ପ୍ରାଚୀନ ଶ୍ୟାମେଶ୍ୱର ଶୈବପୀଠ ଅବହେଳିତ

ପ୍ରୀତିପୁର,୨୩ା୨(ଡି.ଏନ୍‌.ଏ.): ଯାଜପୁରର ପ୍ରାଚୀନ ସାହିତ୍ୟ, ନୃତତ୍ତ୍ବ, ପ୍ରନତ୍ତତ୍ତ୍ବ, ଭାସ୍କର୍ଯ୍ୟ, ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସମୃଦ୍ଧ ଇତିହାସ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥାଏ। ଏହା ଶକ୍ତିକ୍ଷେତ୍ର ଭାବେ ସାରା ଭାରତ ବର୍ଷରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ଏବେ ବି ଅନେକ ଶୈବ ସଂସ୍କୃତି କ୍ଷେତ୍ର ଏଠାରେ ଅବହେଳିତ ହୋଇ ପଡ଼ିଛି। ସେଥିମଧ୍ୟରୁ ବିଞ୍ଝାରପୁର ଥାନା ଆଙ୍ଗାଲୋ ପଞ୍ଚାୟତରେ ଥିବା ପ୍ରାଚୀନ ଶ୍ୟାମେଶ୍ୱର ଶୈବପୀଠ ଅନ୍ୟତମ । ଏହି ପୀଠଟି ଏକ କୋଳାହଳଶୂନ୍ୟ ନିକାଞ୍ଚନ ସ୍ଥାନରେ ରହିଛି। ଉକ୍ତ ପୀଠଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ପୀଠରେ ଜଳ, ପରିମଳ, ଆଲୋକୀକରଣ, ରାସ୍ତା, ସୁରକ୍ଷା ପ୍ରାଚୀର, ଯାତ୍ରୀ ବିଶ୍ରାମାଗାର ବ୍ୟବସ୍ଥା ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ଅର୍ଥ ସଂଗ୍ରହ କରାଯାଇ ପୀଠର ଉନ୍ନତି ସହ ବାବାଙ୍କ ନୀତିକାନ୍ତି ପାଳିତ ହୋଇଥାଏ। ଜାଗର ସମେତ ମୁଖ୍ୟ ପର୍ବପର୍ବାଣିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏଠାରେ ଶ୍ରଦ୍ଧାଳୁ ଯାହା ମାନସିକ କରନ୍ତି ତାହା ଫଳପ୍ରଦ ହୁଏ ବୋଲି ବିଶ୍ୱାସ ରହିଛି। ମହାଶିବରାତ୍ରି ଦିନ ପ୍ରତ୍ୟୁଷରୁ ଶ୍ୟାମେଶ୍ୱରଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଉକ୍ତ ପୀଠରେ ପ୍ରତି ସୋମବାର ଓ ସଂକ୍ରାନ୍ତିରେ ଭକ୍ତମାନଙ୍କ ଭିଡ଼ ଲାଗିଥାଏ। ସରକାର ଉକ୍ତ ପୀଠ ପ୍ରତି ଦୃଷ୍ଟିଦେଲେ ତାହା ଦର୍ଶନୀୟ ସ୍ଥାନ ଭାବେ ପରିଚିତ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ଏକ ଉନ୍ନୟନ ପରିଷଦ କମିଟି ଗଠନ କରାଯାଇ ଶ୍ରଦ୍ଧାଳୁଙ୍କ ଲାଗି ପାନୀୟ ଜଳ, ଆନନ୍ଦବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ। ତେଣୁ ଏହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଗୋପୀନାଥ ଦାସ, ଅଟଳ ବିହାରୀ ନାୟକ, କୈଳାସ ସାମଲ, ଅମ୍ବିକା ପ୍ରସାଦ ସାମଲ, ଆନନ୍ଦ ଚନ୍ଦ୍ର ସାମଲ, ଶରତ ଚନ୍ଦ୍ର ଜେନା, ନାଲୁ ଜେନା, ଗଜେନ୍ଦ୍ର ରାଉତ, ଦୁର୍ଯ୍ୟୋଧନ ଜେନା, ନୃସିଂହ ରାଉତ, ଅମିୟ ଧଳ, ଗୌରାଙ୍ଗ ପରିଡ଼ା, ସନାତନ ସାମଲ, ଦିଗାମ୍ବର ପରିଡ଼ା, ଅକ୍ଷୟ ସାମଲ, ଅଜିତ ସାମଲ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri