୧୧ ଗୁଣ ବଢ଼ିଛି କୃଷି ବଜେଟ

ନୂଆଦିଲ୍ଲୀ: ୨୦୦୯-୧୦ରେ ଉପା ସରକାରଙ୍କ ସମୟରେ ଦେଶର କୃଷି ବଜେଟ ପରିମାଣ ପ୍ରାୟ ୧୨ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୧ ଗୁଣ ବଢି ୧.୩୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶନିବାର ସୂଚନା ଦେଇଛନ୍ତି। କୃଷକଙ୍କ ବିକାଶ ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ପ୍ରକାଶ କରିଛନ୍ତି। ନୂଆ କୃଷି ବିଲ୍‌ରେ କୃଷକଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ବିକ୍ରିବଟାରେ ସ୍ବାଧୀନତା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୃଷକମାନେ ନୂଆ ବ୍ୟବସ୍ଥା ଦ୍ୱାରା ସରକାରଙ୍କ ପକ୍ଷରୁ ନିଶ୍ଚିତ କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପାଇବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ କୃଷି ମନ୍ତ୍ରଣାଳୟର ବଜେଟ ବଢିବା ଯୋଗୁ ଖାଦ୍ୟଶସ୍ୟ ସଂଗ୍ରହରେ ସରକାର ଅଧିକ ଖର୍ଚ୍ଚ କରିବେ ବୋଲି କୁହାଯାଇଛି। ଏନ୍‌ଡିଏ ସରକାର ନିରନ୍ତର କୃଷକଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ଗଙ୍ଗଓ୍ବାର ମତ ରଖିଛନ୍ତି।
ଏକ କାର୍ଯ୍ୟକ୍ରମରେ ନୂଆ କୃଷି ବିଲ୍‌ ଉପରେ ସେ କହିଛନ୍ତି ଯେ, ନୂଆ କୃଷି ବିଲ୍‌ ଦ୍ୱାରା କୃଷକ ଲାଭବାନ ହେବେ। ଉତ୍ପାଦିତ ସାମଗ୍ରୀକୁ ଅନ୍ୟ ରାଜ୍ୟରେ କୃଷକମାନେ ଉନ୍ନତ ମୂଲ୍ୟରେ ବିକ୍ରି କରିପାରିବେ। ସେହିଭଳି ପୂର୍ବର ସରକାରଙ୍କ ତୁଳନାରେ ଏମ୍‌ଏସ୍‌ପି ବିଶେଷ ଭାବେ ବୃଦ୍ଧି ପାଇଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାବାଦ ପାର୍ଲାମେଣ୍ଟରେ ପାସ୍‌ ହୋଇଥିବା ନୂଆ ଶ୍ରମ ସଂସ୍କାର ବିଲ୍‌ ଦ୍ୱାରା ଶ୍ରମିକଙ୍କ ଲାଗି ମଙ୍ଗଳକାରୀ ହେବ ବୋଲି ସେ ଆଶାବାଦୀ ରହିଥିବା କହିଛନ୍ତି। ଏହା ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସକୁ ବୃଦ୍ଧି କରାଇବା ଦିଗରେ ଯୋଗଦାନ ରଖିବ। ପରିବର୍ତ୍ତିତ ସମୟରେ ଏହା ଶିଳ୍ପ ଏବଂ ଶ୍ରମିକଙ୍କ ମଧ୍ୟରେ ମଧ୍ୟ ଯୋଗସୂତ୍ର ରକ୍ଷା କରିବା ନେଇ ସେ ଆଶାବାଦୀ ରହିଛନ୍ତି। ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଦିଗରେ ଅଂଶୀଦାରମାନେ ଯୋଗଦାନ ରଖିବାକୁ ସେ ଆହ୍ବାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri