ସଞ୍ଜୟଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରେ ଚାହିଁ ନ ଥିଲେ ପରସ୍ପର ମୁହଁ

ବଲିଉଡ୍‌ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଅନ୍ୟତମ। ଏକାଠି ସେଟ୍‌ରେ କାମ କରିବାବେଳେ ସେମାନେ ପରସ୍ପରକୁ ଭଲ ପାଉଥିଲେ। ଏହି ସମ୍ପର୍କ ବିବାହରେ ପହଞ୍ଚିବାକୁ ଯାଉଥିବା ବେଳେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ପରେ ଉଭୟ ପରସ୍ପର ମୁହଁକୁ ଚାହିଁ ନ ଥିଲେ। ତେବେ ଏପରି କ’ଣ ଘଟିଥିଲା ଯାହା ସେମାନଙ୍କ ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇଥିଲା ଜାଣନ୍ତୁ ସେ ସମ୍ପର୍କରେ…

ସଞ୍ଜୟ ଏବଂ ମାଧୁରୀ ‘ସାଜନ’, ‘ଥାନେଦାର’, ‘କାନୁନ୍‌ ଅପନା ଅପନା’ ଫିଲ୍ମରେ ଏକାଠି କାମ କରିଥିଲେ। ୧୯୯୧ରେ ‘ସାଜନର’ ଶୁଟିଂ ସମୟରେ ସଞ୍ଜୟ ଏବଂ ମାଧୁରୀ ନିକଟତର ହୋଇଥିଲେ । ଫିଲ୍ମ ‘ଖଳନାୟକ’ ସମୟରେ ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏପରିକି ସେଟ୍‌ରେ ଦୁହେଁ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ।

ସଞ୍ଜୟ ଦତ୍ତ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଏକ ଝିଇ ଥିଲେ। ଏସବୁ ଜାଣିବା ପରେ ମଧ୍ୟ ମାଧୁରୀ ସଞ୍ଜୟ ଦତ୍ତଙ୍କୁ ବହୁତ ଭଲ ପାଉଥିଲେ। ଯେତେବେଳେ ମାଧୁରୀଙ୍କ ପରିବାର ଏହି ବିଷୟରେ ଜାଣିଲେ, ସେମାନେ ଏହି ସମ୍ପର୍କକୁ ବିରୋଧ କଲେ। କିନ୍ତୁ ଏହା ସତ୍ତ୍ୱେ ସେ ପରିବାର ବିରୋଧରେ ଯିବାକୁ ରାଜି ଥିଲେ।

୧୯୯୩ରେ ମୁମ୍ବାଇରେ ଏକ ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣରେ ସଞ୍ଜୟଙ୍କ ନାମ ଆସିଥିଲା। ଏହି ଘଟଣା ପରେ ମାଧୁରୀ ନିଜେ ସଞ୍ଜୟଙ୍କ ସହ ସମ୍ପର୍କ ଶେଷ କରିଥିଲେ। କୁହାଯାଏ ଯେ ଯେତେବେଳେ ସଞ୍ଜୟ ମାଧୁରୀଙ୍କୁ ଜେଲରେ ଥାଇ ଫୋନ୍‌ କରିଥିଲେ ମାଧୁରୀ ତାଙ୍କ ଫୋନକୁ ଫିଙ୍ଗି ଦେଇଥିଲେ।

ପରେ ସଞ୍ଜୟ ଅନେକ ଥର ମାଧୁରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏଭଳି ପରିସ୍ଥିତିରେ ମାଧୁରୀ ସଞ୍ଜୟଙ୍କ ସହ ତାଙ୍କର ସବୁ ସମ୍ପର୍କକୁ ସବୁଦିନ ପାଇଁ ସମାପ୍ତ କରିଥିଲେ। ଯାହା ପରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri