ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ମଲାଇକା ତାଙ୍କ ଚେହେରା ଏବଂ ଫିଟନେସ୍‌ ସହିତ ତାଙ୍କ ବୟସକୁ ପଛରେ ପକାଇଦିଅନ୍ତି। ତାଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଫିଟନେସ୍‌ ପାଇଁ ଉତ୍ସାହିତ ହୋଇପଡ଼ନ୍ତି। ମଲାଇକାଙ୍କ ଆକର୍ଷଣୀୟ ଲୁକ୍‌କୁ ଦେଖିବା ପାଇଁ ପ୍ରଶଂସକମାନେ ବେଶ୍‌ ଆଗ୍ରହୀ।

ସୋସିଆଲ ମିଡିଆରେ ମଲାଇକା ଖୁବ୍‌ ଆକ୍ଟିଭ୍‌। ସେ ଅଧିକାଂଶ ସମୟ ପ୍ରଶଂସକମାନଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ଗ୍ଲାମରସ ଫଟୋ ଶେୟାର କରିଥାନ୍ତି। ଏବେ ସେ ଏକ ଫଟୋ ଶେୟାର କରିଛନ୍ତି।
ଯେଉଁଥିରେ ସେ ଏକ ମଲ୍ଟି କଲରର ମେଟାଲିକ୍‌ ଗାଉନ ପିନ୍ଧିଛନ୍ତି। ଏଥିରେ ସେ ବହୁ ଆକର୍ଷଣୀୟା ଦିଶୁଛନ୍ତି। ଯିଏ ବି ଦେଖିବ ଆଖି ଲାଖିଯିବ। ଫିଟ୍‌ନେସ୍‌ ପାଇଁ ମଲାଇକା ଯୋଗକୁ ଗୁରୁତ୍ୱ ଦେଇଥାନ୍ତି। ଯେଉଁଥିପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ଏହା ବ୍ୟତୀତ ମଲାଇକା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି।

Share