ନିଜଠୁ ଦୁଇବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଏକତା କପୁରଙ୍କ ଶୋ’ ‘ବଡ଼େ ଅଚ୍ଛେ ଲଗତେ ହୈ-୨’କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହାର ପ୍ରଥମ ସିଜନରେ ସାକ୍ଷୀ ତଓ୍ବର ଏବଂ ରାମ କପୁର ଅଭିନୟ କରିଥିଲେ। ଶୋ’ଟିକୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିଥିଲା। ଏଥିରେ ରାମ ଏବଂ ରାକ୍ଷୀଙ୍କ କେମିଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ ଶୁଣିବାକୁ ମିଳୁଛି, ଏକତା କପୁରଙ୍କ ଏହି ଶୋ’ର ୨ୟ ସିଜିନ୍‌ ଆସିବ। ଏଥିପାଇଁ ଦିବ୍ୟାଙ୍କା ତ୍ରିପାଠୀ ଏବଂ ନକୁଳ ମେହେଟ୍ଟାଙ୍କୁ ନିଆଯାଇଛି।

ଏଥିରେ ଦିବ୍ୟାଙ୍କା ଜଣେ ବୟସ୍କା ମହିଳା ଭୂମିକାରେ ଅଭିନୟ କରିବେ। ଶୋ’ରେ ଦିବ୍ୟାଙ୍କା ତାଙ୍କଠାରୁ ବୟସରେ ଦୁଇବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ। ଦିବ୍ୟାଙ୍କାଙ୍କ ବିପକ୍ଷରେ ନକୁଳ ମେହେଟ୍ଟା ନଜର ଆସିବେ। ଏହାକୁ ନେଇ ଯଦିଓ ଅଫିସିଆଲ କିଛି ସାମ୍ନାକୁ ଆସିନାହିଁ ତେବେ ଦିବ୍ୟାଙ୍କା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି।

Share