Posted inଜାତୀୟ

‘ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୟସ ୧୬ ହେଉ’

ନୂଆଦିଲ୍ଲୀ,୨୫ା୭(ପି.ଟି.): ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୈଧାନିକ ବୟସସୀମା ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ ବୋଲି ଆମିକସ୍‌ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ‘ନିପୁନ୍‌ ସାକ୍ସେନା ବନାମ କେନ୍ଦ୍ର ସରକାର’ ମାମଲାରେ ଜୟସିଂ ସର୍ବୋଚ୍ଚ ଅଦାଲତଙ୍କୁ ସହାୟତା କରୁଛନ୍ତି। ୧୬ରୁ ୧୮ ବର୍ଷ ବୟସ ବର୍ଗର କିଶୋର କିଶୋରୀ ଯୌନ ଅପରାଧରେ ସମ୍ପୃକ୍ତ ହେଉଥିବାବେଳେ ପୋକ୍‌ସୋ ଆଇନ, ୨୦୧୨ ଏବଂ ଆଇପିସିର ଦଫା ୩୭୫ ଅଧୀନରେ ଏହାର ଖୋଲାଖୋଲି ଅପରାଧୀକରଣକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ବର୍ତ୍ତମାନର ପ୍ରଚଳିତ ଆଇନ କିଶୋର କିଶୋରୀଙ୍କ ସହମତି ଭିତ୍ତିରେ ରୋମାଣ୍ଟିକ୍‌ ସମ୍ପର୍କକୁ ଅପରାଧ ଶ୍ରେଣୀରେ ବର୍ଗୀକୃତ କରିବା ସହ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ଜୟସିଂ ଆହୁରି କହିଛନ୍ତି, ଆଇନ ବ୍ୟବସ୍ଥାରେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ସମ୍ପର୍କକୁ ଭୁଲ୍‌ବଶତଃ ଦୁର୍ବ୍ୟବହାର, ସେମାନଙ୍କ ସ୍ବାୟତତ୍ତାକୁ ଅଣଦେଖା, ପରିପକ୍ୱତା ଏବଂ ସହମତି ଦେବାର କ୍ଷମତା ସହ ସମାନ ବିବେଚନା କରାଯାଇଛି। ୨୦୧୩ର ଆପରାଧିକ ଆଇନ (ସଂଶୋଧନ) ଅଧିନିୟମ ଅଣାଯିବା ପର୍ଯ୍ୟନ୍ତ ୭୦ ବର୍ଷ ଧରି ସହମତି ବୟସ ୧୬ ବର୍ଷ ରହିଥିଲା। ଏହାକୁ ୧୮ ବର୍ଷକୁ ବଢ଼ାଯିବା ପଛରେ ଯଥାର୍ଥ ଦର୍ଶାଇବାର କୌଣସି ବାସ୍ତବ କାରଣ କିମ୍ବା ପ୍ରୟୋଗାତ୍ମକ ତଥ୍ୟ ନାହିଁ। ଜଷ୍ଟିସ୍‌ ବର୍ମା କମିଟି ସହମତି ବୟସ ୧୬ ବର୍ଷ ରଖିବା ପାଇଁ ସୁପାରିସ୍‌ କରିଥିବାବେଳେ ବିନା ବିତର୍କରେ ଏହାକୁ ୧୮ ବର୍ଷକୁ ବଢ଼ାଯିବା ଦ୍ୱାରା ଏହା କମିଟି ସୁପାରିସ୍‌ ବିରୋଧରେ ଯାଇଛି। ଆମିକସ୍‌ କ୍ୟୁରି କହିଛନ୍ତି, ଆଜିକାଲି କିଶୋର କିଶୋରୀମାନେ ଶୀଘ୍ର ଯୌବନ ପ୍ରାପ୍ତ ହେଉଛନ୍ତି ଏବଂ ନିଜ ପସନ୍ଦରେ ପ୍ରେମ ଓ ଯୌନ ସମ୍ପର୍କ ରଖିବାକୁ ସମର୍ଥ। ଜାତୀୟ ପରିବାର ସ୍ବାସ୍ଥ୍ୟ
ସର୍ଭେ ତଥ୍ୟ ସମେତ ବିଜ୍ଞାନସମ୍ମତ ଏବଂ ସାମାଜିକ ତଥ୍ୟ ଅନୁଯାୟୀ, କିଶୋର କିଶୋରୀଙ୍କ ମଧ୍ୟରେ ଯୌନ କାର୍ଯ୍ୟକଳାପ ଅସାଧାରଣ ନୁହେଁ ବୋଲି ଜୟସିଂ କହିଛନ୍ତି।
୨୦୧୭ରୁ ୨୦୨୧ ମଧ୍ୟରେ ପୋକ୍ସୋ ଅଧୀନରେ ୧୬ରୁ ୧୮ ବର୍ଷର ପିଲା ମୋକଦ୍ଦମାର ସମ୍ମୁଖୀନ ହେବା ୧୮୦ ପ୍ରତିଶତ ବଢ଼ିଛି। ଭିନ୍ନ ଧର୍ମ ବା ଭିନ୍ନ ଜାତି ସହ ସମ୍ପୃକ୍ତ ମାମଲାରେ ଅଧିକାଂଶ ଅଭିଯୋଗ ଝିଅ ଇଚ୍ଛା ବିରୋଧରେ ମା’ବାପା ଦାଏର କରୁଛନ୍ତି। ସହମତିରେ ଯୌନ ସମ୍ପର୍କକୁ ଅପରାଧୀକରଣ କରାଯାଉଛି। ଫଳରେ କିଶୋରକିଶୋରୀ ଯୋଡ଼ି ଲୁଚିବାକୁ, ବିବାହ କରିବାକୁ କିମ୍ବା ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି। ଏସବୁର ସମାଧାନ ପାଇଁ ସହମତି ବୟସ ୧୬ ବର୍ଷକୁ ହ୍ରାସ କରିବା ପାଇଁ ଜୟସିଂ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri