ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ତାଙ୍କର ନୂତନ ଗୀତ ‘କୁସୁ କୁସୁ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ‘ସତ୍ୟମେବ ଜୟତେ’ର ଏହି କୁସୁ କୁସୁ ଗୀତ ବେଶ ହିଟ ହୋଇଛି । ତେବେ ଏହି ଗୀତ ଶୁଟିଂ ସମୟରେ ତାଙ୍କୁ ଆଘାତ ମଧ୍ୟ ଲାଗିଥିଲା । ତଥାପି ସେ ଏହାକୁ ଖାତିର ନକରି କାମ କରିଥିଲେ ।

‘‘କୁସୁକୁସୁ’ ଗୀତ ରିଲିଜ ହେବାପରେ, ନୋରା ସୋସିଆଲ ମିଡିଆରେ ଏହାର ବିଟିଏସ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ନୋରା ଶୁଟିଂ ସମୟରେ ଗଳାରେ ଲାଗିଥିବା ଆଘାତ ବିଷୟରେ କହିଛନ୍ତି । ଏହି ଗୀତ ସୁଟିଂ ସମୟରେ ନୋରା ହେଭି ବଡିସୁଟ ପିନ୍ଧିଥିଲେ। ଯେଉଁଥିରେ ଯୋଡି ହୋଇଥିବା ଓଢଣୀ ତାଙ୍କର ହାରରେ ବନ୍ଧା ହୋଇଥିଲା । ଗୀତ ଶୁଟିଂ କରିବା ସମୟରେ, ନୋରାଙ୍କ ଗଳାରେ ହାର ଲାଗି ଯାଉଥିଲା । ଯାହା ଦ୍ବାରା, ସେ ବହୁତ କଷ୍ଟ ସହିଥିଲେ । ହାର ପାଇଁ ତାଙ୍କ ଗଳାରେ ବହୁତ ଆଘାତ ଲାଗିଥିଲା । ଏହା ସେ କେବେବି ଭୂଲି ପାରିବେ ନାହିଁ ବୋଲି କହିଛନ୍ତି।

କେବଳ ଏତିକି ନୁହେଁ , ଏହି ଶୁୁଟିଂ ସମୟରେ ସେ ହାଇହିଲ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ପାଦରେ ଆଘାତ ଲାଗି, ରକ୍ତ ମଧ୍ୟ ବୋହିଥିଲା । କିନ୍ତୁ ସେ ଏହାପରେ ପାଦରେ ପଟି ବାନ୍ଧି ପୁଣି ଶୁୁଟିଂ ଆରମ୍ଭ କରିଥିଲେ ।

Share