Categories: ଜାତୀୟ

ରାହୁଲଙ୍କ ସବୁ ସର୍ତ୍ତ ମାନିଲା ପ୍ରଶାସନ

ଲକ୍ଷ୍ନୌ,୬।୧୦: ଲଖିମ୍‌ପୁର ଖେରିରେ ଚାରିଜଣ କୃଷକଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ମାମଲାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାସ୍ଥଳକୁ ଯିବା ପାଇଁ ଚେଷ୍ଟା କରାଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲଖିମ୍‌ପୁର ଅଭିମୁଖେ ବାହାରିଛନ୍ତି। କିନ୍ତୁ ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ବବିମାନବନ୍ଦରରେ ପହଞ୍ଚିବା ପରେ ବିବାଦ ଉପୁଜିଥିଲା। ପ୍ରଶାସନ ଦ୍ୱାରା ରୁଟ ଏବଂ ଗାଡିଗୁଡିକ ସ୍ଥିର କରାଯାଇଥିଲା କିନ୍ତୁ ରାହୁଲ ସେଥିରେ ଯିବାକୁ ମନା କରିଦେଇଥିଲେ। ଏହା ବ୍ୟତୀତ ରାହୁଲଙ୍କୁ ବିମାନବନ୍ଦରର ଦ୍ୱିତୀୟ ଫାଟକରୁ ନେବାକୁ ପ୍ରଶାସନ ଚାହୁଁଥିଲା। କିନ୍ତୁ ରାହୁଲ ଏଥିରେ ରାଜି ନ ହୋଇ କେବଳ ମୁଖ୍ୟ ଫାଟକ ଦେଇ ଯିବେ ବୋଲି କହିଥିଲେ। ପ୍ରଶାସନ ରାହୁଲଙ୍କୁ ସିଧାସଳଖ ଲଖିମ୍‌ପୁରକୁ ଯିବାକୁ କହୁଥିଲା, କିନ୍ତୁ ରାହୁଲ ପ୍ରଥମେ ସୀତାପୁର ଯାଇ ସେଠାରୁ ଭଉଣୀ ପ୍ରିୟଙ୍କାଙ୍କ ସହ ଲଖିମ୍‌ପୁର ଯିବେ ବୋଲି କହିଥିଲେ। ପରେ ରାହୁଲଙ୍କ ସମସ୍ତ କଥାକୁ ପ୍ରଶାସନ ଗ୍ରହଣ କରିଥିଲା।

Share