ନାବାଳକଙ୍କୁ ଉଦ୍ଧାର କଲା ପ୍ରଶାସନ

ମୋରଡା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକର ସୀମାନ୍ତ ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହେବା ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି। ପ୍ରଶାସନିକ ଅଧିକାରୀମାନେ ଚଢ଼ାଉ କରି ମଙ୍ଗଳବାର ନିର୍ମାଣସ୍ଥଳରୁ ଜଣେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ନାବାଳକ ଜଣକ ଝାଡ଼ଖଣ୍ଡ ରାଜ୍ୟ ପୂର୍ବସିଂହଭୂମ ଜିଲାର ଘାଟଶିଳା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।
କେନାଲ ନିର୍ମାଣ କାର୍ଯ୍ୟ ଟେଣ୍ଡର ନେଇଥିବା ଠିକାଦାରୀ ସଂସ୍ଥା ନାବାଳକଙ୍କୁ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଧରିତ୍ରୀରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ମୋରଡ଼ା ବ୍ଲକର ମାକୁନ୍ଦଠାରେ ଚାଲିଥିବା ନିର୍ମାଣସ୍ଥଳରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜିଲା ସହକାରୀ ଶ୍ରମ ଅଧିକାରୀ ପଦ୍ମନାଭ ମହାମାନସିଂହ, ଏସ୍‌ଡବ୍ଲ୍ୟୁ ନରେନ୍ଦ୍ରନାଥ ସି, ଜିଲା ଶିଶୁ ସୁରକ୍ଷା ୟୁନିଟ ଏବଂ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସମେତ ଏଏସ୍‌ଆଇ ଦୀନବନ୍ଧୁ ଦେହୁରୀ ଓ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ମିଳିତ ଭାବେ ଚଢ଼ାଉ କରି ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତେବେ ଉକ୍ତ ସଂସ୍ଥାରେ ଆହୁରି ଅନେକ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ପ୍ରଶାସନ ଆଖିରେ ଧୂଳି ଦେଇ ଠିକାଦାରୀ ସଂସ୍ଥା ଅନ୍ୟ ଶିଶୁ ଶ୍ରମିକଙ୍କୁ ସେଠାରୁ ଅନ୍ୟତ୍ର ପଠାଇ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ମୋହନା,୨୮।୭(ମନ୍ମଥ ମିଶ୍ର): ମୋହନାରେ କିଛିଦିନ ହେଲା ଠାକୁରାଣୀ ମନ୍ଦିରରୁ ମା’ଙ୍କ କିରଟି ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଏହାସହ ପାନୀୟ ଜଳ ଯୋଗାଣ ପମ୍ପ…

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri