ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ

କଟକ ଅଫିସ,୧୫।୯: ପ୍ରଖ୍ୟାତ ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତି(୯୦)ଙ୍କର ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଅପରାହ୍ନ ୨ଟା ୨୦ ମିନିଟ୍‌ରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଖାନ୍‌ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ନଦିଆଙ୍କ ସାହିତ୍ୟର ଅନ୍ତଃସ୍ବର ଥିଲା ହାସ୍ୟରସ। ୨୧ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକର ପ୍ରଣେତା ନଦିଆ ରାଜ୍ୟ ସାହିତ୍ୟାକାଶରେ ‘ବଡ଼ ଭାଇ’ ଭାବେ ପରିଚିତ ଥିଲେ। ୧୯୫୮ରେ କଟକ ଆକାଶବାଣୀର ଶିଶୁ ସଂସାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଥିରେ ତାଙ୍କର ଭୂମିକା ଥିଲା ‘ବଡ଼ ଭାଇ’। ଏହି କାର୍ଯ୍ୟକ୍ରମ ରାଜ୍ୟରେ ପ୍ରସିଦ୍ଧି ଲାଭ କରିବା ସହିତ ନଦୀୟାଙ୍କୁ ବଡ଼ ଭାଇ ଭାବେ ପରିଚୟ ପ୍ରଦାନ କରିଥିଲା। ନଦିଆଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ‘କିଶୋର ଚକ୍ର’, ‘ଚକା ଚକା ଭଉଁରୀ’ କାର୍ଯ୍ୟକ୍ରମ ବେଶ୍‌ ଲୋକାଦୃତ ହୋଇଥିଲା। ଛାତ୍ର ଜୀବନରୁ ସେ ଶିଶୁ ସାହିତ୍ୟ ସୃଷ୍ଟିରେ ବ୍ରତୀ ଥିଲେ। ତତ୍କାଳୀନ ଶିଶୁ ପତ୍ରିକା ସଂସାର, ମୀନାବଜାର ପ୍ରଭୃତିରେ ତାଙ୍କ ଗଳ୍ପ, କବିତା, ଏକାଙ୍କିକାଗୁଡ଼ିକ ପ୍ରକାଶ ପାଇବା ପରେ ସ୍ବର୍ଗତ ଡ. ହରେକୃଷ୍ଣ ମହତାବ, ସ୍ବର୍ଗତ ରାମକୃଷ୍ଣ ନନ୍ଦ, ସ୍ବର୍ଗତଃ ରାମପ୍ରସାଦ ମହାନ୍ତିଙ୍କଠାରୁ ସେ ପ୍ରଶଂସିତ ହୋଇଥିଲେ। କଲେଜ ଜୀବନରେ ବେତାର ନାଟ୍ୟଶିଳ୍ପୀ ଓ ଶିଶୁ କାର୍ଯ୍ୟକ୍ରମରେ ସାମିଲ ହେବାର ସେ ସୁଯୋଗ ପାଇଥିଲେ। ୧୯୮୯ରେ କଟକ ଆକାଶବାଣୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଯୋଜକ ଭାବେ ସେ ଅବସର ଗ୍ରହଣ କରିଥିଲେ। ପରେ ଧ୍ରୁବତାରା ନାମରେ ଏକ ଭ୍ରାମ୍ୟମାଣ ଶିଶୁ ସାହିତ୍ୟ ଅନୁଷ୍ଠାନ ଗଠନ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ତଥା ଶିଶୁ ସାଂସ୍କୃତିକ ଅନୁଷ୍ଠାନରେ ପ୍ରତି ମାସର ଦ୍ୱିତୀୟ ଶନିବାର ଏକ ଶିଶୁ ସମାବେଶ କରାଇ ଶିଶୁ ପାଠକ ଓ ଶିଶୁ ସାହିତି୍ୟକଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ କରାଉଥିଲେ। ୨୦୧୩ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ଅନବଦ୍ୟ ଶିଶୁ ସଙ୍କଳନ ‘ଗପୁଡ଼ି ଓ ପକୁଡ଼ି’ ପାଇଁ ୧୯୮୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଥିଲେ। ସପନ ଗୁଡ଼ି, ଛଅପା ହାତରେ ଛକଡ଼ି, ଅନନ୍ତ ପଥେ ଶ୍ରୀମନ୍ତ, ସାଧୁର ଶଗଡ଼, ଠେକୁ ମହାରାଜ, କୁନାକୁନା କାହାଣୀମାଳ, ବଡ଼ଭାଇଙ୍କ କାହାଣୀମୁଣି ଆଦି ତାଙ୍କ ଅନ୍ୟବଦ୍ୟ ସୃଷ୍ଟିରୁ କିଛି।
ନଦିଆଙ୍କ ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ସଚିବ ଶୁଚିସ୍ମିତା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଶିଶୁମାନଙ୍କର ସାଂସ୍କୃତିକ ଓ ବୌଦ୍ଧିକ ବିକାଶ ପାଇଁ ନଦିଆ ଉଦ୍ୟମ ଜାରି ରଖିଥିଲେ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଏକାଡେମୀ ପକ୍ଷରୁ ପ୍ରେସ୍‌ ବିବୃତିରେ କୁହାଯାଇଛି। ଓଡ଼ିଆ ଶିଶୁ ସାହିତ୍ୟ ଜଣେ ମୁରବିଙ୍କୁ ହରାଇଲା ବୋଲି ସାହିତି୍ୟକ ଡ. ବିଜୟାନନ୍ଦ ସିଂ କହିଛନ୍ତି। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ. ପ୍ରଭାକର ସ୍ବାଇଁ, ନାଟ୍ୟକାର ସଞ୍ଜିତ ପଟ୍ଟନାୟକ, ଡା. ରବି ରଞ୍ଜନ ସାହୁ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri