ଧନତେରସ୍‌ରେ ବଢିଲା ସୁନା ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ କରୋନାଜନିତ ଲକ୍‌ଡାଉନ ପାଇଁ ସୁନା ଗହଣା ବଜାରରେ ପ୍ରଭାବ ଜାରି ରହିଛି। ଶୁକ୍ରବାର ଧନତେରସ ରହିଥିବାରୁ ସୁନା ବଜାରରେ ଚମକ ଫେରିଛି। ସାରା ଦେଶରେ ଧନତେରସରେ ବିକ୍ରି ପୂର୍ବ ମାସଗୁଡିକ ତୁଳନାରେ ଉନ୍ନତ ରହିଛି। ଆଗାମୀ ଦିନରେ କାରବାର ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବ ବୋଲି ସୁନା ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷ ସୂଚନା ଦେଇଛନ୍ତି। ବଜାରରେ କଟକଣା କୋହଳ ହୋଇଥିବା ବେଳେ ଶୋ’ରୁମରେ ବିଭିନ୍ନ ସାମାଜିକ ଦୂରତ୍ୱ ନିୟମ ପାଳନ ହେଉଛି। ସୁନା କାରବାର ପ୍ରାୟ ୮୦% ଟ୍ରାକ୍‌କୁ ଫେରିଲାଣି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ଠିକ୍‌ ହେବା ନେଇ ଶିଳ୍ପ ପକ୍ଷରୁ ଆଶା ରଖାଯାଇଛି। ଗ୍ରାହକଙ୍କ ବଜାରକୁ ନେଇ ରହିଥିବା ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିଛି। ଫଳରେ ଧନତେରସ ବିକ୍ରି ଉନ୍ନତ ସ୍ଥିତିକୁ ଫେରିଥିବା ଜଣାପଡିଛି।
ଓଡ଼ିଶାର ବିଭିନ୍ନ ପ୍ରାନ୍ତ କଥା ବିଚାରକୁ ନେଲେ ଭୁବନେଶ୍ୱର ଏବଂ କଟକରେ ପ୍ରାୟ ସୁନା କାରବାର ଅଧିକ ରହିଥାଏ। ଉଭୟ ସହରରେ ଗ୍ରାହକ ଶୋ’ରୁମ୍‌ ଆସି କିଣାକିଣି କରିଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରମୁଖ ଜୁଏଲର୍ସ ଖିମଜୀର ଡିଜିଏମ୍‌ କିଶୋର ଓ୍ବାଡେର କୁହନ୍ତି, କରୋନା ପାଇଁ ଗତ ବର୍ଷ ଭଳି କାରବାର ନ ହେଲେ ମଧ୍ୟ ପୂର୍ବ ମାସଗୁଡିକ ତୁଳନାରେ କାରବାର ବେଶ୍‌ ଉନ୍ନତ ରହିଛି। ଶୋ’ରୁମରେ କରୋନାକୁ ଧ୍ୟାନରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ସାନିଟାଇଜେଶନ, ସ୍ବତନ୍ତ୍ର ଧାଡି ଜରିଆରେ ବିଭିନ୍ନ କାଉଣ୍ଟରକୁ ଗ୍ରାହକଙ୍କୁ ପଠାଯାଉଛି। ଶୋ’ରୁମ୍‌ ପକ୍ଷରୁ ପ୍ରଦାନ କରାଯାଉଥିବା ଅଫର ୨୨ ନଭେମ୍ବର ଯାଏ ରହିବ। ମହାମାରୀକୁ ଧ୍ୟାନରେ ରଖି ଗ୍ରାହକ ଯେଭଳି ଭାବେ ଅଧିକ ସମୟ ଅଫରର ଲାଭ ନେଇପାରିବେ ତାକୁ ବିଚାରକୁ ନିଆଯାଇଛି। ସୁନା ଅଳଙ୍କାର ଉପରେ ୬.୩% ରିହାତି, ରୁପାର ଗଢା ମୂଲ୍ୟ ଉପରେ ଫ୍ଲାଟ ୫୦% ଏବଂ ହୀରା ଉପରେ ଫ୍ଲାଟ ୨୦% ରିହାତି ଦିଆଯାଉଛି। କମିଶନରେଟ ପୋଲିସ ଏବଂ ବିଏମ୍‌ସିବିଡିଏର ନିୟମାବଳୀକୁ ଦୃଢତାର ସହ ପାଳନ କରାଯାଇଛି। ଶୋ’ରୁମ୍‌ ଭିତରେ ଭିଡ ନ ହେବା ବାହାରେ ଲୋକଙ୍କ ଲାଗି ପ୍ରତୀକ୍ଷା କରିବା ବ୍ୟବସ୍ଥା ହୋଇଛି।
