ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟା ଦତ୍ତ ସଲମାନ ଖାନଙ୍କ ସହ ନିଜର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ଦିବ୍ୟା ସଲମାନଙ୍କ ସହ ତାଙ୍କର ସାକ୍ଷାତକୁ ମନେ ରଖିଛନ୍ତି। ୪୪ ବର୍ଷର ଦିବ୍ୟା ସଲମାନଙ୍କର ଜଣେ ବଡ଼ ପ୍ରଶଂସକ ଭାବରେ ଏକ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଏହି ଫଟୋଟି ଗ୍ରୀଷ୍ମ ଛୁଟି ସମୟର। ଯେତେବେଳେ ଦିବ୍ୟା ସଲମାନଙ୍କୁ ଭେଟିଥିଲେ।

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଶେୟାର କରି ଦିବ୍ୟା କ୍ୟାପଶନ ଲେଖିଛନ୍ତି, ଏକ ବଡ଼ ଥ୍ରୋ ବ୍ୟାକ ପାଇଛି! ଯେତେବେଳେ ଆମେ ଆମର ଗ୍ରୀଷ୍ମ ଛୁଟି ପାଇଁ ମୁମ୍ବାଇ ଯାଇଥିଲୁ। ରାହୁଲ ଦତ୍ତ ଏବଂ ମୁଁ ମୋର ପ୍ରିୟ ସଲମାନଙ୍କ ସହିତ ଫଟୋ କ୍ଲିକ୍‌ କରିଥିଲି। ତୁମକୁ ଭଲ ପାଏ ସଲମାନ ବୋଲି ଲେଖିଛନ୍ତି। ଫଟୋରେ ଦିବ୍ୟା ଏକ ସ୍ଲିଭଲେସ ଜ୍ୟାକେଟ ଏବଂ ସାଲୱାର୍‌ କୁର୍ତ୍ତା ପିନ୍ଧିଛନ୍ତି। ସଲମାନ ଫଟୋ ପାଇଁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଏହି ଫଟୋଟିକୁ ବହୁତ ସୁନ୍ଦର ବୋଲି  ପ୍ରଶଂସକମାନେ କହିଛନ୍ତି।

ସ୍ମରଣଯୋଗ୍ୟ ଦିବ୍ୟା, ୧୯୯୫ ଫିଲ୍ମ ‘ବୀରଗତି’ରେ ସଲମାନଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ୨୦୦୩ରେ ଫିଲ୍ମ ‘ଭଗବାନ’ରେ ଦିବ୍ୟା ଏବଂ ସଲମାନ ମଧ୍ୟ ଏକାଠି ଅଭିନୟ କରିଥିଲେ। ସେ ଏହି ଫିଲ୍ମରେ ତାଙ୍କ ଭାଉଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ହେମାମାଳିନୀ ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ। ନିକଟରେ  ଯେତେବେଳେ ସଲମାନ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରିଥିଲେ, ସେତେବେଳେ ଦିବ୍ୟା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋକୁ ୮ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

Share