ବିଷାକ୍ତ ହୋଇନି ବାୟୁ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୧୪ା୧୧ – ଅନୁଗୋଳ ଜିଲାରେ ବାୟୁ ପ୍ରଦୂଷଣ ସ୍ଥିତି ସୁଧୁରିଛି। ବିଶେଷକରି କରୋନା ପରଠାରୁ ଲଗାଯାଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଏଥିରେ ସହାୟ ହୋଇଛି। ଜିଲାର ତାଳଚେର ଓ ନାଲ୍‌କୋ ଅଞ୍ଚଳରେ କେବେ କେମିତି ପ୍ରଦୂଷଣର ମାତ୍ରା ଜଣାପଡ଼ୁଥିଲେ ହେଁ ଏହା ସେତେଟା ବିଷାକ୍ତ ନୁହେଁ। ତେବେ ଯାନବାହନ ଜନିତ ପ୍ରଦୂଷଣ ପୂର୍ବାପେକ୍ଷା ବଢ଼ୁଥିବାରୁ ଏହାକୁ ରୋକାଯିବା ଜରୁରୀ ହୋଇପଡ଼ିଛି। ତାଳଚେର ସହର ପାଇଁ ଏକ ମାଷ୍ଟରପ୍ଲାନ କରାଯାଉଥିବାରୁ ଆଗାମୀ ଦିନରେ ପ୍ରଦୂଷଣ ସ୍ତର ଆହୁରି ତଳକୁ ଆସିବାର ସମ୍ଭାବନା ରହିଛି।
ପୂର୍ବରୁ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ପ୍ରଦୂଷଣ ତାଲିକାର ଆଗୁଆ ସ୍ଥାନରେ ରହୁଥିଲା। କିନ୍ତୁ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ପାଇଁ ଜିଲାରେ କଳକାରଖାନା ବନ୍ଦ ରହିବାରୁ ପ୍ରଦୂଷଣ ସ୍ତର ଢେର ତଳକୁ ଚାଲି ଆସିଛି। ଅନ୍‌ଲକ୍‌ ଘୋଷଣା ପରେ ଖଣି ଖାଦାନ ପୁନଃ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ପିଏମ୍‌-୧୦ ଓ ପିଏମ୍‌ ୨.୫ ନିର୍ଦ୍ଧାରିତ ମାତ୍ରାଠାରୁ ନିମ୍ନରେ ରହିଛି। ପିଏମ୍‌-୧୦ର ପରିମାଣ ୧୦୦ରୁ ତଳକୁ ରହୁଥିବା ବେଳେ ପିଏମ୍‌ ୨.୫ ୬୦ରୁ କମ୍‌ ରହୁଥିବା ଦେଖାଯାଉଛି। କେବେ କେମିତି ବାୟୁମଣ୍ଡଳରେ ଏହି ସ୍ତର ସାମାନ୍ୟ ଉପରକୁ ଯାଉଥିଲେ ବି ପରବର୍ତ୍ତୀ ସମୟରେ ତଳକୁ ଚାଲିଆସୁଛି। ତେବେ ଜିଲାରେ ଯାନବାହନ ସଂଖ୍ୟା ବଢ଼ୁଥିବାରୁ ବାୟୁମଣ୍ଡଳରେ ସଲ୍‌ଫର ଡାଇଅକ୍ସସାଇଡ, ନାଇଟ୍ରୋଜେନ୍‌ ଅକ୍ସସାଇଡ ଓ ନାଇଟ୍ରୋଜେନ୍‌ ମନୋଅକ୍ସସାଇଡ୍‌ ପରିମାଣରେ ବୃଦ୍ଧି ପରିଲକ୍ଷିତ ହେଉଛି। ସେଥିପାଇଁ ବିଏସ୍‌-୬ ମାନର ଗାଡ଼ି ଚଳାଚଳ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାକୁ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ନୋଟିସ୍‌ କରାଯାଉଛି। ତେବେ ଜିଲାର ତାଳଚେର ସବୁଠୁ ଅଧିକ ପ୍ରଭାବିତ ହେଉଥିବାରୁ ସେଠାରେ ପ୍ରଦୂଷଣ ରୋକିବା ପାଇଁ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ବିଶେଷକରି କୋଲ୍‌ କରିଡର ରାସ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଉକ୍ତ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ ଓ ଖଣିରୁ ବାହାରୁଥିବା ଟ୍ରକ୍‌ଗୁଡ଼ିକର ଚକା ଧୋଇବା (ହୁଇଲ ୱାସିଂ ସିଷ୍ଟମ) ନେଇ ଯୋଜନା ରହିଛି। ଫଳରେ ଖଣିରୁ କୋଇଲା ଗୁଣ୍ଡ ଆଉ ଗାଡ଼ି ଚକ ମାଧ୍ୟମରେ ରାସ୍ତାକୁ ଆସିବ ନାହିଁ କି ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି କରିବ ନାହିଁ। ଏହାଛଡ଼ା ରାସ୍ତା ସଫେଇ ନିମନ୍ତେ ଦୁଇଟି ସ୍ବତନ୍ତ୍ର ଗାଡ଼ି ଅଣାଯାଇଛି ବୋଲି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସଚେତନ ହେଲେ ସ୍ଥିତି ସୁଧୁରିବ
ଖଣି ଖାଦାନ ଜନିତ ପ୍ରଦୂଷଣ ହ୍ରାସ ପାଇଥିଲେ ମଧ୍ୟ ଅଧିକ ଯାନବାହନ ଚଳାଚଳ ଯୋଗୁ ସ୍ଥିତି ବିଗିଡ଼ିଯାଉଛି। ଅନେକ ସମୟରେ ଆବଶ୍ୟକତା ନ ଥାଇ ଲୋକେ ଅଯଥାରେ ଗାଡ଼ି ବ୍ୟବହାର କରୁଛନ୍ତି। ତେଣୁ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଅଣାଗଲେ ପ୍ରଦୂଷଣକୁ ଅନେକାଂଶରେ ରୋକାଯାଇପାରିବ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌, ଅନୁଗୋଳ
ବ୍ୟାପକ ବନୀକରଣ କରାଯାଉ
ଶିଳ୍ପ ପାଇଁ ଜିଲାରୁ ହଜାର ହଜାର ଗଛ କଟାଯାଉଛି। କିନ୍ତୁ ଶିଳ୍ପ ସଂସ୍ଥାଗୁଡ଼ିକ ନିୟମ ଅନୁଯାୟୀ ବନୀକରଣ କରୁନାହାନ୍ତି। ସେଥିପାଇଁ ଜିଲାରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ୁଛି। ଏଥିପ୍ରତି ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଇ ନିୟମ କଡ଼ାକଡ଼ି କରିବା ସହ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବା ଉଚିତ।
-ଅଶୋକ କୁମାର ଶତପଥୀ, ପରିବେଶବିତ୍‌, ଅନୁଗୋଳ
ଖଣି ଖାଦାନ ପାଇଁ ସମସ୍ୟା
ଅନୁଗୋଳ ଜିଲାରେ ଶତାଧିକ ଶିଳ୍ପ ରହିଛି। ବିଶେଷକରି ତାଳଚେର ଅଞ୍ଚଳରେ ବହୁ କୋଇଲା ଖଣିରୁ ଦୈନିକ ହଜାର ହଜାର ଟନ୍‌ କୋଇଲା ଉତ୍ତୋଳନ କରାଯାଇ ଟ୍ରକ୍‌ ଯୋଗେ ପରିବହନ କରାଯାଉଛି। କିନ୍ତୁ ପ୍ରଦୂଷଣ ରୋକିବାକୁ ଆବଶ୍ୟକ ପାଣି ସିଞ୍ଚନ କି ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ।
-ଭୁପେଶ ପ୍ରଧାନ, ବୁଦ୍ଧିଜୀବୀ, ଅନୁଗୋଳ
୫୦ ପ୍ରତିଶତ ହ୍ରାସ
ଅନୁଗୋଳ ଜିଲାରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। କରୋନା ପାଇଁ ହୋଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଏହା ପାଖାପାଖି ୫୦ ପ୍ରତିଶତ ତଳକୁ ଖସି ଆସିଛି। ତେବେ ତାଳଚେର ସହରର ପ୍ରଦୂଷଣ ରୋକିବାକୁ ମାଷ୍ଟର ପ୍ଲାନ କରାଯାଇଛି। ୨୦୨୧ ମେ’ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି।
-ଡ.ଅନୁପ କୁମାର ମଲ୍ଳିକ, ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ପାକିସ୍ତାନ ମାଟିରୁ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲା ଇରାନ, କହିଲା ଆମେରିକା ସହ କୌଣସି…

ଇସଲାମବାଦ/ତେହରାନ,୨୫ା୩: ତେହରାନ ଏବଂ ଓ୍ବାଶିଂଟନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଚାଲିଥିବା ଟ୍ରମ୍ପ ପ୍ରଶାସନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ପାକିସ୍ତାନରେ ଇରାନୀ ରାଷ୍ଟ୍ରଦୂତ ରେଜା ଆମରି ମୋଗାଦମ…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri