ଛାଡ଼ପତ୍ର ପରେ ଏହି ଅଭିନେତ୍ରୀମାନେ କରିନାହାନ୍ତି ଦ୍ୱିତୀୟ ବିବାହ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ବର୍ଷରୁ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ମଧ୍ୟ ଏକାକୀ ଜୀବନ ବିତାଉଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ…

ସଙ୍ଗୀତା ବିଜ୍‌ଲାନି


ସଙ୍ଗୀତା ବିଜଲାନି, ଜଣେ ଲୋକପ୍ରିୟ ଅଭିନେତ୍ରୀ। ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ। ବିବାହର ୧୪ ବର୍ଷ ପରେ ୨୦୧୦ରେ ଏହି ଦମ୍ପତିଙ୍କ ମଧ୍ୟର ଛାଡ଼ପତ୍ର ହୋଇଥିଲା। ଛାଡପତ୍ରର ୧୦ ବର୍ଷ ପରେ ମଧ୍ୟ ସଙ୍ଗୀତା ଆଉ କାହା ହାତ ଧରି ନାହାନ୍ତି। ଏକାକୀ ଜୀବନ ବିତାଉଛନ୍ତି।

କରିସ୍ମା କପୁର


ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ୨୦୦୩ରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଦମ୍ପତିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଦୀର୍ଘ ବର୍ଷ ଧରି ଅଲଗା ହେବା ପରେ, ଦୁହେଁ ୨୦୧୬ରେ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ନେଇଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ଅଛନ୍ତି। ସେମାନେ କରିସ୍ମାଙ୍କ ପାଖରେ ରହୁଛନ୍ତି।

ଅମୃତା ସିଂ:


ଏକଦା ହିଟ୍‌ ଅଭିନେତ୍ରୀ ଥିବା ଅମୃତା ସିଂ ୧୯୯୧ରେ ସୈଫ୍‌ ଅଲି ଖାନଙ୍କୁ ବିବାହ କରିଥିଲେ। ତାଙ୍କର ଝିଅ ସାରା ଅଲି ଖାନ ଏବଂ ପୁଅ ଇବ୍ରାହିମ ଅଛନ୍ତି। ବିବାହର ୧୩ ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୦୪ରେ ଛାଡ଼ପତ୍ର ହୋଇଥିଲା। ଅମୃତାଙ୍କ ପାଖରେ ପିଲାମାନେ ରହୁଛନ୍ତି। ସୈଫ୍‌ କରୀନାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଅମୃତା ଏକାକୀ ଜୀବନଯାପନ କରୁଛନ୍ତି।

ପୂଜା ଭଟ୍ଟ


ଫିଲ୍ମ ‘ପପ୍‌’ ଶୁଟିଂ ସମୟରେ ଅଭିନେତ୍ରୀ ପୂଜା ଭଟ୍ଟଙ୍କର ମନୀଷ ମଖିଜାଙ୍କ ସହ ସାକ୍ଷାତ ହୋଇଥିଲା। ପରେ ଦୁହେଁ ପ୍ରେମରେ ପଡ଼ିଥିଲେ ଏବଂ ୨୦୦୩ରେ ଏହି ବିବାହ କରିଥିଲେ। ବିବାହର ୧୧ ବର୍ଷ ପରେ ଏହି ଦମ୍ପତଙ୍କି ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ତେବେ ଛାଡ଼ପତ୍ର ପରେ ପୂଜା ଆଉ ବିବାହ କରିନାହାନ୍ତି। ବର୍ତ୍ତମାନ ସେ ତାଙ୍କ ପିତା ମହେଶ ଭଟ୍ଟଙ୍କ ସହ ରହୁଛନ୍ତି।

ସେହିପରି ମନୀଷା କୋଇରାଲା, ସାମନ୍ଥା ରୁଥପ୍ରଭୁ ନିଜ ନିଜ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଏବେ ଏକାକୀ ଜୀବନ ବିତାଉଛନ୍ତି।

Share