ସ୍ଥିତି ସୁଧାରିଲା ପ୍ରଶାସନ

ମାଧପୁର,୩୦ା୬(ମନୋଜ ପ୍ରଧାନ): ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳି ରେଞ୍ଜ ଅଫିସ ଠାରୁ ନୂଆଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ନଳକୂଅ ବର୍ଷା ପାଣି ଘେରରେ ରହିଥିଲା। ଫଳରେ କୁଡ଼ାସାହିରେ ରହୁଥିବା ୩୦ରୁ ଅଧିକ ପରିବାର ଉକ୍ତ ନଳକୂଅ ପାଣିରୁ ବଞ୍ଚିତ ହେଉଥିଲେ। ଗତବର୍ଷ ଏପରି ସମସ୍ୟା ସୃଷ୍ଟି ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲେ ହେଁ କିଛି କରାଯାଇ ନ ଥିଲା। ତେବେ ଚଳିତବର୍ଷ ମୌସୁମୀ ବର୍ଷା ଆରମ୍ଭରୁ ଉକ୍ତ ନଳକୂଅ ଆଣ୍ଠୁଏ ପାଣି ଘେରରେ ରହିଥିଲା। ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଖବରପାଇ ପ୍ରଶାସନ ପକ୍ଷରୁ ଗୁରୁବାର ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅସରାଏ ବର୍ଷା ହେଲେ ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ଓ ଏହା ପାର୍ଶ୍ୱରେ ଥିବା ନଳକୂଅ ନିକଟରେ ଆଣ୍ଟୁଏ ପାଣି ଜମି ରହୁଛି। ପୂର୍ବରୁ ଏହି ସ୍ଥାନରେ ବର୍ଷା ପାଣି ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପର ଦେଇ ନିଷ୍କାସିତ ହେଉଥିଲା। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯିବା ବେଳେ ରାସ୍ତାକୁ ଉଚ୍ଚ କରିଦିଆଯିବାରୁ ବର୍ଷା ପାଣି ସୋରିଷପଙ୍କ କୁଡ଼ାସାହି ରାସ୍ତା ପାର୍ଶ୍ୱରେ ଥିବା ନଳକୂଅ ନିକଟରେ ଜମି ରହୁଛି। ଫଳରେ ଏହି ନଳକୂଅରୁ ପାଣି ଆଣି ଲୋକେ ବ୍ୟବହାର କରିପାରୁ ନାହାନ୍ତି। ଗାଁରେ ଥିବା ଖୋଲା କୂଅରୁ ସମସ୍ତେ ପାଣି ଆଣୁଥିବାରୁ ରୋଗ ବ୍ୟାପିବାର ସମ୍ଭାବନା ରହୁଛି। ସେହିପରି ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ୩୦ ପରିବାର ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ସେତେବେଳେ ଏ ନେଇ ସ୍ଥାନୀୟ ସାମାଜିକ କର୍ମୀ ପ୍ରିୟଦର୍ଶିନୀ ସ୍ବାଇଁ ଟୁଇଟ୍‌ ଓ ଜନଶୁଣାଣି ମାଧ୍ୟମରେ ପଞ୍ଚାୟତିରାଜ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରିଥିଲେ। ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ ମିଟର ଡ୍ରେନ୍‌ ତିଆରି ପାଇଁ ପ୍ରସ୍ତାବ ଦିଆଯାଇଥିବା ଓ ଅନୁମୋଦନ ପରେ ଏହା କରାଯିବ ବୋଲି କୁହାଯାଇଥିଲା। ପଞ୍ଚାୟତିରାଜ ବିଭାଗ ମଧ୍ୟ ଡ୍ରେନ ତିଆରି କରି ଜଳ ନିଷ୍କାସନ କରାଯିବ ବୋଲି କହିଥିଲା। ହେଲେ କେବଳ କେତୋଟି ହ୍ୟୁମ୍‌ ପାଇପ୍‌ ଆଣି ରଖାଯିବା ବ୍ୟତୀତ ଉଭୟ ବିଭାଗ ପକ୍ଷରୁ କିଛି ବି ପଦକ୍ଷେପ ନିଆ ନ ଯିବାରୁ ଚଳିତବର୍ଷ ମୌସୁମୀ ବର୍ଷା ପରେ ପୂର୍ବସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ରାସ୍ତା ନିର୍ମାଣ କରିଥିବା ଠିକାଦାରଙ୍କୁ ଗତବର୍ଷ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ସେ ମଧ୍ୟ ରାଜି ହୋଇଥିଲେ। କିନ୍ତୁ କାର୍ଯ୍ୟ କରି ନ ଥିବା ଜଣାପଡ଼ିବା ପରେ ଗୁରୁବାର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri