ସରିଲା ଆଳତୁମା ରଜ ମହୋତ୍ସବ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ଆଳତୁମା ଆମ୍ବତୋଟାରେ ୩ଦିନ ଧରି ଚାଲିଥିବା ଦ୍ୱାଦଶ ରଜ ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ରଜ ମହୋତ୍ସବ କମିଟି ସଭାପତି ବାଳକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନିତ ଅତିଥି ନଗରପାଳ ଧର୍ମାନନ୍ଦ ପରିଡ଼ା, ଚଳଚ୍ଚିତ୍ର ପ୍ରଯୋଜକ ଅତିଶ କୁମାର ରାଉତ ଉପସ୍ଥିତ ଥିଲେ। କାମାକ୍ଷାନଗରକୁ ଜିଲାର ସାଂସ୍କୃତିକ କେନ୍ଦ୍ର ଭାବେ ବିକଶିତ କରାଯିବ। ଉତ୍ସାହୀ ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ରଜ ମହୋତ୍ସବକୁ ରାଜ୍ୟସ୍ତରୀୟ ମହୋତ୍ସବରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ନଗରପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଆଳତୁମା ରଜ ମହୋତ୍ସବ କମିଟି ଏବଂ ନାଟ୍ୟାନୁଷ୍ଠାନ ‘ଭୂମିକା’ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଉଦ୍‌ଯାପନୀ ଦିବସ ସକାଳେ ବାଳିକା, ବାଳକ, ମହିଳାଙ୍କୁ ନେଇ ବେଲୁନ୍‌ ସଂଗ୍ରହ, ବସ୍ତା ଡିଅଁା, ବଲ୍‌ ପାସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ କିଶୋରୀମାନଙ୍କ ମଧ୍ୟରେ ଆୟୋଜିତ ‘ରଜରାଣୀ’ ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ପାଲଟିଥିଲା। ପାରମ୍ପରିକ ଦୋଳିଖେଳ, ରଜପାନ ପସରା, ଖାଦ୍ୟ ଷ୍ଟଲ୍‌ ସାଙ୍ଗକୁ ପ୍ରଦୀପ ଷେଣ୍ଢଙ୍କ ଦ୍ୱାରା ଆମ୍ବଗଛରେ କରାଯାଇଥିବା ସଚେତନଧର୍ମୀ ଚିତ୍ର ଦର୍ଶକଙ୍କ ପ୍ରଶଂସାଭାଜନ ହୋଇଥିଲା।
ଢେଙ୍କାନାଳ, ଭୁବନେଶ୍ୱର, କଟକରୁ ଆସିଥିବା କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଓଲିଉଡ୍‌ ଅଭିନେତ୍ରୀ ତମନ୍ନା, ହାସ୍ୟ ଅଭିନେତା ଗୁଲୁଆ, କାଳିଆ ଷଣ୍ଢ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲେ। ରଜରାଣୀ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ସ୍ନେହା ଶୁଚିସ୍ମିତା ଷେଣ୍ଢ, ପ୍ରୀତିପ୍ରଜ୍ଞା ସାହୁ, ସ୍ବାତି ସ୍ବାଗତିକା ସାହୁଙ୍କୁ ମାନପତ୍ର, ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଯୋଜନା ପାଇଁ ବିମଳ ପରିଡ଼ା, ଚିତ୍ରକଳା ପାଇଁ ପ୍ରଦୀପ ଷେଣ୍ଢ ସମ୍ବର୍ଦ୍ଧିତ ହୋଇଥିଲେ। ଉପଦେଷ୍ଟା ମଧୁସୂଦନ ଷେଣ୍ଢ, ମକରଧ୍ୱଜ ପ୍ରଧାନ, ସଞ୍ଜୟ ପରିଡ଼ା, ଉପସଭାପତି ରାଜେଶ ଷେଣ୍ଢ, ସମ୍ପାଦକ ଆଶୁତୋଷ ସାହୁ, ଯୁଗ୍ମ ସମ୍ପାଦକ ଜୟଦେବ ଷେଣ୍ଢ, ପ୍ରଦୀପ ମହାରଣା, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରଣା, ନିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri