ସୀମାନ୍ତ ଗ୍ରାମ ସମସ୍ୟା ପ୍ରତି ଆଖି ବୁଜିଛି ପ୍ରଶାସନ

ମାଲକାନଗିରି,୩ା୩: ଓଡ଼ିଶା ସୀମାବର୍ତ୍ତୀ ଗ୍ରାମଗୁଡିକ ପ୍ରତି ଅବହେଳା କରାଯାଉଥିବା ଏବଂ ସୀମାନ୍ତ ରାଜ୍ୟ ଏହାର ସୁଯୋଗ ନେଇ ଓଡିଶାର କୋରାପୁଟ ଜିଲା ଓ ମାଲକାନଗିରି ଜିଲା ଭିତରକୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପ୍ରବେଶ କରୁଛନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନା ସୀମାନ୍ତ ଗ୍ରାମଗୁଡିକରେ କାର୍ଯ୍ୟକାରୀ କରି ଗ୍ରାମବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତି ଆକୃଷ୍ଟ କରୁଛନ୍ତି। ଫଳରେ ଏହି ଗ୍ରାମବାସୀ ଆନ୍ଧ୍ର ଓ ଛତିଶଗଡରେ ମିଶିବା ପାଇଁ ଇଛା ପ୍ରକାଶ କରୁଛନ୍ତି। ଏପରି ଏକ ଘଟଣା ମାଲକାନଗିରି ଜିଲା ସଦର ବ୍ଲକ ଉଡୁପା ପଞ୍ଚାୟତ ଛତିଶଗଡ ସୀମାକୁ ଲାଗିଥିବା ତଙ୍ଗପାଲ୍ଲି ଗ୍ରାମରେ ଦେଖିବାକୁ ମିଳିଛି।
ଏହି ଗ୍ରାମ ଉଡୁପା ପଞ୍ଚାୟତ ସଦରରୁ ମାତ୍ର ସାଢେ ୩ କି.ମି. ଛତିଶଗଡ ସୀମାନ୍ତକୁ ଲାଗି ରହିଛି। ଜିଲା ପ୍ରଶାସନ ଆଦିବାସୀଙ୍କ ବିକାଶ ଏବଂ ଛତିଶଗଡକୁ ଯାତାୟାତ କରିବା ଲାଗି ମୋଟୁରୁ ତଙ୍ଗପାଲ୍ଲି ଗ୍ରାମକୁ ଏକ ବସ୍‌ ଯୋଗାଇ ଦେଇଥିଲା। ବସଟି କିଛିଦିନ ଚାଲିଲା ପରେ ଖରାପ ରାସ୍ତା ଯୋଗୁ ବସ୍‌ ବନ୍ଦ ହୋଇଯାଇଥିଲା। ଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ଗୋଡି ଉଠିଯାଇ ଖାଲ ଖମାରରେ ପରିଣତ ହୋଇଛି। ଫଳରେ ଗ୍ରାମବାସୀ ରୋଗୀକୁ ଡାକ୍ତରଖାନା ନେବା, ପଦ୍ମଗିରି ଓ ମାଲକାନଗିରି ସଦର ମହକୁମାକୁ ଆସିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ କୌଣସି ମୋବାଇଲ ଟାଓ୍ବାର ନ ଥିବାରୁ କୌଣସି ସମସ୍ୟା ସମ୍ପର୍କରେ ନିଜ ଲୋକ କିମ୍ବା ପ୍ରଶାସନକୁ ଜରାଇପାରୁନାହାନ୍ତି। ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଏକ ପ୍ରାଥମିକ ବିଦୟାଳୟ ରହିଛି। ଏଠାରେ ଦୁଇଜଣ ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ଶିକ୍ଷୟିତ୍ରୀ ସରକାରୀ କାର୍ଯ୍ୟରେ ବାହାରକୁ ଗଲେ ବିଦ୍ୟାଳୟ ପାଠପଢା ବ୍ୟାହତ ହୋଇଥାଏ। ବିଦ୍ୟାଳୟରେ ପାନୀୟ ଜଳର କୌଣସି ସୁବିଧା ନାହିଁ। ମଧ୍ୟାହ୍ନ ଭୋଜନ ଠିକ୍‌ ସମୟରେ ହୋଇପାରୁନାହିଁ। ଗ୍ରାମରେ ୨୫୦ ପରିବାରର ୧୧୫୦ ଲୋକଙ୍କ ପାଇଁ ୫ଟି ନଳକୂପ ଥିଲେ ମଧ୍ୟ ସେଥିରୁ ୪ଟି ଅଚଳ ହୋଇପଡିଛି। ଗୋଟିଏ ନଳକୂପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଛନ୍ତି। ଅନେକ ସମୟରେ ସମସ୍ତେ ଜଳ ନ ପାଇ ଗ୍ରାମଠାରୁ ଅଧ କି.ମି. ଦୂର ଏକ ଅପରିସ୍କାର କୁଣ୍ଡରୁ ପାଣି ଆଣି ଚଳୁଛନ୍ତି। ସେହି ପାଣିରେ ରନ୍ଧା କାର୍ଯ୍ୟ ଲୁଗା ସଫା, ପିଲାମାନଙ୍କୁ ଗାଧୋଇବା, ପିଇବା କାର୍ଯ୍ୟରେ ବ୍ୟବାହର କରୁଛନ୍ତି। ଏଥିଯୋଗୁ ଗ୍ରାମରେ ଅନେକ ଚର୍ମରୋଗ, ପେଟରୋଗ ଭୋଗୁଥିବା ଗ୍ରାମ ମୁଖିଆ ଭଗବାନ ପଡିଆମି କହିଛନ୍ତି। ସେହିପରି ଦୀର୍ଘ ୧୦ ବର୍ଷ ତଳେ ଉଠା ପାନୀୟ ଜଳ ବ୍ୟବସ୍ଥା ପାଇଁ ମୋଟର ଏବଂ ଟାଙ୍କି ବସିଥିଲେ ମଧ୍ୟ ଏକ ସପ୍ତାହ ପରେ ତାହା ଅଚଳ ହୋଇ ପଡିଥିବା ଗ୍ରାମବାସୀଅଭିଯୋଗ କରିଛନ୍ତି। ୫ବର୍ଷ ତଳେ ପଞ୍ଚାୟତ ସଦର ମହକୁମାରୁ ସାଢେ ୩ କି.ମି. ରାସ୍ତା ତଙ୍ଗପାଲ୍ଲି ଗ୍ରାମକୁ ପାଇପ ପାଣି ଯୋଗାଇବା ପାଇଁ ପାଇପ୍‌ ବିଛା ଯାଇଥିଲେ ମଧ୍ୟ ଉକ୍ତ ପାଇପଗୁଡିକ ଏକମାସ ମଧ୍ୟରେ ନଷ୍ଟ ହୋଇଯାଇଥିଲା। ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ପାନୀୟ ଜଳ ଏବଂ ରନ୍ଧାଖାଦ୍ୟ ଦେବାରେ ସମସ୍ୟା ଉପୁଜିଛି। ୨୫୦ ପରିବାର ମଧ୍ୟରୁ ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଜଣ ହିତାଧିକାରୀ ଆବାସ ପାଇଛନ୍ତି। ୨୦ ବର୍ଷ ମଧ୍ୟରେ ମାତ୍ର ୨୦ ଜଣ ବିଜୁ ପକ୍କା ଘର ମିଳିଛି। ଗ୍ରାମର ମୁଖିଆ ପଡିଆମି, ନରସିଂହ ମାଡକାମି, ସରପଂଚ ଗଙ୍ଗା ମାଡକାମଙ୍କ ସହ ଅନ୍ୟମାନେ କହିଛନ୍ତି, ଆମେ ମାଲକାନଗିରି ଜଲାପାଳଙ୍କୁ ଏ ସମ୍ପର୍କରେ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି। ସରକାର ତୁରନ୍ତ ତଙ୍ଗପାଲ୍ଲି ଗ୍ରାମର ସମସ୍ୟା ଦୂର ନ କଲେ ଆମେ ବାଧ୍ୟ ହୋଇ ଛତିଶଗଡରେ ମିଶିବୁ ବୋଲି ଚେତାବନୀ ଦେଇଛନ୍ତି।
ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri