ବାଘୁଆ ଜଳଭଣ୍ଡାରରୁ ପାଣି ଛାଡ଼ିଲା ପ୍ରଶାସନ

ବୁଗୁଡ଼ା,୨୨ା୭(ଡି.ଏନ୍‌.ଏ.): ବାଘୁଆ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଛି। ଏହି ପାଣି ବାଘୁଆ ଜଳଭଣ୍ଡାରର ବାମ ଏବଂ ଦକ୍ଷିଣ କେନାଲ ଦେଇ ଛଡ଼ାଯାଇଥିବା ବୁଗୁଡ଼ା ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ସୂଚନା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ, ଚାଷୀମାନଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦିଆଯାଇ ଖରିଫ ଧାନ ଫସଲ ଚାଷ କାର୍ଯ୍ୟ ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଫଳରେ ବାଘୁଆରୁ ଜଳ
ଯୋଗାଣ ଦ୍ୱାରା ବୁଗୁଡ଼ା ଏବଂ ପୋଲସରା ବ୍ଲକର ୮,୩୬୭ ହେକ୍ଟର
ଜମିରେ ଜଳସେଚିତ ହୋଇପାରିବ। ବର୍ତ୍ତମାନ ବାଘୁଆ ଜଳଭଣ୍ଡାରର ଉଚ୍ଚତା ୧୧୩ ମିଟରରେ ରହିଥିବା ଜଣାପଡ଼ିଛି। ବାଘୁଆ ଜଳଭଣ୍ଡାରରୁ ଜଳ ଯୋଗାଣ ହେବା ଫଳରେ ଚାଷୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି। ଜଳଭଣ୍ଡାରରେ ପୂଜାର୍ଚ୍ଚନା କରାଯିବା ପରେ ଦୁଇ କେନାଲ ଦେଇ ଜଳ ଛଡ଼ାଯାଇଥିଲା।