Categories: ଖେଳ

ଦୀର୍ଘ ଦିନର ପ୍ରେମିକାଙ୍କ ହାତ ଧରିଲେ ଅଲରାଉଣ୍ଡର

ଭାରତୀୟ ଅଲରାଉଣ୍ଡର ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଶ୍ରେୟାସ ଗୋପାଳ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିଛନ୍ତି। ଶ୍ରେୟାସ ଏବଂ ନିକିତା ପରସ୍ପର ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ନିକିତାଙ୍କୁ ୧୧ ଅଗଷ୍ଟ ୨୦୨୧ରେ ଏକ ଫିଲ୍ମ ଷ୍ଟାଇଲରେ ବିବାହ ପ୍ରସ୍ତାବ ଦେଇଥିଲେ। ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ନିକିତା ଶିବ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ସ୍ନାତକ ହାସଲ କରିଛନ୍ତି। ଅଧ୍ୟୟନ ସମାପ୍ତ କରିବା ପରେ ବେଙ୍ଗାଲୁରୁର ଅନେକ ସଫ୍ଟୱେର୍‌ କମ୍ପାନୀରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ମାନା ନେଟୱାର୍କ ନାମକ ଏକ କମ୍ପାନୀ ଆରମ୍ଭ କରିଛନ୍ତି। ନିକିତା ଶିବ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି। ସେ ପ୍ରାୟତଃ ନିଜ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରନ୍ତି । ଏହା ବ୍ୟତୀତ ନିକିତା ଶିବ ତାଙ୍କ ଫିଟନେସ ପ୍ରତି ବହୁତ ଧ୍ୟାନ ଦିଅନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମରେ ବିବାହର କିଛି ବିଶେଷ ଫଟୋ ମଧ୍ୟ ଶେୟାର କରିଛନ୍ତି।

Share