ଜୋ ବାଇଡେନ୍‌ ଚାଇନା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବାରୁୁ ଚିଡିଗଲେ ଏହି ଅଭିନେତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଚାଇନା ରାଷ୍ଟ୍ରପତି ସି.ଜିନ୍‌ପିଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଜିନ୍‌ପିଙ୍ଗଙ୍କୁ ପ୍ରଶଂସା କରିଥିଲେ ବାଇଡେନ୍‌। ଏହାକୁ ନେଇ ରାଗିଯାଇଛନ୍ତି ଭାରତୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସେ ଟୁଇଟ୍‌ ଯୋଗେ ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ଦେଖନ୍ତୁ ଚାଇନାର ଏହି ଆଜ୍ଞାକାରୀ ଗୃହପାଳିତ ପଶୁମାନେ କିପରି ନମ୍ରତା ଦେଖାଇ ଲାଙ୍ଗୁଡ ହଲାଉଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ନା ଚାଇନାର ରାଷ୍ଟ୍ରଦୂତ? ଚାଇନା ଦୁନିଆର ସବୁଠୁ ବଡ ଶକ୍ତି ପାଲଟିଛି, କାରଣ ତୁମେ ଏହାକୁ ଏକ ଶୀର୍ଷ ସ୍ଥାନ ଦେଇଛ ବୋଲି କଙ୍ଗନା କହିଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା କଙ୍ଗନା ନିଜ ବିବାଦୀୟ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ନିଜର ତୁଳନା ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଟମ୍‌ କ୍ରୁଜ୍‌୍‌ଙ୍କ ସହ କରିଥିଲେ।

 

Share