦ୍ର ପାଇଁ ଚିହ୍ନଟ ହେଉଥିବା ସ୍ଥାନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ହେଉଛି। ଗୋଷ୍ଠୀ କନ୍ଦଳକୁ ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ୱରେ ରହି ଲୋକପ୍ରତିନିଧି ସକାରାତ୍ମକ ଚିନ୍ତା ଧାରା ରଖିଲେ ଗୃହ ନିର୍ମାଣ ତ୍ୱରାନ୍ବିତ ହେବ। ଏ ସମ୍ପର୍କରେ ଡିଏସ୍‌ଡବ୍ଲ୍ୟୁଓ ଚିନ୍ମୟୀ ରଥଙ୍କୁ ପଚାରିବାରେ ପୂର୍ବରୁ ଆସୁଥିବା ଅର୍ଥ କେନ୍ଦ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏହି ପ୍ରକଳ୍ପ ସାମିଲ ପରେ କେନ୍ଦ୍ର ନିର୍ମାଣକୁ ତ୍ୱରାନ୍ବିତ କରାଯାଉଛି। ସ୍ଥାନ ଚିହ୍ନଟ ବିବାଦର ସମାଧାନ ଲାଗି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମତ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri