ସରକାରୀ ଚାକିରି ଆବେଦନ ବୟସ ସୀମା ୩୨ରୁ ୪୨ ବର୍ଷ ପାଇଁ ଦାବି

କେନ୍ଦୁଝର,୨ା୮(ସ୍ବ.ପ୍ର.): ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେଡି ସରକାର ଆଶାୟୀ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି ନ କରିବା ଯୋଗୁ ବହୁ ଯୁବବର୍ଗ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଫଳରେ ମେଧାବୀ ଛାତ୍ରୀଛାତ୍ର ଉପକୃତ ହେବା ସହ ଯୁବବର୍ଗ ଉପଯୁକ୍ତ ଥଇଥାନ ହୋଇପାରିବେ। ଅନ୍ୟ ରାଜ୍ୟରେ ବୟସସୀମା ବୃଦ୍ଧି କରାଯାଇଛି ଯଥା – ଗୋଆରେ ୪୫ ବର୍ଷ, ଆସାମରେ ୪୪ ବର୍ଷ, ଆନ୍ଧ୍ରପ୍ରଦେଶରେ ୪୨ ବର୍ଷ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ପର୍ଯ୍ୟନ୍ତ ବୟସସୀମା ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ଓଡିଶା ସରକାର ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ଆଶାୟୀ ଯୁବ ବର୍ଗଙ୍କ ବୟସସୀମା ୩୨ ବର୍ଷରେ ସୀମିତ ନ ରଖି ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି କେନ୍ଦୁଝର ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଦାବି କରିଛନ୍ତି। ଆଜି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ନାୟକଙ୍କୁ ଏକ ଦାବିପତ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଗୀତା ସିଂହ, ଟାଉନ କଂଗ୍ରେସ ସଭାପତି ବସନ୍ତ କୁମାର ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲା ସୋସିଆଲ ମିଡିଆ ସଂଯୋଜକ ସୁଢଳ କୁମାର ସେଠୀ, କଂଗ୍ରେସ ନେତା କବିନ୍ଦ୍ର ସାହୁ, କୋଦଣ୍ଡଧର ଜେନା, ଚିତ୍ତରଞ୍ଜନ ପରିଡ଼ା, ଯୁବ କଂଗ୍ରେସ ନେତା ପ୍ରୀତମ ମହାନ୍ତି, ସନତ ପାଢ଼ୀ, ସୌମ୍ୟରଞ୍ଜନ ରାଉତ, ସଞ୍ଜୟ ନାଏକ, ଆନନ୍ଦ ମାଝି, ମନୋଜ ବେହେରା, ତପନ ବେହେରା, ଏସ. ଶକ୍ତିସ୍ବରୂପ,ବ୍ରଜବନ୍ଧୁ ପ୍ରଧାନ, ଅଜୟ କୁମାର ନାଏକ, ରୁଦ୍ର ନାରାୟଣ ସାହୁ ଓ ଶେଷଦେବ ବେହେରା ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri