ଗ୍ରାମାଞ୍ଚଳ ଉଦ୍ୟାନ କାର୍ଯ୍ୟ ସ୍ଥିତି ପରଖିଲେ ଅତିରିକ୍ତ ଜିଲାପାଳ

ରସୁଲପୁର,୧୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ବଧକଇଁଚି ପଞ୍ଚାୟତର ମା’ହିଙ୍ଗୁଳା ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଉଦ୍ୟାନ ନିର୍ମାଣ ହେବ। ଏଥିପାଇଁ ଜମି ଚିହ୍ନଟ ହେବା ସହ ଭିତ୍ତିଭୂମିର ବିକାଶ ଓ ପରିସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହାର ସ୍ଥିତି ପରଖିବାକୁ ଗୁରୁବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତାଙ୍କ ପରିଦର୍ଶନ ସମୟରେ ବିଡିଓ ଉମାକାନ୍ତ ପରିଡ଼ା, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତ୍ୟନାରାୟଣ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟଜିତ୍‌ ରାଉତ, ଗ୍ରାମ ରୋଜଗାର ସେବକ ଉଦୟନାଥ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ମିଶ୍ର ଉକ୍ତ ଉଦ୍ୟାନ ପାଇଁ ଉଦ୍ଦିଷ୍ଟ ଜମିର ନକ୍ସା ଦେଖିବା ସହ ନିକଟରେ ଯାଇଥିବା ଏକ ନାଳର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri