୧୦ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୫ା୯(ବ୍ୟୁରୋ):ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟରେ ଏବେ ବି ନିଅଣ୍ଟିଆ ପରିସ୍ଥିତି ଲାଗିରହିଛି। ସମଗ୍ର ରାଜ୍ୟରେ ୨ ଦିନରେ ୧୫୬ମି.ମି. ବର୍ଷା ହୋଇଥିଲେ ମଧ୍ୟ ଚଳିତ ମୌସୁମୀରେ ସେପ୍ଟେମ୍ବର ୧୪ ସୁଦ୍ଧା ୧୦ ଜିଲାରେ ସ୍ବାଭାବିକ ବର୍ଷାଠାରୁ କମ୍‌ ରହିଛି। କେବଳ କଟକ, ଜଗତ୍‌ସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।
ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ, ଜୁଲାଇ ଓ ଅଗଷ୍ଟରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ଏଥର ହୋଇ ନ ଥିଲା । ରାଜ୍ୟର ଅନେକ ଭାଗରେ ମରୁଡ଼ି ଆଶଙ୍କା ଦେଖାଦେଇଥିଲା। ତେବେ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଗତ ୨ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ହାରାହାରି ୧୫୬ ମି.ମି. ବର୍ଷା ରେକର୍ଡ କରାଯାଇଛ। ଲଗାଣ ବର୍ଷା ଯୋଗୁ କ୍ଷୟକ୍ଷତିର ଆକଳନ କରାଯାଉଛି। ସୋମବାର ସୁଦ୍ଧା ୩ଜଣ ଓ ମଙ୍ଗଳବାର ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ୨ଟି ଜିଲାରେ ମୋଟ ୨୧ଟି ଛେଳିଙ୍କ ମୃତ୍ୟୁ ହୋଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି । ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବରରେ ହାରାହାରି ୧୦୮.୨ମିମି ବର୍ଷା ହେବାକୁ ଥିବାବେଳେ ୧୪ତାରିଖ ସୁଦ୍ଧା ୨୭୫.୫ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୧୫୪.୬ ପ୍ରତିଶତ ଅଧିକ । ଚଳିତ ମୌସୁମୀରେ ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟରେ ସ୍ବାଭାବିିକ ଭାବେ ୧୦୫୫.୩ ମିଲିମିଟର ହେବାକୁ ଥିବା ବେଳେ ହୋଇଛି ୯୧୪ ମି.ମି. ହୋଇଛି । ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍‌ ରହିଛି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ର୍ବୋଲି ଏସ୍‌ଆର୍‌ସି କହିଛନ୍ତି।
ମହାନଦୀର ନରାଜରେ ୨୬.୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଜଳସ୍ତର ୨୪.୯୮ ମିଟର ରହିଛି। ସେହିପରି ଦେବୀ ନଦୀର ଆଳିପିଙ୍ଗଳଠାରେ ବିପଦ ସଙ୍କେତ ସ୍ତର ୧୧.୭୬ ମିଟର ଥିବାବେଳେ ଜଳସ୍ତର ୫.୨୨ ମିଟରରେ ରହିଛି। ପାନପୋଷ ଠାରେ ଜଳ ସ୍ତର ୫ ମିଟର ତଳେ ରହିଛି । ବ୍ରାହ୍ମଣୀ ନଦୀର ଜେନାପୁରରେ ବନ୍ୟାଜଳ ବିପଦ ସଙ୍କେତ ତଳେ ରହିଥିବା ବେଳେ ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି। ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବା ବେଳେ ବନ୍ୟା ଜଳ ୧୮.୩୦ ମିଟର ଉପରେ ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତର ୧ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ୪୪ଟି ମଧ୍ୟମ ଜଳଭଣ୍ଡାରରୁ ୧୧ଟିରେ ଜଳଧାରଣ କ୍ଷମତାର ୫୦ରୁ ୭୫ ପ୍ରତିଶତ ଭିତରେ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ରହିଛି। ୨୨ଟି ଜଳଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri