ରୋଜଗାର ଦେଇଛି ଆମ୍ବୁଲ, ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ଚାଲିଛି ବିକ୍ରିବଟା

ଦାରିଙ୍ଗବାଡ଼ି,୭ା୫(ଅରୁଣ ସାହୁ): ଏବେ ଆମ୍ବର ସମୟ। ଚାରିଆଡ଼େ ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ, ଆଚାରର ଚାହିଦା ଅଧିକ ରହିଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳାଙ୍କୁ ଦେଇଛି ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ ଏବଂ ଆଚାର।

ପ୍ରକାଶ ଯେ, ଦାରିଙ୍ଗବାଡ଼ି ସମେତ ସାରା କନ୍ଧମାଳ ଜିଲା ଆନ୍ଧ୍ରପ୍ରଦେଶରୁ ପାଚିଲା ଆମ୍ବ ଆସିଲେ ଖାଇଥାନ୍ତି ଓ ପାରମ୍ପରିକ ଠୁରି ଆମ୍ବ ଆଉ କାଁ ଭାଁ ବାଇଗଣ ପଲେଇ ଆମ୍ବ ମିଳୁଥିଲା କିନ୍ତୁ ଗତ ଦି ଦଶନ୍ଧି ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଆମ୍ବ, ଲିଚୁ, ପଣସ ଷ୍ଟ୍ରବେରୀ, ପନିପରିବା ଭଳି ଉଦ୍ୟାନ ଚାଷ ପାଇଁ ଲୋକଙ୍କୁ ସଚେତନ କରିବା ସହ ତାରବାଡ଼ ବ୍ୟବସ୍ଥା କରି ସହାୟତା କରିବାରୁ ଏବେ ଦାରିଙ୍ଗବାଡ଼ି ଅଞ୍ଚଳ ଆଉ ଆନ୍ଧ୍ର ଆମ୍ବ ଉପରେ ନିର୍ଭର ନକରି ନିଜ ଅଞ୍ଚଳରେ ଆମ୍ବ ଚାଷ କରି ଚାଷୀ ମାଲାମାଲ ହେଉଛନ୍ତି। ମାତ୍ର ୩ ରୁ ୫ ବର୍ଷ ପରିଶ୍ରମ କରି ଆମ୍ବ ଗଛ ବଞ୍ଚାଇ ଦେବା ପରେ ଚାଷୀ ପ୍ରତିବର୍ଷ ଏହି ସମୟରେ ଆମ୍ବ ନିଜ ବାଡ଼ରୁ ସଂଗ୍ରହ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ତେବେ ଏଥିରେ କେଳ ଚାଷୀ ନୁହନ୍ତି। ମହିଳାମାନେ କଞ୍ଚା ଆମ୍ବଚାଷୀଙ୍କଠାରୁ କିଣି ଆମ୍ବୁଲ ଓ ଆଚାର କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। କଞ୍ଚା ଆମ୍ବର ଉପର ଚୋପାକୁ ଛଡ଼ାଇ ତାକୁ ଭଲ ଭାବେ ଧୋଇ ଦିଅନ୍ତି ଓ ତାକୁ ଟିକେ ପାଣି ଶୁଖିଲା ଭଳି ଶୁଖାଇ ସେଥିରେ ଆବଶ୍ୟକ ଲୁଣ ଦେଇ ପଲିଥିନ ବ୍ୟାଗ କିମ୍ବା ବଡ଼ ରସ ହଣ୍ଡାରେ କିଛି ଦିନ ରଖାଯାଏ ଓ ପରେ ତାକୁ ପୁଣି ଖରାରେ ଶୁଖେଇ ଆମ୍ବୁଲ ଓ ଆଚାର ଆଦି ପ୍ରସ୍ତୁତ କରିଥାନ୍ତି। ୧୦ କେଜି କଞ୍ଚା ଆମ୍ବରୁ ପ୍ରାୟ ୨ ରୁ ଅଢେଇ କିଲୋ ପର୍ଯ୍ୟନ୍ତ ଆମ୍ବୁଲ ବାହାରିଥାଏ। ଯାହାର ମୂଲ୍ୟ କିଲୋ ପିଛା ଶହେରୁ ଦେଢ଼ଶହ ଟଙ୍କା ପର୍ଯ୍ୟନ୍ତ। ଭୁବନେଶ୍ୱର କଟକ, ପୁରୀ, ବାଲେଶ୍ୱର, ଆଦି ଅଞ୍ଚଳରେ ବିକ୍ରି କରାଯାଇଥାଏ। କଞ୍ଚା ଆମ୍ବ କିଲୋ ପିଛା ଏବେ ୧୫ ଟଙ୍କା ପର୍ଯ୍ୟନ୍ତ କିଣାଯାଉଥିବା ମହିଳା ଉଦ୍ୟୋଗୀ ଝରଣା ସାହୁ କହିଛନ୍ତି। ସେ କହିଛନ୍ତି, ସେ ନିଜେ ରୋଜଗାର କରିବା ସହ ଏକାଧିକ ପରିବାର ଲୋକଙ୍କୁ ଏହି ଆମ୍ବ ସିଜନରେ ରୋଜଗାର ଦେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri