ସୈଫ୍‌ଙ୍କୁ କିଡ୍‌ନାପ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କହିଛନ୍ତି କରୀନା ବି ଜାଣନ୍ତି ମୁଁ ତାଙ୍କ ସ୍ବାମୀଙ୍କୁ କେତେ ପସନ୍ଦ କରେ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଅନେକ ଥର ଏହା ସ୍ପଷ୍ଟ କରିଛନ୍ତି ଯେ, ସୈଫ ଅଲ୍ଲୀ ଖାନ ତାଙ୍କର କ୍ରସ। ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ତାଙ୍କୁ ଅପହରଣ କରିନେବେ। ଦି କପିଲ ଶର୍ମା ଶୋ’ର ଏହି ଏପିସୋଡର ଏକ କ୍ଲିପ ୟୁଟ୍ୟୁବରେ ବଲିଉଡ ଗସିପ ଗର୍ଲ ପେଜ ଦ୍ୱାରା ଶେୟାର କରାଯାଇଛି।

ସୈଫ୍‌ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ‘ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ସେହି ସମୟରେ କପିଲ ତାଙ୍କୁ ଏହି କ୍ଲିପ ଦେଖାଇଥିଲେ ଯେତେବେଳେ ପରିଣୀତି ତାଙ୍କ ଶୋ’ରେ ପହଞ୍ଚିଥିଲେ ଏବଂ ସେ ସୈଫଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ପରିଣୀତି କହିଥିଲେ, ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ସୈଫଙ୍କୁ ଅପହରଣ କରିବେ। ଏହା ସହିତ ସେ କହିଥିଲେ ଯେ, କରୀନା ଏହା ବିଷୟରେ ପୂର୍ବରୁ ଜାଣିଛନ୍ତି। ସେ ଜାଣନ୍ତି ମୁଁ ସୈଫଙ୍କୁ କେତେ ପସନ୍ଦ କରେ।

Share