‘ଆଦିପୁରୁଷ’ର ସୀତା ଭୂମିକା ପାଇଁ ପ୍ରଥମେ ଏହି ଅଭିନେତ୍ରୀଙ୍କୁ କରାଯାଇଥିଲା ଚୟନ

ମୁମ୍ବାଇ: ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାରଠାରୁ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି। ତେବେ ଏହି ଫିଲ୍ମକୁ ନେଇ ନାନା ଆଲୋଚନା ହେଉଛି। ଫିଲ୍ମରେ ବାହୁବଳୀ ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ୍‌ ଅଭିନେତ୍ରୀ କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। କ୍ରିତି ପ୍ରଥମ ଥର ପାଇଁ ଏପରି ଚରିତ୍ରରେ ଅଭିନୟ କରିଛନ୍ତି। ଯଦିଓ ସୀତାଙ୍କ ଲୁକ୍‌ରେ ସେ ସୁନ୍ଦର ଦେଖାଯାଉଛନ୍ତି ମାତ୍ର କ୍ରିତି ଏହି ଭୂମିକା ପାଇଁ ନିର୍ମାତାଙ୍କର ପସନ୍ଦ ନ ଥିଲେ।

କ୍ରିତିଙ୍କ ପୂର୍ବରୁ ନିର୍ମାତା ୩ ଜଣ ଅଭିନେତ୍ରୀଙ୍କୁ ସୀତାଙ୍କ ଭୂମିକା ପାଇଁ ଅଫର ଦେଇଥିଲେ। ମାତ୍ର ସେମାନେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କୁହାଯାଏ, ଓମ୍‌ ରାଓ୍ବତଙ୍କ ନିର୍ଦ୍ଦେଶିତ ‘ଆଦିପୁରୁଷ’ରେ ସୀତାଙ୍କ ଭୂମିକା ପାଇଁ ଅନୁଷ୍କା ଶର୍ମା ପ୍ରଥମ ପସନ୍ଦ ଥିଲେ। ଅନୁଷ୍କା ‘ଆଦିପୁରୁଷ’ ସହିତ ବଲିଉଡ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିଲେ। ଖବର ପ୍ରକାଶ ପାଇଥିଲା ଯେ, ଅନୁଷ୍କା ଓମଙ୍କୁ ମଧ୍ୟ ଭେଟିଥିଲେ ଏବଂ ସେ ନିର୍ଦ୍ଦେଶକଙ୍କ ଭିଜନକୁ ମଧ୍ୟ ପସନ୍ଦ କରିଥିଲେ। କିନ୍ତୁ କିଛି ହୋଇପାରିଲା ନାହିଁ। ପରେ ଏହି ଗୁଜବର ଅନ୍ତ ଘଟିଥିଲା।

Share