ନାଗିନ୍‌-୬ରେ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଖୁବ୍‌ଶୀଘ୍ର ନାଗିନ୍‌-୬ ଆରମ୍ଭ ହେବାକୁ ଯାଉଛି। ଏନେଇ ଅଭିନେତ୍ରୀ ଅଦା ଖାନ ଏକ ବୋଲ୍ଡ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ନାଗିନ-୬ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅଦାଙ୍କ ଏହି ଫଟୋ ସୂଚାଇ ଦେଉଛି ଯେ, ସେ ଏହି ଶୋ’ର ଏକ ଅଂଶ ହେବେ।

ଏକତା କପୁର ନାଗିନ-୬ରେ କାମ କରୁଛନ୍ତି। ଏହା ଏକ ଲୋକପ୍ରିୟ ଟିଭି ଶୋ’। ଏହି ସିଜନରେ କିଏ ନୂଆ ନାଗିନ ହେବ ସେନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଇଛି।

ଅଦା ଖାନ୍‌ ସୂଚିତ କରିଛନ୍ତି ଯେ, ସେ ନାଗିନ୍‌-୬ରେ ରହିବେ। ଖାଲି ଏତିକି ନୁହେଁ, ଫଟୋରେ ସେ ଏକ ସାପ ଅବତାରରେ ବି ନଜର ଆସିଛନ୍ତି। ତାଙ୍କର କେଶ ବନ୍ଧା ହୋଇଛି। ସେ ଏକ ଟିକା ଲଗାଇଛନ୍ତି। ନାଗିନ୍‌-୬ର ପ୍ରଥମ ଏପିସୋଡ୍‌ ବସନ୍ତ ପଞ୍ଚମୀରେ ପ୍ରସାରିତ ହୋଇପାରେ।

Share