ପ୍ରାଚୀନ ଶ୍ୟାମେଶ୍ୱର ଶୈବପୀଠ ଅବହେଳିତ

ପ୍ରୀତିପୁର,୨୩ା୨(ଡି.ଏନ୍‌.ଏ.): ଯାଜପୁରର ପ୍ରାଚୀନ ସାହିତ୍ୟ, ନୃତତ୍ତ୍ବ, ପ୍ରନତ୍ତତ୍ତ୍ବ, ଭାସ୍କର୍ଯ୍ୟ, ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସମୃଦ୍ଧ ଇତିହାସ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥାଏ। ଏହା ଶକ୍ତିକ୍ଷେତ୍ର ଭାବେ ସାରା ଭାରତ ବର୍ଷରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ଏବେ ବି ଅନେକ ଶୈବ ସଂସ୍କୃତି କ୍ଷେତ୍ର ଏଠାରେ ଅବହେଳିତ ହୋଇ ପଡ଼ିଛି। ସେଥିମଧ୍ୟରୁ ବିଞ୍ଝାରପୁର ଥାନା ଆଙ୍ଗାଲୋ ପଞ୍ଚାୟତରେ ଥିବା ପ୍ରାଚୀନ ଶ୍ୟାମେଶ୍ୱର ଶୈବପୀଠ ଅନ୍ୟତମ । ଏହି ପୀଠଟି ଏକ କୋଳାହଳଶୂନ୍ୟ ନିକାଞ୍ଚନ ସ୍ଥାନରେ ରହିଛି। ଉକ୍ତ ପୀଠଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ପୀଠରେ ଜଳ, ପରିମଳ, ଆଲୋକୀକରଣ, ରାସ୍ତା, ସୁରକ୍ଷା ପ୍ରାଚୀର, ଯାତ୍ରୀ ବିଶ୍ରାମାଗାର ବ୍ୟବସ୍ଥା ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ଅର୍ଥ ସଂଗ୍ରହ କରାଯାଇ ପୀଠର ଉନ୍ନତି ସହ ବାବାଙ୍କ ନୀତିକାନ୍ତି ପାଳିତ ହୋଇଥାଏ। ଜାଗର ସମେତ ମୁଖ୍ୟ ପର୍ବପର୍ବାଣିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏଠାରେ ଶ୍ରଦ୍ଧାଳୁ ଯାହା ମାନସିକ କରନ୍ତି ତାହା ଫଳପ୍ରଦ ହୁଏ ବୋଲି ବିଶ୍ୱାସ ରହିଛି। ମହାଶିବରାତ୍ରି ଦିନ ପ୍ରତ୍ୟୁଷରୁ ଶ୍ୟାମେଶ୍ୱରଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଉକ୍ତ ପୀଠରେ ପ୍ରତି ସୋମବାର ଓ ସଂକ୍ରାନ୍ତିରେ ଭକ୍ତମାନଙ୍କ ଭିଡ଼ ଲାଗିଥାଏ। ସରକାର ଉକ୍ତ ପୀଠ ପ୍ରତି ଦୃଷ୍ଟିଦେଲେ ତାହା ଦର୍ଶନୀୟ ସ୍ଥାନ ଭାବେ ପରିଚିତ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ଏକ ଉନ୍ନୟନ ପରିଷଦ କମିଟି ଗଠନ କରାଯାଇ ଶ୍ରଦ୍ଧାଳୁଙ୍କ ଲାଗି ପାନୀୟ ଜଳ, ଆନନ୍ଦବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ। ତେଣୁ ଏହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଗୋପୀନାଥ ଦାସ, ଅଟଳ ବିହାରୀ ନାୟକ, କୈଳାସ ସାମଲ, ଅମ୍ବିକା ପ୍ରସାଦ ସାମଲ, ଆନନ୍ଦ ଚନ୍ଦ୍ର ସାମଲ, ଶରତ ଚନ୍ଦ୍ର ଜେନା, ନାଲୁ ଜେନା, ଗଜେନ୍ଦ୍ର ରାଉତ, ଦୁର୍ଯ୍ୟୋଧନ ଜେନା, ନୃସିଂହ ରାଉତ, ଅମିୟ ଧଳ, ଗୌରାଙ୍ଗ ପରିଡ଼ା, ସନାତନ ସାମଲ, ଦିଗାମ୍ବର ପରିଡ଼ା, ଅକ୍ଷୟ ସାମଲ, ଅଜିତ ସାମଲ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri