Odisha Elections 2024

ସଲମାନଙ୍କ ସମର୍ଥନ ପାଇ ଚମକିଥିଲା ଏହି ଅଭିନେତ୍ରୀଙ୍କ ଭାଗ୍ୟ, ଏବେ ଅଜ୍ଞାତରେ

ମୁମ୍ବାଇ: ୧୯୯୧ରେ ଦବଙ୍ଗ ଖାନ୍‌ ସଲମାନଙ୍କ ଏକ ଫିଲ୍ମ ପ୍ରେକ୍ଷାଳୟକୁ ଆସିଥିଲା। ୨୫ ଲକ୍ଷ ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ସୁପରହିଟ୍‌ ବୋଲି ପ୍ରମାଣିତ ହୋଇଥିଲା। ଏହି ଫିଲ୍ମଟି ସଲମାନଙ୍କ କ୍ୟାରିୟରର ଅନ୍ୟତମ ସଫଳ ଫିଲ୍ମ। ଏହି ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତ୍ରୀଙ୍କ କ୍ୟାରିୟର ସଲମାନଙ୍କ ସମର୍ଥନ ପାଇବା ପରେ ଚମକିଥିଲା। କିନ୍ତୁ ସେହି ଅଭିନେତ୍ରୀ ଦୀର୍ଘବର୍ଷ ଧରି ଅଜ୍ଞାତରେ ଅଛନ୍ତି।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି। ନବୋଦିତା ଶର୍ମା। ଯିଏକି ସଲମାନଙ୍କ ସୁପରହିଟ୍‌ ଫିଲ୍ମରେ ନଜର ଆସିଥିଲେ। ୧୯୯୧ରେ ମୁକ୍ତିଲାଭ କରିଥିବା ସଲମାନଙ୍କ ସୁପରହିଟ ଫିଲ୍ମ ‘ସନମ୍‌ ବେଓ୍ବାଫା’ର ନିର୍ଦ୍ଦେଶନା ତାଙ୍କ ଫିଲ୍ମ ପାଇଁ ନୂଆ ଚେହେରା ଖୋଜୁଥିବା ସାଓ୍ବନ କୁମାରଙ୍କ ଦ୍ୱାରା ନିଆଯାଇଥିଲା। ସେ ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ଏକ ନୂଆ ଅଭିନେତ୍ରୀଙ୍କୁ ପରିଚିତ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଖବରକାଗଜରେ ଏକ ବିଜ୍ଞାପନ ମଧ୍ୟ ଦେଇଥିଲେ। ଏହି ବିଜ୍ଞାପନ ଯୋଗୁ ନବୋଦିତା ଏହି ଫିଲ୍ମ ପାଇଁ ଅଡିଶନକୁ ଆସିଥିଲେ ଏବଂ ସେ ମଧ୍ୟ ଏହି ଫିଲ୍ମ ପାଇଁ ମନୋନୀତ ହୋଇଥିଲେ। ଫିଲ୍ମଟି ଏକ ହିଟ୍‌ ବୋଲି ପ୍ରମାଣିତ ହୋଇଥିଲା ଏବଂ ଅଭିନେତ୍ରୀଙ୍କ କ୍ୟାରିୟର ମଧ୍ୟ ସେତେବେଳେ କ ନୂଆ ଦିଗ ପାଇଥିଲା। ଏହା ସତ୍ତ୍ୱେ ଅଭିନେତ୍ରୀ ଆଜି ଅଜ୍ଞାତରେ ଅଛନ୍ତି।

ନବୋଦିତା ତାଙ୍କର ପ୍ରକୃତ ନାମ ବଦଳାଇ ଏହି ବଡ଼ ହିଟ୍‌ ଫିଲ୍ମର ଅପାର ସଫଳତା ପରେ ଏକ ନୂତନ ପରିଚୟ ସୃଷ୍ଟି କରିଥିଲେ। ଏହି ଫିଲ୍ମ ପରେ ଅଭିନେତ୍ରୀ ତାଙ୍କ ନାମ ଚାନ୍ଦିନୀରେ ପରିବର୍ତ୍ତନ କରିଥିଲେ। ଏହି ଫିଲ୍ମରେ ସଲମାନଙ୍କ ହିରୋଇନ ହେବା ପରେ ଲାଗୁଥିଲା ଯେପରି ଚାନ୍ଦିନୀଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଛି। ତେବେ ପରେ ଫିଲ୍ମରେ ତାଙ୍କ ଲୁକ୍‌କୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ତାଙ୍କ ଡ୍ରେସ୍‌ ଠିକ୍‌ ନୁହେଁ, ସଲମାନଙ୍କ ଚରିତ୍ର ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଆଏ ହାଏ, ଓଏ ହୋଏ..ବଦୋ ବଦି’ ଗାଇଥିବା ଗାୟକଜଣଙ୍କ କିଏ? ଯାହାଙ୍କୁ ମିଳିଥିଲା ୨୮ ବିବାହ ପ୍ରସ୍ତାବ, ସେଲିବ୍ରିଟିଙ୍କ ଭଳି ଯିଏ ବଦଳାଇଛନ୍ତି ନାମ…

ବମ୍ବେ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଏକ ଗୀତ ‘ଆଏ ହାଏ, ଓଏ ହୋଏ, ବଦୋ ବଦି…’। ପ୍ରାୟ ସମସ୍ତଙ୍କ ମୁହଁରେ ଏହି...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ଭୋଟ ଦେଉ ନ ଥିବା ଲୋକଙ୍କ ଟିକସ ବଢ଼ାଯାଉ: ପରେଶ ରାଓ୍ବଲ

ମୁମ୍ବାଇ: ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri