Categories: ଫୁରସତ

ଫ୍ଲାଇଟ୍‌ରେ ଡ୍ୟାନ୍ସ କଲେ ଏୟାର ହୋଷ୍ଟେସ୍‌, ଭାଇରାଲ ହେଉଛି ଭିଡିଓ

ଜଣେ ଏୟାର ହୋଷ୍ଟେସଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ମାନିକେ ମାଗେ ହିତେ’ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟି ଭାଇରାଲ ହେବାର ୩ ମାସ ମଧ୍ୟରେ ୯୧ ମିଲିୟନ ଭିୟ୍ୟୁ ପାଇସାରିଲାଣି। ‘ମାନିକେ ମାଗେ ହିତେ’ ଗୀତରେ ସେ ରିଲ୍ସ କରିଛନ୍ତି। ଏହି ଡ୍ୟାନ୍ସର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଛି।

ଆୟାତ୍‌ ଅଫିସିଆଲ ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଇଣ୍ଡିଗୋ ଏୟାର ହେଷ୍ଟେସ ଡ୍ୟାନ୍ସ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଏୟାର ହେଷ୍ଟେସ ଜଣକ ଡ୍ରେସ୍‌ କୋର୍ଡରେ ଡ୍ୟାନ୍ସ କରୁଛନ୍ତି। ତାଙ୍କର ନାମ ଆୟତ ଉର୍ଫ ଆଫରୀନ। ଫ୍ଲାଇଟ୍‌ର ଯେଉଁ ସ୍ଥାନ ଖାଲିଥିଲା, ସେ ସେଠାରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହାକୁ ତାଙ୍କ ସହଯୋଗୀ ରେକର୍ଡିଂ କରିଛନ୍ତି। ଭିଡିଓ ଶେୟାର କରି ଆୟତ କ୍ୟାପଶନ ଲେଖିଛନ୍ତି, କ୍ରୁମାନେ ସାଧାରଣତଃ ଡ୍ୟାନ୍ସ କରନ୍ତି ନାହିଁ। ଏହି ଡ୍ୟାନ୍ସ ଟିପ୍ସ ପାଇଁ @jodianoorabhଙ୍କୁ ଧନ୍ୟବାଦ। ଭିଡିଓ ଦେଖିବା ପରେ ୟୁଜର୍ସମାନେ ଏୟାର ହୋଷ୍ଟେସଙ୍କୁ ଜମେଇ କି କମେଣ୍ଟ କରିଛନ୍ତି।

Share