ବାବୁସାନଙ୍କୁ ଅବାଟରେ ନ ଯିବାକୁ ନିବେଦନ କଲେ ପ୍ରଂଶସକ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାକୁ ୩ ତିନି ଦିନ ବିତିଥିଲେ ସୁଦ୍ଧା ଚର୍ଚ୍ଚା ଥମିବାର ନା ନେଉନି। ଘଟଣା ପରେ ଚେନ୍ନାଇ ଯାଇଥିବା ବାବୁସାନ ବର୍ତ୍ତମାନ କେଉଁଠି ତାଙ୍କ ପ୍ରଂଶସକ ମନରେ ପ୍ରଶ୍ନ ଆସୁଛି। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ରବିବାର ମା’ ଅପରାଜିତା ମହାନ୍ତି ପୁଅ ବାବୁସାନଙ୍କୁ ଘରକୁ ଫେରିଆସିବା ପାଇଁ ନିବେଦନ କରିଥିଲେ। ତେବେ ମଙ୍ଗଳବାର ବାବୁସାନଙ୍କ ଘର ସାମ୍ନାରେ ତାଙ୍କ ପ୍ରଂଶସକଙ୍କ ଗହଳି ଦେଖିବାକୁୁ ମିଳିଛି। ବାବୁସାନଙ୍କୁ ତୁରନ୍ତ ଘରକୁ ଫେରିଆସିବାକୁ ସେମାନେ କହିଛନ୍ତି। କୌଣସି ଭୁଲ ବାଟରେ ନ ଯିବାକୁ ମଧ୍ୟ ସେମାନେ ନିବେଦନ କରିଛନ୍ତି।
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୮୬ ତମ ଉତ୍କଳ ଦିବସ ସେଲିବ୍ରେଶନ ପାଇଁ ବାବୁସାନ ନିମନ୍ତ୍ରିତ ଅତିଥି ଥିଲେ । ମାତ୍ର ସେ ଉତ୍ସବରେ ଯୋଗଦେଇ ନ ଥିଲେ। ମଙ୍ଗଳବାର ଏକ ଭିଡ଼ିଓ ଜାରି କରି ଏକଥା ସେ ନିଜେ ସ୍ପଷ୍ଟ କରିଥିଲେ । କହିଥିଲେ ମୋ ଫିଲ୍ମ ପ୍ରଯୋଜକ ମନା କରିବାରୁ ଏହି ମହୋତ୍ସବରେ ଯୋଗଦେଇପାରୁନି । ଏଥିପାଇଁ କ୍ଷମାପ୍ରାର୍ଥନା କରିଥିଲେ । ତେବେ କାହିଁକି ଉଭୟ ବାବୁସାନ ଓ ପ୍ରକୃତି ଚେନ୍ନାଇରୁ ଆସୁନାହାଁନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି।

Share