କଲ୍ୟାଣ ଜୁଏଲର୍ସର ଷ୍ଟୋର ମ୍ୟାନେଜର ନିଶାନ୍ତ କୁମାର କହିଛନ୍ତି, ମହାମାରୀକୁ ଆଖି ଆଗରେ ରଖି ପ୍ରଥମେ ପ୍ରବେଶ ପଥକୁ ମୁକ୍ତ କରାଯାଇଛି। ସାନିଟାଇଜିଂ ଏବଂ ବ୍ୟାପକ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରାଯାଉଛି। ଶୋ’ରୁମ୍‌ରେ ନିରାପତ୍ତା ବ୍ୟବସ୍ଥା ବଢାଯାଇଛି। ଗ୍ରାହକଙ୍କ ଲାଗି ଅନ୍ୟ ସୁବିଧା ମଧ୍ୟ ରହିଛି। ଧନ୍‌ତେରସ ଅଫର ୧୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ହୀରା ଉପରେ ୨୫%, ସୁନାଗହଣା ଗଢା ମୂଲ୍ୟ ଉପରେ ୨୦ରୁ ୫୦% ପର୍ଯ୍ୟନ୍ତ ରିହାତି, ସିଲ୍‌ଭର ଉପରେ ସମ୍ପୂର୍ଣ୍ଣ ଗଢାମୂଲ୍ୟ ଛାଡ ସୁବିଧା ରହିଛି। ଅପରପକ୍ଷରେ ଅରୁନ୍ଧତୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଚଳିତ ବର୍ଷ ଆଶା ମୁତାବକ ବେପାର ସୀମା ଛୁଇଁନାହିଁ। ଗ୍ରାହକଙ୍କୁ ଶୋ’ରୁମରେ ସେବା ସହ ଅନ୍‌ଲାଇନରେ କ୍ରୟ କଲେ ହୋମ୍‌ ଡେଲିଭରି ସୁବିଧା ଦିଆଯାଉଛି। ପାର୍ବଣ ଅଫର ସହ ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଉଛି। ନୂଆ ଅମେୟା କଲେକ୍ସନ ସହ ଅନେକ ଡିଜାଇନ ଗହଣା ପାର୍ବଣ ପାଇଁ ପ୍ରସ୍ତୁତ କରାଯାଇଛି। ଡିଜାଇନଗୁଡିକ ଗ୍ରାହକଙ୍କ ଦ୍ୱାରା ପସନ୍ଦ ଆସୁଥିବା ନଜରକୁ ଆସୁଛି ବୋଲି କୁହାଯାଉଛି। ଭିଡକୁ ନଜରରେ ରଖି ଶୋ’ରୁମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ତନିସ୍କର ଏବିଏମ୍‌ ପ୍ରଖର ପଲାଓ୍ବତ କହିଛନ୍ତି, ସରକାରଙ୍କ ଗାଇଡ୍‌ଲାଇନ ପାଳନ ସହ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ଶୋ’ରୁମ ବାହାରେ ସ୍ବତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯାଇଛି। ଧନତେରସ୍‌ରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚାହିଦାକୁ ନଜରରେ ରଖି ସୁନା ଅଳଙ୍କାର ଗଢାମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ, ହୀରା ଗହଣାର ମୋଟ୍‌ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଗ୍ରାହକଙ୍କୁ ହୋମ୍‌ ଡେଲିଭରି ସହ କମ୍ପାନୀର ଅନ୍‌ଲାଇନ ପ୍ଲାଟଫର୍ମରେ କ୍ରୟ ସୁବିଧା ରହିଛି। ପାର୍ବଣ ପାଇଁ ଡେବିଟ୍‌, କ୍ରେଡିଟ କାର୍ଡରେ କ୍ରୟ ସୁବିଧା ଅନ୍ୟାନ୍ୟ ରିହାତି ଉପଲବ୍ଧ ରହିଥିବା ସେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ବଜାର ପ୍ରଭାବିତ ହୋଇ ରହିଥିବାରୁ ଏହାକୁ ନେଇ ଜୁଏଲର୍ସ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗ୍ରାହକଙ୍କୁ ଯେଭଳି ଭାବେ କୌଣସି ଅସୁବିଧା ନ ହୁଏ ତାକୁ ଧ୍ୟାନରେ ରଖାଯାଇଛି। ଶୋ’ରୁମ ଆକର୍ଷଣୀୟ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ହାଲକା ଗହଣା ଉପରେ ଗ୍ରାହକଙ୍କ ନଜର ରହିଛି। ଏହା ଟ୍ରେଣ୍ଡରେ ରହିଥିବା ବେଳେ ସେହି ଅନୁସାରେ ଡିଜାଇନ ଶୋ’ରୁମଗୁଡିକ ପ୍ରଦାନ କରୁଛନ୍ତି। ଧନତେରସ ଏବଂ ଦିଓ୍ବାଲି ଉପଲକ୍ଷେ ପୂର୍ବ ମାସଗୁଡିକ ତୁଳନାରେ ଚାହିଦାରେ ବେଶ୍‌ ଉନ୍ନତି ହେବ ବୋଲି ଜୁଏଲେରୀ ଶିଳ୍ପ ପକ୍ଷରୁ ଆଶା କରାଯାଉଛି। ଚଳିତ ବର୍ଷ କୃଷି କାର୍ଯ୍ୟ ଉନ୍ନତ ହୋଇଥିବାରୁ ଏହା ଚାହିଦା ଉପରେ ଉନ୍ନତ ପ୍ରଭାବ ପକାଇବା ବୋଲି ଆଶା କରାଯାଇଛି। ଚଳିତ ବର୍ଷ ଦିଓ୍ବାଲି ବିକ୍ରି ଭଲ ରହିବ ବୋଲି ବିଶେଷଜ୍ଞ କହିଛନ୍ତି। କାରଣ ପାର୍ବଣରେ ବଜାରକୁ ଭଲ ରେସପନ୍ସ ମିଳିଛି। କରୋନା ପାଇଁ ଜୁଏଲର୍ସ ଅନ୍‌ଲାଇନ କନସଲଟେଶନ ଏବଂ ଅନ୍‌ଲାଇନ କ୍ରୟ ବ୍ୟବସ୍ଥା କରିଛନ୍ତି। ଏହା ମୋଟାମୋଟି ବିକ୍ରି ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ସୁନାକୁ ଏକ ଆସେଟ୍‌ କ୍ଲାସ ଭାବେ ବିଚାର କରାଯାଉଥିବା ବେଳେ ଏହି ଧାତୁ ଉପରେ ଲୋକଙ୍କର ଭରସା ସବୁ ବେଳେ ରହିଆସିଛି। ପାର୍ବଣ ଲାଗି କିଛି ଗ୍ରାହକ ଆଡଭାନ୍ସ ବୁକିଂ କରିଥିବା ମଧ୍ୟ ନଜରକୁ ଆସିଛି। ହାଲକା ଗହଣା ବାଦ୍‌ ଲକଜୁରି ସେଗମେଣ୍ଟ ଉପରେ ମଧ୍ୟ ଗ୍ରାହକ ଫୋକସ କରୁଛନ୍ତି। ଗତ ଦିଓ୍ବାଲି ତୁଳନାରେ ବର୍ତ୍ତମାନ ସୁଦ୍ଧା ସୁନାଦର ପ୍ରାୟ ୨୫% ବଢିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଶୋ’ରୁମଗୁଡିକ ଭାଉଚର, କ୍ୟାଶବ୍ୟାକ ସୁବିଧା ଦେଉଛନ୍ତି। ସେହିଭଳି ହୀରା ଗହଣା ଉପରେ ଫ୍ଲାଟ ରିହାତି, ସୁନା ଏବଂ ରୁପା ଗହଣା ମୂଲ୍ୟ ଉପରେ ରିହାତି, ଗଢା ମୂଲ୍ୟ ମୁଲ୍ୟ ଉପରେ ରିହାତି, ଧନତେରସରେ ସ୍ବତନ୍ତ୍ର ଅଫର, ପ୍ରଡକ୍ଟ କ୍ରୟରେ ଉପହାର, ଗୋଲ୍ଡ କଏନ, ସିଲଭର କଏନ ଏବଂ ଅନ୍ୟ ଉପହାର ପ୍ରଦାନ କରାଯାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri