ରଙ୍ଗ କଳା ବୋଲି ଦୁଇ ବର୍ଷ ଧରି ନିର୍ଯାତନା ସହୁଥିଲେ ଏହି ଅଭିନେତ୍ରୀ, ରାଗି ଯାଇ ନେଲେ ଏଭଳି…

ଦେହର ରଙ୍ଗ କଳା ପାଇଁ ଅନେକ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ କମେଣ୍ଟର ଶିକାର ହେବାକୁ ପଡେ । ଲୋକଙ୍କ ଏହି କମେଣ୍ଟ ଏତେ ଖରାପ ଯେ, ଏହା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦିଓ ଅନେକ ଥର ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଲୋକଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବାକୁ ଲଜ୍ଜିତ ବୋଧ କରନ୍ତି, କିନ୍ତୁ ଯେତେବେଳେ ସୀମା ଅତିକ୍ରମ ହୁଏ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥାଏ। ନିକଟରେ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ଦାସ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟର ଶିକାର ହୋଇଛନ୍ତି।
ବଙ୍ଗଳା ଇଣ୍ଡଷ୍ଟ୍ରିର ‘ଦେଶର ମାଟି’ ପରି ଶୋ’ର ଅଂଶଥିବା ଶ୍ରୁତିଙ୍କୁ ତାଙ୍କ ରଙ୍ଗ ନେଇ ଲୋକମାନେ କମେଣ୍ଟ କରୁଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ଏହା ତାଙ୍କ ସହିତ ପ୍ରଥମ ଥର ନୁହେଁ, କିନ୍ତୁ ଲଗାତାର ଦୁଇ ବର୍ଷ ଧରି ସେ ଏହି ଯନ୍ତ୍ରଣା ଭୋଗୁଛନ୍ତି। ଯେତେବେଳେ ଶ୍ରୁତି ଏକ ଫଟୋ ପୋଷ୍ଟ କରନ୍ତି ଲୋକମାନେ ଏହା ଉପରେ ଭୁଲ ମନ୍ତବ୍ୟ ଦିଅନ୍ତି। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଲୋକମାନେ କମେଣ୍ଟ ବକ୍ସରେ ତାଙ୍କ ରଙ୍ଗକୁ ପରିହାସ କରୁଛନ୍ତି। ଅଶାଳୀନ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି। ଲୋକଙ୍କ ଏହି କାର୍ଯ୍ୟ ଦ୍ୱାରା ଶ୍ରୁତି ବହୁତ ବିରକ୍ତ ହୋଇଛନ୍ତି।
ସୋସିଆଲ ମିଡିଆରେ ଏହି ନିର୍ଯାତନାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୁତି ବର୍ତ୍ତମାନ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଦାଖଲ କରିବାବେଳେ ସେ ଲେଖିଛନ୍ତି ଯେ ତାଙ୍କ ରଙ୍ଗ ପାଇଁ ସେ କମେଣ୍ଟ ବକ୍ସରେ ଅଶ୍ଳୀଳ ମନ୍ତବ୍ୟ ପାଇଛନ୍ତି। ଗତ ଦୁଇ ବର୍ଷ ଧରି ସେ ଏହି ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି।

Share