ପ୍ରତିଶ୍ରୁତି ରଖିଲାନି ପ୍ରଶାସନ

ବିନିକା,୯ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗଁାର ଜିବର୍ଦ୍ଧନ କର୍ଣ୍ଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଘଟଣାକୁ ଇତିମଧ୍ୟରେ ୫ବର୍ଷ ୬ମାସ ବିତିଛି। ହେଲେ ସେହି ସମୟରେ ଜିଲା ପ୍ରଶାସନ ଦେଇଥିବା ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ଜିବର୍ଦ୍ଧନଙ୍କ ସ୍ତ୍ରୀ ଜୟନ୍ତୀ କର୍ଣ୍ଣ(୩୫)ଙ୍କୁ ଅଦ୍ୟାବଧି ସରକାରୀ ଚାକିରି ମିଳିନାହିଁ । ଫଳରେ ୩ଝିଅଙ୍କ ସହ ସେ ଦୁର୍ବିଷହ ଜୀବନ ବିତାଉଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏପରିକି ବିଧାୟକ, ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏପରିକି ବିନିକାରେ ବିଭିନ୍ନ ସମୟରେ ହୋଇଥିବା ଜିଲାପାଳଙ୍କ ଜନ ଶୁଣାଣିରେ ଜଣାଇଲେ ମଧ୍ୟ କେବଳ ମିଳିଛି ପ୍ରତିଶ୍ରୁତି ବୋଲି ଜୟନ୍ତୀ କହିଛନ୍ତି।
୨୦୧୭ ନଭେମ୍ବର ୨୭ତାରିଖ ରାତ ପ୍ରାୟ ୯ଟାରେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଜିବର୍ଦ୍ଧନ କାମ ସାରି ଗଁାକୁ ଫେରୁଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନୁକମ୍ପାମୂଳକ ସହାୟତା ସାଙ୍ଗକୁ ପରିବାର ଭରଣ ପୋଷଣ ପାଇଁ ମୃତକଙ୍କ ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ଦେବାକୁ ଦାବି କରି ୨୮ତାରିଖରେ ଶତାଧିକ ଲୋକେ ବିନିକା-ସୋନପୁର ମୁଖ୍ୟରାସ୍ତା ଅବରୋଧ କରିିଥିଲେ। ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ତତ୍କାଳୀନ ସୋନପୁର ଉପଜିଲାପାଳ ବଳରାମ ମଲ୍ଲିକ ବିନିକାରେ ଆଦର୍ଶ ବିଦ୍ୟାଳୟ ଖୋଲିଲେ ଜୟନ୍ତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିନିକାରେ ଆଦର୍ଶ ବିଦ୍ୟାଳୟ ଖୋଲିବାର ୪ବର୍ଷ ବିତି ଯାଇଥିଲେ ମଧ୍ୟ ଜୟନ୍ତୀଙ୍କୁ କର୍ମ ସଂସ୍ଥାନ ଦିଆଯାଇନାହିଁ। ଏପରିସ୍ଥଳେ ୩ଝିଅ ଗାୟତ୍ରୀ(୧୬), ଧରିତ୍ରୀ(୧୩) ଓ ଅନନ୍ୟା(୮)ଙ୍କ ଲାଳନ ପାଳନ ସହ ତାଙ୍କର ଭବିଷ୍ୟତ ଗଠନ ନେଇ ଚିନ୍ତାରେ ପଡିଛନ୍ତି ଜୟନ୍ତୀ। ବିଧବା ଭତ୍ତା ଓ ପିଡିଏସ୍‌ ଚାଉଳ ମିଳୁଛି। ମାତ୍ର ତାହା ଅଭାବକୁ ପୂରଣ କରି ପାରୁନାହିଁ। ସୋମବାର ବହୁ ଆଶା ରଖି ଜୟନ୍ତୀ ୩ଝିଅଙ୍କୁ ସାଥିରେ ଧରି ବିନିକାଠାରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସି ତାଙ୍କ ସମସ୍ୟା ଓ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ସମ୍ପର୍କରେ ଜଣାଇଥିଲେ। ହେଲେ ପ୍ରଶାସନିକ ଅଧିକାରୀମାନେ ଋଣ ନେଇ ସ୍ବାବଲମ୍ବୀ ହେବାକୁ ଜୟନ୍ତୀଙ୍କୁ ପରାମର୍ଶ ଦେଇଥିଲେ। ପରେ ତାଙ୍କ ଅଭିଯୋଗ ପତ୍ରକୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପାଖକୁ ପଠାଇ ଦେଇଥିଲେ। ଏହାପରେ ଜୟନ୍ତୀ ଓ ୩ଝିଅଙ୍କ ସହ ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନ ସହୃଦୟତାର ସହ ଜୟନ୍ତୀଙ୍କୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri