ଧନତେରସ୍‌ରେ ବଢିଲା ସୁନା ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ କରୋନାଜନିତ ଲକ୍‌ଡାଉନ ପାଇଁ ସୁନା ଗହଣା ବଜାରରେ ପ୍ରଭାବ ଜାରି ରହିଛି। ଶୁକ୍ରବାର ଧନତେରସ ରହିଥିବାରୁ ସୁନା ବଜାରରେ ଚମକ ଫେରିଛି। ସାରା ଦେଶରେ ଧନତେରସରେ ବିକ୍ରି ପୂର୍ବ ମାସଗୁଡିକ ତୁଳନାରେ ଉନ୍ନତ ରହିଛି। ଆଗାମୀ ଦିନରେ କାରବାର ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବ ବୋଲି ସୁନା ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷ ସୂଚନା ଦେଇଛନ୍ତି। ବଜାରରେ କଟକଣା କୋହଳ ହୋଇଥିବା ବେଳେ ଶୋ’ରୁମରେ ବିଭିନ୍ନ ସାମାଜିକ ଦୂରତ୍ୱ ନିୟମ ପାଳନ ହେଉଛି। ସୁନା କାରବାର ପ୍ରାୟ ୮୦% ଟ୍ରାକ୍‌କୁ ଫେରିଲାଣି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ଠିକ୍‌ ହେବା ନେଇ ଶିଳ୍ପ ପକ୍ଷରୁ ଆଶା ରଖାଯାଇଛି। ଗ୍ରାହକଙ୍କ ବଜାରକୁ ନେଇ ରହିଥିବା ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିଛି। ଫଳରେ ଧନତେରସ ବିକ୍ରି ଉନ୍ନତ ସ୍ଥିତିକୁ ଫେରିଥିବା ଜଣାପଡିଛି।
ଓଡ଼ିଶାର ବିଭିନ୍ନ ପ୍ରାନ୍ତ କଥା ବିଚାରକୁ ନେଲେ ଭୁବନେଶ୍ୱର ଏବଂ କଟକରେ ପ୍ରାୟ ସୁନା କାରବାର ଅଧିକ ରହିଥାଏ। ଉଭୟ ସହରରେ ଗ୍ରାହକ ଶୋ’ରୁମ୍‌ ଆସି କିଣାକିଣି କରିଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରମୁଖ ଜୁଏଲର୍ସ ଖିମଜୀର ଡିଜିଏମ୍‌ କିଶୋର ଓ୍ବାଡେର କୁହନ୍ତି, କରୋନା ପାଇଁ ଗତ ବର୍ଷ ଭଳି କାରବାର ନ ହେଲେ ମଧ୍ୟ ପୂର୍ବ ମାସଗୁଡିକ ତୁଳନାରେ କାରବାର ବେଶ୍‌ ଉନ୍ନତ ରହିଛି। ଶୋ’ରୁମରେ କରୋନାକୁ ଧ୍ୟାନରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ସାନିଟାଇଜେଶନ, ସ୍ବତନ୍ତ୍ର ଧାଡି ଜରିଆରେ ବିଭିନ୍ନ କାଉଣ୍ଟରକୁ ଗ୍ରାହକଙ୍କୁ ପଠାଯାଉଛି। ଶୋ’ରୁମ୍‌ ପକ୍ଷରୁ ପ୍ରଦାନ କରାଯାଉଥିବା ଅଫର ୨୨ ନଭେମ୍ବର ଯାଏ ରହିବ। ମହାମାରୀକୁ ଧ୍ୟାନରେ ରଖି ଗ୍ରାହକ ଯେଭଳି ଭାବେ ଅଧିକ ସମୟ ଅଫରର ଲାଭ ନେଇପାରିବେ ତାକୁ ବିଚାରକୁ ନିଆଯାଇଛି। ସୁନା ଅଳଙ୍କାର ଉପରେ ୬.୩% ରିହାତି, ରୁପାର ଗଢା ମୂଲ୍ୟ ଉପରେ ଫ୍ଲାଟ ୫୦% ଏବଂ ହୀରା ଉପରେ ଫ୍ଲାଟ ୨୦% ରିହାତି ଦିଆଯାଉଛି। କମିଶନରେଟ ପୋଲିସ ଏବଂ ବିଏମ୍‌ସିବିଡିଏର ନିୟମାବଳୀକୁ ଦୃଢତାର ସହ ପାଳନ କରାଯାଇଛି। ଶୋ’ରୁମ୍‌ ଭିତରେ ଭିଡ ନ ହେବା ବାହାରେ ଲୋକଙ୍କ ଲାଗି ପ୍ରତୀକ୍ଷା କରିବା ବ୍ୟବସ୍ଥା ହୋଇଛି।
କଲ୍ୟାଣ ଜୁଏଲର୍ସର ଷ୍ଟୋର ମ୍ୟାନେଜର ନିଶାନ୍ତ କୁମାର କହିଛନ୍ତି, ମହାମାରୀକୁ ଆଖି ଆଗରେ ରଖି ପ୍ରଥମେ ପ୍ରବେଶ ପଥକୁ ମୁକ୍ତ କରାଯାଇଛି। ସାନିଟାଇଜିଂ ଏବଂ ବ୍ୟାପକ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରାଯାଉଛି। ଶୋ’ରୁମ୍‌ରେ ନିରାପତ୍ତା ବ୍ୟବସ୍ଥା ବଢାଯାଇଛି। ଗ୍ରାହକଙ୍କ ଲାଗି ଅନ୍ୟ ସୁବିଧା ମଧ୍ୟ ରହିଛି। ଧନ୍‌ତେରସ ଅଫର ୧୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ହୀରା ଉପରେ ୨୫%, ସୁନାଗହଣା ଗଢା ମୂଲ୍ୟ ଉପରେ ୨୦ରୁ ୫୦% ପର୍ଯ୍ୟନ୍ତ ରିହାତି, ସିଲ୍‌ଭର ଉପରେ ସମ୍ପୂର୍ଣ୍ଣ ଗଢାମୂଲ୍ୟ ଛାଡ ସୁବିଧା ରହିଛି। ଅପରପକ୍ଷରେ ଅରୁନ୍ଧତୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଚଳିତ ବର୍ଷ ଆଶା ମୁତାବକ ବେପାର ସୀମା ଛୁଇଁନାହିଁ। ଗ୍ରାହକଙ୍କୁ ଶୋ’ରୁମରେ ସେବା ସହ ଅନ୍‌ଲାଇନରେ କ୍ରୟ କଲେ ହୋମ୍‌ ଡେଲିଭରି ସୁବିଧା ଦିଆଯାଉଛି। ପାର୍ବଣ ଅଫର ସହ ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଉଛି। ନୂଆ ଅମେୟା କଲେକ୍ସନ ସହ ଅନେକ ଡିଜାଇନ ଗହଣା ପାର୍ବଣ ପାଇଁ ପ୍ରସ୍ତୁତ କରାଯାଇଛି। ଡିଜାଇନଗୁଡିକ ଗ୍ରାହକଙ୍କ ଦ୍ୱାରା ପସନ୍ଦ ଆସୁଥିବା ନଜରକୁ ଆସୁଛି ବୋଲି କୁହାଯାଉଛି। ଭିଡକୁ ନଜରରେ ରଖି ଶୋ’ରୁମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ତନିସ୍କର ଏବିଏମ୍‌ ପ୍ରଖର ପଲାଓ୍ବତ କହିଛନ୍ତି, ସରକାରଙ୍କ ଗାଇଡ୍‌ଲାଇନ ପାଳନ ସହ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ଶୋ’ରୁମ ବାହାରେ ସ୍ବତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯାଇଛି। ଧନତେରସ୍‌ରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚାହିଦାକୁ ନଜରରେ ରଖି ସୁନା ଅଳଙ୍କାର ଗଢାମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ, ହୀରା ଗହଣାର ମୋଟ୍‌ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଗ୍ରାହକଙ୍କୁ ହୋମ୍‌ ଡେଲିଭରି ସହ କମ୍ପାନୀର ଅନ୍‌ଲାଇନ ପ୍ଲାଟଫର୍ମରେ କ୍ରୟ ସୁବିଧା ରହିଛି। ପାର୍ବଣ ପାଇଁ ଡେବିଟ୍‌, କ୍ରେଡିଟ କାର୍ଡରେ କ୍ରୟ ସୁବିଧା ଅନ୍ୟାନ୍ୟ ରିହାତି ଉପଲବ୍ଧ ରହିଥିବା ସେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ବଜାର ପ୍ରଭାବିତ ହୋଇ ରହିଥିବାରୁ ଏହାକୁ ନେଇ ଜୁଏଲର୍ସ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଗ୍ରାହକଙ୍କୁ ଯେଭଳି ଭାବେ କୌଣସି ଅସୁବିଧା ନ ହୁଏ ତାକୁ ଧ୍ୟାନରେ ରଖାଯାଇଛି। ଶୋ’ରୁମ ଆକର୍ଷଣୀୟ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ହାଲକା ଗହଣା ଉପରେ ଗ୍ରାହକଙ୍କ ନଜର ରହିଛି। ଏହା ଟ୍ରେଣ୍ଡରେ ରହିଥିବା ବେଳେ ସେହି ଅନୁସାରେ ଡିଜାଇନ ଶୋ’ରୁମଗୁଡିକ ପ୍ରଦାନ କରୁଛନ୍ତି। ଧନତେରସ ଏବଂ ଦିଓ୍ବାଲି ଉପଲକ୍ଷେ ପୂର୍ବ ମାସଗୁଡିକ ତୁଳନାରେ ଚାହିଦାରେ ବେଶ୍‌ ଉନ୍ନତି ହେବ ବୋଲି ଜୁଏଲେରୀ ଶିଳ୍ପ ପକ୍ଷରୁ ଆଶା କରାଯାଉଛି। ଚଳିତ ବର୍ଷ କୃଷି କାର୍ଯ୍ୟ ଉନ୍ନତ ହୋଇଥିବାରୁ ଏହା ଚାହିଦା ଉପରେ ଉନ୍ନତ ପ୍ରଭାବ ପକାଇବା ବୋଲି ଆଶା କରାଯାଇଛି। ଚଳିତ ବର୍ଷ ଦିଓ୍ବାଲି ବିକ୍ରି ଭଲ ରହିବ ବୋଲି ବିଶେଷଜ୍ଞ କହିଛନ୍ତି। କାରଣ ପାର୍ବଣରେ ବଜାରକୁ ଭଲ ରେସପନ୍ସ ମିଳିଛି। କରୋନା ପାଇଁ ଜୁଏଲର୍ସ ଅନ୍‌ଲାଇନ କନସଲଟେଶନ ଏବଂ ଅନ୍‌ଲାଇନ କ୍ରୟ ବ୍ୟବସ୍ଥା କରିଛନ୍ତି। ଏହା ମୋଟାମୋଟି ବିକ୍ରି ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ସୁନାକୁ ଏକ ଆସେଟ୍‌ କ୍ଲାସ ଭାବେ ବିଚାର କରାଯାଉଥିବା ବେଳେ ଏହି ଧାତୁ ଉପରେ ଲୋକଙ୍କର ଭରସା ସବୁ ବେଳେ ରହିଆସିଛି। ପାର୍ବଣ ଲାଗି କିଛି ଗ୍ରାହକ ଆଡଭାନ୍ସ ବୁକିଂ କରିଥିବା ମଧ୍ୟ ନଜରକୁ ଆସିଛି। ହାଲକା ଗହଣା ବାଦ୍‌ ଲକଜୁରି ସେଗମେଣ୍ଟ ଉପରେ ମଧ୍ୟ ଗ୍ରାହକ ଫୋକସ କରୁଛନ୍ତି। ଗତ ଦିଓ୍ବାଲି ତୁଳନାରେ ବର୍ତ୍ତମାନ ସୁଦ୍ଧା ସୁନାଦର ପ୍ରାୟ ୨୫% ବଢିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଶୋ’ରୁମଗୁଡିକ ଭାଉଚର, କ୍ୟାଶବ୍ୟାକ ସୁବିଧା ଦେଉଛନ୍ତି। ସେହିଭଳି ହୀରା ଗହଣା ଉପରେ ଫ୍ଲାଟ ରିହାତି, ସୁନା ଏବଂ ରୁପା ଗହଣା ମୂଲ୍ୟ ଉପରେ ରିହାତି, ଗଢା ମୂଲ୍ୟ ମୁଲ୍ୟ ଉପରେ ରିହାତି, ଧନତେରସରେ ସ୍ବତନ୍ତ୍ର ଅଫର, ପ୍ରଡକ୍ଟ କ୍ରୟରେ ଉପହାର, ଗୋଲ୍ଡ କଏନ, ସିଲଭର କଏନ ଏବଂ ଅନ୍ୟ ଉପହାର ପ୍ରଦାନ କରାଯାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri